ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ

ପାଟନା,୧୦ା୪: ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାସ୍ତବରେ ପାଓ୍ବାର ଷ୍ଟାର ନାମରେ ଜଣାଶୁଣା ପଓ୍ବନ ସିଂହ କରାକାଟ୍‌ରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପଓ୍ବନ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ନାହିଁ। ସେ କରାକାଟ୍‌ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଆସନରେ ଉପେନ୍ଦ୍ର କୁଶଓ୍ବାଙ୍କୁ ଏନ୍‌ଡିଏ ଟିକେଟ୍‌ ଦେଇଛି। ରାଜାରାମ ସିଂ ସିପିଆଇ (ଏମ୍‌ଏଲ୍‌) ପକ୍ଷରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସୋସିଆଲ ମିଡିଆ […] The post ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ appeared first on Dharitri Odia News.

ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ

ପାଟନା,୧୦ା୪: ଭୋଜପୁରୀ ସୁପରଷ୍ଟାର ପଓ୍ବନ ସିଂଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବାସ୍ତବରେ ପାଓ୍ବାର ଷ୍ଟାର ନାମରେ ଜଣାଶୁଣା ପଓ୍ବନ ସିଂହ କରାକାଟ୍‌ରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ତେବେ ପଓ୍ବନ କୌଣସି ଦଳରୁ ନିର୍ବାଚନ ଲଢ଼ିବେ ନାହିଁ। ସେ କରାକାଟ୍‌ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି ଆସନରେ ଉପେନ୍ଦ୍ର କୁଶଓ୍ବାଙ୍କୁ ଏନ୍‌ଡିଏ ଟିକେଟ୍‌ ଦେଇଛି। ରାଜାରାମ ସିଂ ସିପିଆଇ (ଏମ୍‌ଏଲ୍‌) ପକ୍ଷରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସୋସିଆଲ ମିଡିଆ ସାଇଟ୍‌ ‘ଏକ୍ସ’ରେ ପ୍ରତିଦ୍ୱନ୍ଦ୍ୱିତା ବିଷୟରେ ସୂଚନା ଦେଇ ପଓ୍ବନ କହିଛନ୍ତି, ସେ କରାକାଟ୍‌ ଆସନରୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମାତା ଗୁରୁତ୍ତରା ଭୂମିରୁ’ ଅର୍ଥାତ୍‌ ମା’ ଏହି ଭୂମିଠାରୁ ଭାରୀ ଏବଂ ମୁଁ ମୋର ମାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି। ମୁଁ ନିଷ୍ପତ୍ତି ନେଇଛି, ବିହାରର କରାକାଟ୍‌ରୁ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଜୟ ମାତା ଦୀ।

କହିରଖୁଛୁ, ଆସନସୋଲରୁ ପଓ୍ବନଙ୍କୁ ଭାଜପା ଟିକେଟ୍‌ ଦେଇଥିଲା। କିନ୍ତୁ ପଓ୍ବନ ବ୍ୟକ୍ତିଗତ କାରଣ ଦର୍ଶାଇ ଆସନସୋଲ ଆସନ ଛାଡ଼ିବାକୁ ଘୋଷଣା କରିଥିଲେ। ତେବେ ଏହା ପରେ ସୁପରଷ୍ଟାର ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।

The post ଏହି ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପଓ୍ବନ ସିଂ appeared first on Dharitri Odia News.