ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ

ଓଡ଼ିଶାର ୬ ବର୍ଷରୁ କମ୍‌ ପ୍ରାୟ ୨୮ ପ୍ରତିଶତ ଶିଶୁ ଅବିକଶିତ ବା ଶାରୀରିକ ଭାବେ ଦୁର୍ବଳ ହୋଇଥିବାବେଳେ ୧୨ ପ୍ରତିଶତ କୁପୋଷଣର ଶିକାର। ସେହିପରି ଶୂନରୁ ୫ ବର୍ଷ ବୟସ ମଧ୍ୟରେ ୩.୨୧ ପ୍ରତିଶତ ପିଲା ଉଚ୍ଚତା ତୁଳନାରେ ପତଳା ହୋଇଥିବାବେଳେ ୧୧.୬୩ ପ୍ରତିଶତଙ୍କ ଓଜନ ବହୁତ କମ୍‌ ବୋଲି କେନ୍ଦ୍ର ସରକାରଙ୍କ ଜୁନ୍‌ ମାସର ପୋଷଣ ଟ୍ରାକର ତଥ୍ୟରୁ ଜଣାପଡ଼ିଛି, ଯାହାକି ଦୀର୍ଘକାଳୀନ କୁପୋଷଣକୁ ସୂଚିତ କରୁଛି। ତେବେ ରାଜ୍ୟ ତୁଳନାରେ ସାରା ଦେଶର […] The post ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ appeared first on Dharitri Odia News.

ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ

ଓଡ଼ିଶାର ୬ ବର୍ଷରୁ କମ୍‌ ପ୍ରାୟ ୨୮ ପ୍ରତିଶତ ଶିଶୁ ଅବିକଶିତ ବା ଶାରୀରିକ ଭାବେ ଦୁର୍ବଳ ହୋଇଥିବାବେଳେ ୧୨ ପ୍ରତିଶତ କୁପୋଷଣର ଶିକାର। ସେହିପରି ଶୂନରୁ ୫ ବର୍ଷ ବୟସ ମଧ୍ୟରେ ୩.୨୧ ପ୍ରତିଶତ ପିଲା ଉଚ୍ଚତା ତୁଳନାରେ ପତଳା ହୋଇଥିବାବେଳେ ୧୧.୬୩ ପ୍ରତିଶତଙ୍କ ଓଜନ ବହୁତ କମ୍‌ ବୋଲି କେନ୍ଦ୍ର ସରକାରଙ୍କ ଜୁନ୍‌ ମାସର ପୋଷଣ ଟ୍ରାକର ତଥ୍ୟରୁ ଜଣାପଡ଼ିଛି, ଯାହାକି ଦୀର୍ଘକାଳୀନ କୁପୋଷଣକୁ ସୂଚିତ କରୁଛି। ତେବେ ରାଜ୍ୟ ତୁଳନାରେ ସାରା ଦେଶର ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଏ କ୍ଷେତ୍ରରେ ସମଗ୍ର ଦେଶର ସ୍ଥିତିକୁ ଦେଖିଲେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକ ନାମ ଲେଖାଇଥିବା ୫ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ୩୮.୯% ଶାରୀରିକ ଭାବେ ଦୁର୍ବଳ ଏବଂ ୧୭% କୁପୋଷଣର ଶିକାର। ୫.୨% ପିଲା ଉଚ୍ଚତା ତୁଳନାରେ ପତଳା।

ନୂଆଦିଲ୍ଲୀ,୨୪ା୭: ପୋଷଣ ଟ୍ରାକର ହେଉଛି ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏକ ମୋବାଇଲ ଭିତ୍ତିକ ଆପ୍ଲିକେଶନ। ଏଥିରେ ବ୍ୟବହୃତ ପ୍ରଯୁକ୍ତି ପିଲାମାନଙ୍କ ମଧ୍ୟରେ ଶାରୀରିକ ଦୁର୍ବଳ, କୁପୋଷଣ ଏବଂ କମ୍‌ ଓଜନ ପିଲାଙ୍କୁ ଚିହ୍ନଟ କରିଥାଏ। ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମାଆ, ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ କୁମାରୀମାନେ ଏହାର ହିତାଧିକାରୀ। ସୁପରଭାଇଜର, ସିଡିପିଓ ଏବଂ ଡିପିଓଙ୍କ ଜରିଆରେ ହିତାଧିକାରୀମାନଙ୍କ ବିକାଶର ପର୍ଯ୍ୟବେକ୍ଷଣ କରାଯିବା ସହ ମାସିକ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ପୋଷଣ ଟ୍ରାକରରୁ ଉପଲବ୍ଧ କମ୍‌ ଓଜନ ଓ ଅତି ଦୁର୍ବଳ ପିଲାମାନଙ୍କ ସ୍ତର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ, ୨୦୧୯-୨୦ (ଏନ୍‌ଏଫ୍‌ଏଚ୍‌ଏସ୍‌୫)ରେ ପୂର୍ବାନୁମାନ କରାଯାଇଥିବା ସ୍ତରଠାରୁ ଯଥେଷ୍ଟ କମ୍‌।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଶିଶୁ ଅଭିବୃଦ୍ଧି ମାନକ ଅନୁଯାୟୀ, ବିକାଶ ନ ହେବା ଦ୍ୱାରା ପିଲାର ଶାରୀରିକ ଏବଂ ମାନସିକ କ୍ଷତି ଘଟିଥାଏ। ଜଣେ ଅବିକଶିତ ଶିଶୁର ବୟସ ତୁଳନାରେ ଉଚ୍ଚତା କମ୍‌ ହୋଇଥାଏ, ଉପଯୁକ୍ତ ବିକାଶିତ ହୋଇ ନ ଥାଏ ଏବଂ ବୃଦ୍ଧିର ଗୁରୁତ୍ୱପୂର୍ଣ୍ଣ ସମୟ ବା ଶୈଶବାବସ୍ଥାରେ ଦୀର୍ଘସମୟ କୁପୋଷଣରେ ରହିଥାଏ ବୋଲି ଶିଶୁରୋଗ ବିଶେଷଜ୍ଞମାନେ କହିଛନ୍ତି। ଅଣ୍ଡରଓ୍ବେଟ୍‌ ଶିଶୁମାନଙ୍କ ଉଚ୍ଚତା ତୁଳନାରେ ଓଜନ ବହୁତ କମ୍‌ ହୋଇଥାଏ। ମୁଖ୍ୟତଃ କୁପୋଷଣ ଏବଂ ଅସ୍ବାସ୍ଥ୍ୟକର ସ୍ଥିତି ପାଇଁ ୫ ବର୍ଷରୁ କମ୍‌ ବୟସର ପିଲାଙ୍କଠାରେ ଏହା ଦେଖାଦେଇଥାଏ।

The post ଓଡ଼ିଶାର ୨୮% ଶିଶୁ ଶାରୀରିକ ଅବିକଶିତ appeared first on Dharitri Odia News.