ଗାଏକ୍ଵାଡ଼ ଓ ଶିବମଙ୍କ ଧୂଆଁଧାର ଅର୍ଦ୍ଧଶତକ, ମୁମ୍ବାଇକୁ ବିଶାଳ ଟାର୍ଗେଟ୍ ଦେଲା ଚେନ୍ନାଇ

ମୁମ୍ବାଇ: ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ। ଓ୍ଵାଙ୍ଖେଡ଼େରେ ଖେଳା ଯାଉଥିବା ଆଇପିଏଲ୍‌ର ୨୯ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦୬ ରନର ବିଶାଳ ସ୍କୋର କରିଛି। ମୁମ୍ବାଇ ସମ୍ମୁଖରେ ରହିଛି ୨୦୭ ରନର ବିଜୟ ଲକ୍ଷ୍ୟ। ଶିବମ ଦୁବେ ୬୬ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଋତୁରାଜ ଗାଏକ୍ଵାଡ଼ ୬୯ ରନ କରିଛନ୍ତି। ଶେଷ ଓଭରରେ ଧୋନୀ ୪ ବଲରୁ ୨୦ ରନ କରିବାରୁ ଚେନ୍ନାଇ ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରି ପାରିଛି। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୪୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଦ୍ଵିତୀୟ ଓଭରରେ ଝଟକା ଲାଗିଥିଲା। ଆଜି ଓପନିଂ କରିଥିବା ଆଜିଙ୍କ୍ୟ ରାହାଣେ(୬) ନିରାଶ କରିଥିଲେ। ଏହା ପରେ ରଚିନ ରବୀନ୍ଦ୍ର ଓ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଚମତ୍କାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ରଚିନ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ଗାଏକ୍ଵାଡ଼ ଓ ଶିବମ ଦୁବେ ମୁମ୍ବାଇ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୯୦ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଏହି କ୍ରମରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ୪୦ ବଲରୁ ୫ ଚୌକା ଓ ୫ ଛକା ସହ ୬୯ ରନ କରି ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ପରେ ଶେଷ ଆଡ଼

ଗାଏକ୍ଵାଡ଼ ଓ ଶିବମଙ୍କ ଧୂଆଁଧାର ଅର୍ଦ୍ଧଶତକ, ମୁମ୍ବାଇକୁ ବିଶାଳ ଟାର୍ଗେଟ୍ ଦେଲା ଚେନ୍ନାଇ

ମୁମ୍ବାଇ: ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ। ଓ୍ଵାଙ୍ଖେଡ଼େରେ ଖେଳା ଯାଉଥିବା ଆଇପିଏଲ୍‌ର ୨୯ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ୨୦୬ ରନର ବିଶାଳ ସ୍କୋର କରିଛି। ମୁମ୍ବାଇ ସମ୍ମୁଖରେ ରହିଛି ୨୦୭ ରନର ବିଜୟ ଲକ୍ଷ୍ୟ। ଶିବମ ଦୁବେ ୬୬ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଋତୁରାଜ ଗାଏକ୍ଵାଡ଼ ୬୯ ରନ କରିଛନ୍ତି। ଶେଷ ଓଭରରେ ଧୋନୀ ୪ ବଲରୁ ୨୦ ରନ କରିବାରୁ ଚେନ୍ନାଇ ୨୦୦ରୁ ଉର୍ଦ୍ଧ୍ଵ ସ୍କୋର କରି ପାରିଛି। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୪୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। 

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଦ୍ଵିତୀୟ ଓଭରରେ ଝଟକା ଲାଗିଥିଲା। ଆଜି ଓପନିଂ କରିଥିବା ଆଜିଙ୍କ୍ୟ ରାହାଣେ(୬) ନିରାଶ କରିଥିଲେ। ଏହା ପରେ ରଚିନ ରବୀନ୍ଦ୍ର ଓ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ ଚମତ୍କାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୨ ରନ ଯୋଡ଼ିଥିଲେ। ରଚିନ ୨୧ ରନ କରି ଆଉଟ୍ ହୋଇଥିଲେ। ପୁଣି ଗାଏକ୍ଵାଡ଼ ଓ ଶିବମ ଦୁବେ ମୁମ୍ବାଇ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଦୁଇ ବ୍ୟାଟର ତୃତୀୟ ଓ୍ଵିକେଟ୍ ପାଇଁ ୯୦ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। 

ଏହି କ୍ରମରେ ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଗାଏକ୍ଵାଡ଼ ୪୦ ବଲରୁ ୫ ଚୌକା ଓ ୫ ଛକା ସହ ୬୯ ରନ କରି ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଏହା ପରେ ଶେଷ ଆଡ଼କୁ ଡାରିଲ ମିଚେଲ୍ ୧୭ ରନ କରିଥିଲେ ହେଁ ଧୋନୀ ୪ ବଲରୁ ୩ ଛକା ସହ ୨୦ ରନ କରିବାରୁ ଚେନ୍ନାଇ ୪ ଓ୍ଵିକେଟ୍ ହରାଇ ୨୦୬ ରନ କରିଛି। ଶିବମ ଦୁବେ ପୁଣି ଆଉ ଏକ ପ୍ରଶଂସନୀୟ ଇନିଂସ ଖେଳିଛନ୍ତି। ଦୁବେ ୩୮ ବଲରୁ ୧୦ ଚୌକା ଓ ୨ ଛକା ସହ ୬୬ ରନରେ ଅପରାଜିତ ଥିଲେ।