ଅନୀଲ ଅମ୍ବାନୀଙ୍କୁ ଝଟକା; RHFL ସହ ୨୪ କମ୍ପାନିଙ୍କୁ ‘ସେବି’ ଛାଟ, ୫ ବର୍ଷ ବ୍ୟାନ୍
ନୂଆଦିଲ୍ଲୀ: ସିକ୍ୟୁରିଟି ବଜାରରୁ ଅନୀଲ ଅମ୍ବାନୀଙ୍କୁ ବଡ଼ ଝଟକା ଲାଗିଛି । ପୁଞ୍ଜି ବଜାର ନିୟନ୍ତ୍ରକ ‘ସେବି’, ଅନୀଲ୍ ଅମ୍ବାନୀ ସହିତ ୨୪ ଅନ୍ୟ କମ୍ପାନିଙ୍କୁ ସିକ୍ୟୁରିଟି ବଜାରରୁ ୫ ବର୍ଷ ପାଇଁ ବ୍ୟାନ୍ କରିଛି । ଏହା ସହିତ ଅନୀଲ୍ ଅମ୍ବାନୀଙ୍କୁ ୨୫ କୋଟି ଟଙ୍କା ଜୋରିମନା ଲଗାଇଛି । ଅନୀଲ୍ ଆସନ୍ତା ୫ ବର୍ଷ ଯାଏ କୌଣସି ପ୍ରତିଷ୍ଠିତ କମ୍ପାନିରେ କୌଣସି ବଡ଼ ପଦବୀରେ ରହି ପାରିବେ ନାହିଁ । ପୁଞ୍ଜି ବଜାରରେ ଅର୍ଥ ହେର୍ଫେର୍ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସେବି ।ଏହାଛଡ଼ା ‘ସେବି’ ରିଲାଏନ୍ସ ହୋମ୍ ଫାଇନାନ୍ସକୁ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ୬ ମାସ ପାଇଁ କମ୍ପାନି ସିକ୍ୟୁରିଟି ମାର୍କେଟରୁ ବ୍ୟାନ ହୋଇଛି । ‘ସେବି’ର ୨୨୨ ପୃଷ୍ଠାର ଅନ୍ତିମ ଆଦେଶରେ ଉଲ୍ଲେଖ ରହିଛି ଆରଏଚଏଫଏଲର ପ୍ରମୁଖ ଅଧିକାରୀଙ୍କ ସହଯୋଗରେ ଆରଏଚଏଫଏଲରୁ ପୁଞ୍ଜି ବାହାର କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏହି ଅର୍ଥକୁ ନିଜ କମ୍ପାନି ସହିତ ଜଡ଼ିତ କମ୍ପାନିମାନଙ୍କୁ ଋଣ ଆକାରରେ ଟଙ୍କା ଦିଆଯାଇଥିଲା । RHFLର ଡାଇରେକ୍ଟର ବୋର୍ଡ ମଧ୍ୟ ଏଭଳି ଲୋନ୍ ସିଷ୍ଟମକୁ ବାରଣ କରିଥିଲା । ଋଣ ପ୍ରଦାନ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହାସହିତ କର୍ପୋରେଟ୍ ଲୋନ୍ସକୁ ନିୟମିତ ରିଭ୍ୟୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ମାତ୍ର କମ୍ପାନି ମ୍ୟାନେଜମେଣ୍ଟ ଏହାକୁ ଅଣଦେଖା କରିଥିଲେ । ସେବି ଅନୁଯାୟୀ, RHFL କମ୍ପାନିରେ ଏଭଳି ହେଉ
ନୂଆଦିଲ୍ଲୀ: ସିକ୍ୟୁରିଟି ବଜାରରୁ ଅନୀଲ ଅମ୍ବାନୀଙ୍କୁ ବଡ଼ ଝଟକା ଲାଗିଛି । ପୁଞ୍ଜି ବଜାର ନିୟନ୍ତ୍ରକ ‘ସେବି’, ଅନୀଲ୍ ଅମ୍ବାନୀ ସହିତ ୨୪ ଅନ୍ୟ କମ୍ପାନିଙ୍କୁ ସିକ୍ୟୁରିଟି ବଜାରରୁ ୫ ବର୍ଷ ପାଇଁ ବ୍ୟାନ୍ କରିଛି । ଏହା ସହିତ ଅନୀଲ୍ ଅମ୍ବାନୀଙ୍କୁ ୨୫ କୋଟି ଟଙ୍କା ଜୋରିମନା ଲଗାଇଛି । ଅନୀଲ୍ ଆସନ୍ତା ୫ ବର୍ଷ ଯାଏ କୌଣସି ପ୍ରତିଷ୍ଠିତ କମ୍ପାନିରେ କୌଣସି ବଡ଼ ପଦବୀରେ ରହି ପାରିବେ ନାହିଁ । ପୁଞ୍ଜି ବଜାରରେ ଅର୍ଥ ହେର୍ଫେର୍ ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ସେବି ।
ଏହାଛଡ଼ା ‘ସେବି’ ରିଲାଏନ୍ସ ହୋମ୍ ଫାଇନାନ୍ସକୁ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ୬ ମାସ ପାଇଁ କମ୍ପାନି ସିକ୍ୟୁରିଟି ମାର୍କେଟରୁ ବ୍ୟାନ ହୋଇଛି । ‘ସେବି’ର ୨୨୨ ପୃଷ୍ଠାର ଅନ୍ତିମ ଆଦେଶରେ ଉଲ୍ଲେଖ ରହିଛି ଆରଏଚଏଫଏଲର ପ୍ରମୁଖ ଅଧିକାରୀଙ୍କ ସହଯୋଗରେ ଆରଏଚଏଫଏଲରୁ ପୁଞ୍ଜି ବାହାର କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା । ଏହି ଅର୍ଥକୁ ନିଜ କମ୍ପାନି ସହିତ ଜଡ଼ିତ କମ୍ପାନିମାନଙ୍କୁ ଋଣ ଆକାରରେ ଟଙ୍କା ଦିଆଯାଇଥିଲା ।
RHFLର ଡାଇରେକ୍ଟର ବୋର୍ଡ ମଧ୍ୟ ଏଭଳି ଲୋନ୍ ସିଷ୍ଟମକୁ ବାରଣ କରିଥିଲା । ଋଣ ପ୍ରଦାନ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହାସହିତ କର୍ପୋରେଟ୍ ଲୋନ୍ସକୁ ନିୟମିତ ରିଭ୍ୟୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ମାତ୍ର କମ୍ପାନି ମ୍ୟାନେଜମେଣ୍ଟ ଏହାକୁ ଅଣଦେଖା କରିଥିଲେ । ସେବି ଅନୁଯାୟୀ, RHFL କମ୍ପାନିରେ ଏଭଳି ହେଉଥିବା ନେଇ ସେବି ଜାଣିବାକୁ ପାଇବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏଥିରେ ଅନିଲ ଅମ୍ବାନୀ ଏବଂ ତାଙ୍କ ସହିତ ଜଡ଼ିତ ଅନ୍ୟ ୨୪ କମ୍ପାନିଙ୍କୁ ସିକ୍ୟୁରିଟି ବଜାରରୁ ୫ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ସେହିପରି ଅନିଲ ଅମ୍ବାନୀଙ୍କ ଉପରେ ୨୫ କୋଟି ଟଙ୍କା ଜରିମାନା ଲଗାଯାଇଛି ।...