ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୭ା୫: ଶିଳ୍ପ ପାଇଁ ଜମି ନେଇ କାମ କରୁ ନ ଥିବା ଶିଳ୍ପାନୁଷ୍ଠାନକୁ ୨ୟ ସୁଯୋଗ ରହିଛି। ଏହା ପରେ ଯଦି ସୁଯୋଗରେ କାମ ନ କରିବ ତେବେ କମ୍ପାନୀକୁ ଜମି ଫେରାଇବା ପାଇଁ କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଜମି ନେଇଥିଲେ କାମ ଆରମ୍ଭ କରନ୍ତୁ। ସେମାନଙ୍କୁ ଆମେ ଦ୍ବିତୀୟ ସୁଯୋଗ ଦେଉଛୁ, ନଚେତ୍‌ ଜମି ଫେରାଇବାକୁ ପଡ଼ିବ। କେତେ ଶିଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି […] The post ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ appeared first on Dharitri Odia News.

ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୧୭ା୫: ଶିଳ୍ପ ପାଇଁ ଜମି ନେଇ କାମ କରୁ ନ ଥିବା ଶିଳ୍ପାନୁଷ୍ଠାନକୁ ୨ୟ ସୁଯୋଗ ରହିଛି। ଏହା ପରେ ଯଦି ସୁଯୋଗରେ କାମ ନ କରିବ ତେବେ କମ୍ପାନୀକୁ ଜମି ଫେରାଇବା ପାଇଁ କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ପୂର୍ବରୁ ଯେଉଁ ଶିଳ୍ପ ଅନୁଷ୍ଠାନ ଜମି ନେଇଥିଲେ କାମ ଆରମ୍ଭ କରନ୍ତୁ। ସେମାନଙ୍କୁ ଆମେ ଦ୍ବିତୀୟ ସୁଯୋଗ ଦେଉଛୁ, ନଚେତ୍‌ ଜମି ଫେରାଇବାକୁ ପଡ଼ିବ। କେତେ ଶିଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି, କେତେ ଆରମ୍ଭ ହୋଇନି ତାଲିକା ହୋଇଛି। ମେ’ ୨୨ରେ ଶିଳାନ୍ୟାସ ସହ ଉଦ୍‌ଘାଟନ ହେବ। ଉତ୍କର୍ଷ ଓଡ଼ିଶାରେ ଆସିଥିବା ପ୍ରକଳ୍ପର ଶିଳାନ୍ୟାସ ହେବ। ଏନେଇ ଶିଳ୍ପମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଯାଜପୁରରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ହେବା ସହ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଏହାଦ୍ବାରା ୩୪ ହଜାର ଲୋକଙ୍କୁ  ନିଯୁକ୍ତି ମିଳିବ। ମୋଟ୍‌ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। କେବଳ MOU ନ କରି କାର୍ଯ୍ୟ ଜାରି ରଖିଛନ୍ତି। ଯାଜପୁରରେ  ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଟାଟା । ସେ କହିଛନ୍ତି, ଆମ ସରକାର ଜଗତସିଂହପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କାମ ଆରମ୍ଭ କରିଛନ୍ତି।

The post ଯାଜପୁରରେ ସୃଷ୍ଟି ହେବ ୩୪ ହଜାର ନିଯୁକ୍ତି ସୁଯୋଗ, ଘୋଷଣା କଲେ ଶିଳ୍ପମନ୍ତ୍ରୀ appeared first on Dharitri Odia News.