'କରୀନା କପୁର ପ୍ରେଗନାନ୍ସି ବାଇବେଲ' ପାଇଁ କରୀନାଙ୍କୁ କୋର୍ଟ ନୋଟିସ୍‌, ୭ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ମୁମ୍ବାଇ ୧୧/୫: ବଲିଉଡ ଆକ୍ଟର କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ । ୩ ବର୍ଷ ପୂର୍ବରୁ କରୀନା ନିଜର ପ୍ରେଗନାନ୍ସି ଯାତ୍ରାକୁ ନେଇ ଏକ ପୁସ୍ତକ ଲଞ୍ଚ କରିଥିଲେ । ପୁସ୍ତକର ଟାଇଟଲ ଥିଲା 'କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ'। ଏବେ ବାଇବେଲ ଶବ୍ଦର ବ୍ୟବହାରକୁ ନେଇ ବିବାଦ ଦେଖାଯିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ ପଠାଇ ଜବାବ ମାଗିଛନ୍ତି । ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ଜବଲପୁର ସିଭିଲ ଲାଇନର ବାସିନ୍ଦା ଖ୍ରୀଷ୍ଟୋଫର ଆନ୍ଥୋନୀ ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି। ଖ୍ରୀଷ୍ଟୋଫର୍‌ ଆନ୍ଥୋନୀଙ୍କ ଅଭିଯୋଗ ଆଧାରରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ କରୀନାଙ୍କ ପୁସ୍ତକ ବିକ୍ରି ଉପରେ ରୋକ୍‌ ଲଗାଇବା ସହ ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ନୋଟିସ୍‌ର ଜବାବ ଦେବାକୁ କରୀନାଙ୍କୁ କୁହାଯାଇଛି। ଏଥି ସହ ବହି ବିକ୍ରେତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଖ୍ରୀଷ୍ଟୋଫର୍‌ ଆନ୍ଥୋନୀ କହିଛନ୍ତି ଯେ ବାଇବେଲ୍‌ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରୀନା ଗର୍ଭଧାରଣକୁ ବାଇବେଲ୍‌ ସହିତ ତୁଳନା କରିବା ଭୁଲ। ଶସ୍ତା ପ୍ରଚାର ପାଇଁ କରୀନା ଏମିତି କରିଥିବା ସେ କହିଛନ୍ତି । ୨୦୨୧ ମସିହାରେ ପ୍ରକାଶିତ 'କରୀନା କପୁର ପ୍ରେଗ୍‌ନାନ୍ସି ବାଇ

'କରୀନା କପୁର ପ୍ରେଗନାନ୍ସି ବାଇବେଲ' ପାଇଁ କରୀନାଙ୍କୁ କୋର୍ଟ ନୋଟିସ୍‌, ୭ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ମୁମ୍ବାଇ ୧୧/୫: ବଲିଉଡ ଆକ୍ଟର କରୀନା କପୁର ଖାନଙ୍କୁ କୋର୍ଟ ନୋଟିସ । ୩ ବର୍ଷ ପୂର୍ବରୁ କରୀନା ନିଜର ପ୍ରେଗନାନ୍ସି ଯାତ୍ରାକୁ ନେଇ ଏକ ପୁସ୍ତକ ଲଞ୍ଚ କରିଥିଲେ । ପୁସ୍ତକର ଟାଇଟଲ ଥିଲା 'କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ'। ଏବେ ବାଇବେଲ ଶବ୍ଦର ବ୍ୟବହାରକୁ ନେଇ ବିବାଦ ଦେଖାଯିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟ ନୋଟିସ ପଠାଇ ଜବାବ ମାଗିଛନ୍ତି । ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଦାବି କରାଯାଇଛି। ଜବଲପୁର ସିଭିଲ ଲାଇନର ବାସିନ୍ଦା ଖ୍ରୀଷ୍ଟୋଫର ଆନ୍ଥୋନୀ ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି। ଖ୍ରୀଷ୍ଟୋଫର୍‌ ଆନ୍ଥୋନୀଙ୍କ ଅଭିଯୋଗ ଆଧାରରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ କରୀନାଙ୍କ ପୁସ୍ତକ ବିକ୍ରି ଉପରେ ରୋକ୍‌ ଲଗାଇବା ସହ ନୋଟିସ୍‌ ଜାରି କରାଯାଇଛି। ୭ ଦିନ ଭିତରେ ନୋଟିସ୍‌ର ଜବାବ ଦେବାକୁ କରୀନାଙ୍କୁ କୁହାଯାଇଛି। ଏଥି ସହ ବହି ବିକ୍ରେତାଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। 

ଖ୍ରୀଷ୍ଟୋଫର୍‌ ଆନ୍ଥୋନୀ କହିଛନ୍ତି ଯେ ବାଇବେଲ୍‌ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରୀନା ଗର୍ଭଧାରଣକୁ ବାଇବେଲ୍‌ ସହିତ ତୁଳନା କରିବା ଭୁଲ। ଶସ୍ତା ପ୍ରଚାର ପାଇଁ କରୀନା ଏମିତି କରିଥିବା ସେ କହିଛନ୍ତି । ୨୦୨୧ ମସିହାରେ ପ୍ରକାଶିତ 'କରୀନା କପୁର ପ୍ରେଗ୍‌ନାନ୍ସି ବାଇବେଲ'ପୁସ୍ତକରେ ୪୩ ବର୍ଷୀୟା କରୀନା ନିଜର ପ୍ରେଗନାନ୍ସି ଜର୍ଣ୍ଣି ବିଷୟରେ ଟିପ୍ସ ଦେଇଥିଲେ ।