କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ ଏହାକୁ ତାମିଲ ପରିଚୟ, ଅସ୍ମିତା ଓ ଭାଷାଗତ ବିବିଧତା ପାଇଁ ବିପଦ ମଣିଥାଆନ୍ତି। ରାଜ୍ୟରେ ପ୍ରଥମେ ୧୯୩୭ ଓ ପରେ ୧୯୬୫ରେ ହିନ୍ଦୀ ବିରୋଧୀ ବିକ୍ଷୋଭ ବେଳେ ପ୍ରତିବାଦର ସ୍ବର ଉଠିଥିଲା। ହିନ୍ଦୀ ଭାଷାକୁ ତାମିଲମାନଙ୍କ ଉପରେ ଲଦିଦିଆଯିବାକୁ ବିରୋଧ କରି ରାଜ୍ୟବାସୀ ରାସ୍ତାକୁ ଓହ୍ଲାଇଥିଲେ। ଇତିମଧ୍ୟରେ ୨୦୧୯ ଓ […] The post କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’ appeared first on Dharitri Odia News.

କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’

ନୂଆଦିଲ୍ଲୀ/ଚେନ୍ନାଇ,୨୨ା୨ (ପିଟି/ଏଜେନ୍ସି): କେନ୍ଦ୍ର ସରକାର ତାମିଲନାଡୁର ଶିକ୍ଷାନୁଷ୍ଠାନ, ସରକାରୀ ପରୀକ୍ଷା ଓ ଅଫିସଗୁଡ଼ିକରେ ହିନ୍ଦୀ ଭାଷା ପ୍ରଚଳନକୁ ବାଧ୍ୟତାମୂଳକ କରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟବାସୀ ଏହାକୁ ତାମିଲ ପରିଚୟ, ଅସ୍ମିତା ଓ ଭାଷାଗତ ବିବିଧତା ପାଇଁ ବିପଦ ମଣିଥାଆନ୍ତି। ରାଜ୍ୟରେ ପ୍ରଥମେ ୧୯୩୭ ଓ ପରେ ୧୯୬୫ରେ ହିନ୍ଦୀ ବିରୋଧୀ ବିକ୍ଷୋଭ ବେଳେ ପ୍ରତିବାଦର ସ୍ବର ଉଠିଥିଲା। ହିନ୍ଦୀ ଭାଷାକୁ ତାମିଲମାନଙ୍କ ଉପରେ ଲଦିଦିଆଯିବାକୁ ବିରୋଧ କରି ରାଜ୍ୟବାସୀ ରାସ୍ତାକୁ ଓହ୍ଲାଇଥିଲେ। ଇତିମଧ୍ୟରେ ୨୦୧୯ ଓ ୨୦୨୦ରେ କେନ୍ଦ୍ରର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଅନୁସାରେ ତାମିଲନାଡୁର ସ୍କୁଲଗୁଡ଼ିକରେ ହିନ୍ଦୀକୁ ତୃତୀୟ ଭାଷା ଭାବେ ପ୍ରଚଳନ କରାଯିବା ପ୍ରସ୍ତାବକୁ ରାଜ୍ୟବାସୀ ଓ ରାଜନୈତିକ ଦଳଗୁଡ଼ିକ ବିରୋଧ କରିଆସୁଛନ୍ତି। ଦଳ ନିର୍ବିଶେଷରେ ତାମିଲନାଡୁର ଏମ୍‌ପିମାନେ ମଧ୍ୟ ଏହାକୁ ସଂସଦରେ ବିରୋଧ କରିଥାଆନ୍ତି। ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ଏବଂ ବିରୋଧୀ ଦଳ ଏଆଇଏଡିଏମ୍‌କେ ହିନ୍ଦୀ ଲଦିଦେବାକୁ ଦୃଢ଼ ବିରୋଧ କରିଥାଏ। ହିନ୍ଦୀ ଭାଷା ଅଞ୍ଚଳିକ ଭାଷା ଓ ଅଣହିନ୍ଦୀଭାଷୀଙ୍କୁ ନୂ୍ୟନ କରିଦିଏ ବୋଲି ସେମାନେ ଯୁକ୍ତି ବାଢ଼ିଥାଆନ୍ତି। ଏହି ପୃଷ୍ଠଭୂମିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ପତ୍ର ‘ଭାଷାଯୁଦ୍ଧ’ ବୃଦ୍ଧିର କାରଣ ହୋଇଥିବା କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଏନ୍‌ଇପି ଅନୁଯାୟୀ ୩ ଭାଷା ନୀତି ପ୍ରଚଳନ କରା ନ ଗଲେ ଶିକ୍ଷା କ୍ଷେତ୍ରକୁ କେନ୍ଦ୍ରର ଶିକ୍ଷା ମନ୍ତ୍ରଣାଳୟରୁ ପ୍ରଦାନ କରାଯାଉଥିବା ଅନୁଦାନ ଆଉ ମିଳିବ ନାହିଁ। କେବଳ ଏତିକି ନୁହେଁ, ଧର୍ମେନ୍ଦ୍ର ତାମିଲନାଡୁ ଉପରେ ହିନ୍ଦୀକୁ ଲଦିଦେଇ ରାଜ୍ୟ ସରକାରଙ୍କୁ ବ୍ଲାକ୍‌ମେଲିଂ ମଧ୍ୟ କରୁଛନ୍ତି। ତେବେ ୧୯୬୭ରୁ ୨-ଭାଷା ସୂତ୍ରକୁ ଆପଣାଇଥିବା ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ ଏହାକୁ ପରିତ୍ୟାଗ କରିବେ ନାହିଁ। ଏହା ଉପରେ ଧର୍ମେନ୍ଦ୍ର କେତେକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ନିଜ ସ୍ପଷ୍ଟୀକରଣ ରଖିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଷ୍ଟାଲିନ୍‌ଙ୍କ ଚିନ୍ତା କାଳ୍ପନିକ ଓ ଅରୁଚିକର। ଷ୍ଟାଲିନ୍‌ ସଂଘୀୟ ସହଯୋଗିତା କଥା ଉଠାଇ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ୨,୧୫୪ କୋଟି ଟଙ୍କାର ପାଣ୍ଠି ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏହି ସ୍ଥଳେ ଭାଷାକୁ ନେଇ ଷ୍ଟାଲିନ୍‌ ରାଜନୀତି କରିବା ଅନୁଚିତ। କୌଣସି ଭାଷା ଲଦିଦେବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ ବିଦେଶୀ ଭାଷା ଉପରେ ଅତ୍ୟଧିକ ନିର୍ଭରଶୀଳତା ଛାତ୍ରୀଛାତ୍ରଙ୍କୁ ଭାଷାଗତ ମୌଳିକାତାରୁ ଦୂରେଇ ଦେଉଛି। ଜାତୀୟ ଶିକ୍ଷା ନୀତି ଏହି ଭୁଲ୍‌କୁ ସୁଧାରିବା ପାଇଁ ଉଦ୍ୟମ କରୁଛି ବୋଲି ଧର୍ମେନ୍ଦ୍ର ଶୁକ୍ରବାର ଷ୍ଟାଲିନ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ ଯୁକ୍ତି ବାଢ଼ିଛନ୍ତି। ଡିଏମ୍‌କେ ଏନ୍‌ଇପି ୨୦୨୦କୁ ରାଜନୈତିକ କାରଣରୁ କିପରି ବିରୋଧ କରିଆସିଛି, ତାହା ମଧ୍ୟ ଧର୍ମେନ୍ଦ୍ର ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।
ତାମିଲନାଡୁରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ କେନ୍ଦ୍ରରେ ଭାଜପା ମଧ୍ୟ ଏଥିରୁ ଫାଇଦା ନେବା ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁନାହିଁ। ଆସନ୍ତା ମାର୍ଚ୍ଚ ୧ରୁ ରାଜ୍ୟରେ ଭାଜପା ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ସେପଟେ ଧର୍ମେନ୍ଦ୍ରଙ୍କ ଚିଠି ହସ୍ତଗତ ହେବା ପରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ କହିଛନ୍ତି, ତାମିଲନାଡୁ ଆଉ ଏକ ‘ଭାଷାଯୁଦ୍ଧ’ ପାଇଁ ପ୍ରସ୍ତୁତ। ଏହା ହେଉଛି ଦ୍ରାବିଡ଼ଙ୍କ ଭୂମି…ପେରିୟାରଙ୍କ ଭୂମି। ଗତଥର ଆପଣ ତାମିଲ ଲୋକଙ୍କ ଅଧିକାର ଛଡ଼ାଇନେବାକୁ ଉଦ୍ୟମ କରିଥିଲେ। ସେମାନେ କହିଥିଲେ, ‘ମୋଦି ଗୋ ବ୍ୟାକ୍‌’। ଆପଣ ଯଦି ପୁନର୍ବାର ଏଭଳି ଉଦ୍ୟମ କରନ୍ତି, ଏଥର ସ୍ବର ଉଠିବ ‘ଗେଟ୍‌ ଆଉଟ୍‌ ମୋଦି’। ଆପଣଙ୍କୁ ହଟାଇବା ପାଇଁ ଆନ୍ଦୋଳନ କରାଯିବ। ଆମେ ଆମ ଅଂଶ (୨,୧୫୦ କୋଟି ଟଙ୍କାର ପାଣ୍ଠି) ମାଗୁଛୁ। କେନ୍ଦ୍ର ଆମକୁ ଏନ୍‌ଇପିର ୩ ଭାଷା ଗ୍ରହଣ କରିବାକୁ ବାଧ୍ୟ କରୁଛି। ରାଜନୀତି କିଏ କରୁଛି, ଦୟାକରି ବୁଝନ୍ତୁ ବୋଲି ଉଦୟନିଧି କହିଛନ୍ତି।

The post କେନ୍ଦ୍ରର ବାଧ୍ୟ, ତାମିଲନାଡ଼ୁର ‘ନା’ appeared first on Dharitri Odia News.