ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ
କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ୍ ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଜେନା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ହେଲେ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍ଙ୍କ କାର୍ଯ୍ୟାଳୟରେ ପହଞ୍ଚି […] The post ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ appeared first on Dharitri Odia News.
କଟକ,୧୪ା୫(ଶିଳ୍ପା ପ୍ରିୟଦର୍ଶିନୀ):ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ସୋମବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ୍ ପ୍ରତାପ ଜେନା ଓ ବିଧାୟକ ପ୍ରତାପ ଜେନା ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ହେଲେ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ ନ କରି ଅଙ୍କିତ୍ ଫେରିଯାଇଛନ୍ତି। ଏହାକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି। ଏପରି କି ମାହାଙ୍ଗାର ବିଜେଡି ପ୍ରାର୍ଥୀଙ୍କୁ ବଦଳାଇ ପ୍ରତାପ ଜେନାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ଯଦି ପ୍ରାର୍ଥୀ ନ ବଦଳାଏ, ତେବେ ପ୍ରତାପ ବିଜେଡି ପ୍ରାର୍ଥୀ ଅଙ୍କିତ୍ଙ୍କ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଅଙ୍କିତ୍ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
The post ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେନି ପ୍ରତାପ ଜେନାଙ୍କ ପୁଅ appeared first on Dharitri Odia News.