ବସ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର,୧୫।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବଡ଼ବିଲରୁ ଭୁବନେଶ୍ୱର ଆସିଥିବା ଏକ ଘରୋଇ ବସ୍‌ ଘଟଗାଁ ଥାନା ପିପିଳିଆ ଗ୍ରାମ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମଳିଥିବା ସୂଚନା ବୁତାବକ, ବସ୍‌ଟି ରାସ୍ତାରେ ଅଟକି ରହିଥିଲା। ସେତିକିବେଳେ ଯାତ୍ରୀମାନେ ଓହ୍ଲାଇ ପରିସ୍ରା ପାଇଁ ବାହାରକୁ ଯାଇଥିଲେ। ସେତିକିବେଳେ ପଛ ପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଟିଥିଲା। […] The post ବସ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ appeared first on Dharitri Odia News.

ବସ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର,୧୫।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବଡ଼ବିଲରୁ ଭୁବନେଶ୍ୱର ଆସିଥିବା ଏକ ଘରୋଇ ବସ୍‌ ଘଟଗାଁ ଥାନା ପିପିଳିଆ ଗ୍ରାମ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ମଳିଥିବା ସୂଚନା ବୁତାବକ, ବସ୍‌ଟି ରାସ୍ତାରେ ଅଟକି ରହିଥିଲା। ସେତିକିବେଳେ ଯାତ୍ରୀମାନେ ଓହ୍ଲାଇ ପରିସ୍ରା ପାଇଁ ବାହାରକୁ ଯାଇଥିଲେ। ସେତିକିବେଳେ ପଛ ପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବସ୍‌କୁ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଟିଥିଲା।

ଫଳରେ ଟ୍ରକ ଡ୍ରାଇଭରଙ୍କ ସମେତ ବସ୍‌ରେ ଥିବା ପ୍ରାୟ ୧୦ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୩ଜଣ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଅନ୍ୟମାନେ ଘଟଗାଁ ଓ କେନ୍ଦୁଝର ମେଡ଼ିକାଲରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡ଼ିଛି। ଘଟଗାଁ ଥାନା ପୋଲିସ ବସ୍‌ ଏବଂ ଟ୍ରକ୍‌କୁ ଜବତ କରି ତଦନ୍ତ କରୁଛି।

The post ବସ୍‌କୁ ପିଟିଲା ଲୁହାପଥର ବୋଝେଇ ଟ୍ରକ appeared first on Dharitri Odia News.