ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଚାଇନା ମଧ୍ୟରେ ସୀମାରେ (ଏଲଏସି) ପେଟ୍ରୋଲିଂକୁ ନେଇ ନୂଆ ସହମତି ହୋଇଛି। ବିଦେଶ ମନ୍ତ୍ରଣାଳୟ ସୋମବାର ବୟାନ ଜାରି କରି ଏହି ସୂଚନା ଦେଇଛି। ଚାଇନାର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ପ୍ରଶ୍ନରେ ବିଦେଶ ମାଂଟନାଲେ ସଚିବ ବିକ୍ରମ ମିଶ୍ର କହିଛନ୍ତି, ଗତ କିଛି ସପ୍ତାହରେ ଭାରତ ଏବଂ ଚାଇନା ମଧ୍ୟରେ ରାଜନୈତିକ ଏବଂ ସୈନ୍ୟ ସ୍ତରରେ ଆଲୋଚନା ହେଉଛି। ସେ କହିଛନ୍ତି, ଚାଇନା ସହିତ ଏଲଏସି ପ୍ରସଙ୍ଗରେ ଆମର […] The post ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ appeared first on Dharitri Odia News.

ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ

ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଚାଇନା ମଧ୍ୟରେ ସୀମାରେ (ଏଲଏସି) ପେଟ୍ରୋଲିଂକୁ ନେଇ ନୂଆ ସହମତି ହୋଇଛି। ବିଦେଶ ମନ୍ତ୍ରଣାଳୟ ସୋମବାର ବୟାନ ଜାରି କରି ଏହି ସୂଚନା ଦେଇଛି। ଚାଇନାର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ପ୍ରଶ୍ନରେ ବିଦେଶ ମାଂଟନାଲେ ସଚିବ ବିକ୍ରମ ମିଶ୍ର କହିଛନ୍ତି, ଗତ କିଛି ସପ୍ତାହରେ ଭାରତ ଏବଂ ଚାଇନା ମଧ୍ୟରେ ରାଜନୈତିକ ଏବଂ ସୈନ୍ୟ ସ୍ତରରେ ଆଲୋଚନା ହେଉଛି।

ସେ କହିଛନ୍ତି, ଚାଇନା ସହିତ ଏଲଏସି ପ୍ରସଙ୍ଗରେ ଆମର ଚୁକ୍ତି ହୋଇଛି। ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଏବଂ ସ୍ଥିତି ସମାଧାନ ପାଇଁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆମେ ଏବେ ବି ସମୟ ଏବଂ ଯଥାସ୍ଥିତି ବଜାୟ ରଖିବାକୁ କାର୍ଯ୍ୟ କରୁଛୁ।

ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ନିକଟରେ ହୋଇଥିବା ଆଲୋଚନା ପରେ ଭାରତ ଏବଂ ଚାଇନା ପୂର୍ବ ଲଦାଖ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ରେ ପେଟ୍ରୋଲିଂ ପାଇଁ ସହମତି ହୋଇଛି। ଏହାପରେ ଦୁଇ ଦେଶ ମଧ୍ୟରେ ସୀମାରେ ବିବାଦ ଶାନ୍ତ ପଡିବା ପଡିବା ଆଶା କରାଯାଉଥିବା ବୈଦେଶିକ ସଚିବ କହିଛନ୍ତି।

ସୂଚନାଯୋଗ୍ୟ ୨୦୨୦ ଜୁନ ୧୫-୧୬ ରେ ଭାରତୀୟ ସେନା ଏବଂ ଚାଇନାର ସୈନିକ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତର ୨୦ ସୈନିକଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ଦୁଇଗୁଣା ସଂଖ୍ୟାରେ ଚାଇନାର ସୈନିକ ମୃତ୍ୟୁ ବରଣ କରିଥିଲେ। କିନ୍ତୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି ଏହାର ସୈନିକଙ୍କ ମୃତାହତ ବିଷୟରେ କୌଣସି ସୂଚନା ଦେଇ ନଥିଲା।

 

The post ସୀମାରେ ଚାଇନା ସହିତ ବିବାଦ ନେଇ ବଡ଼ ସୂଚନା ଦେଲା ଭାରତ appeared first on Dharitri Odia News.