‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video
ନୂଆଦିଲ୍ଲୀ,୧୬।୭: ଟିମ୍ ଇଣ୍ଡିଆର ନୂତନ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି। ଏହାକୁ ନେଇ ଦଳ ଘୋଷଣା ହୋଇ ନ ଥିବା ବେଳେ ଗମ୍ଭୀର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କ କଥା କ୍ରିକେଟ ପ୍ରଶଂସକଙ୍କୁ ଭାବବିହ୍ବଳ […] The post ‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video appeared first on Dharitri Odia News.
ନୂଆଦିଲ୍ଲୀ,୧୬।୭: ଟିମ୍ ଇଣ୍ଡିଆର ନୂତନ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି। ଏହାକୁ ନେଇ ଦଳ ଘୋଷଣା ହୋଇ ନ ଥିବା ବେଳେ ଗମ୍ଭୀର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କ କଥା କ୍ରିକେଟ ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। କାରଣ ଏହା କୋଲକାତା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ରହିଛି। ଗମ୍ଭୀର ଦଳ ଛାଡ଼ୁଥିବାରୁ ବାର୍ତ୍ତା ଦେଇଛନ୍ତି।
ଦୀର୍ଘ ୭ ବର୍ଷ ଧରି ଅଧିନାୟକ ରହିବା ପରେ ଗମ୍ଭୀର ଗତ ବର୍ଷ ମେଣ୍ଟର ଭାବେ ଯୋଗ ଦେଇଥିଲେ। ତାଙ୍କ ସମୟରେ ଦଳ ୧୦ ବର୍ଷ ପରେ ୨୦୨୪ ଟାଇଟଲ ଜିତିଥିଲା। ଏବେ ବିସିସିଆଇ ସହ ଚୁକ୍ତି ଯୋଗୁ ଗମ୍ଭୀରଙ୍କୁ ଆଇପିଏଲ୍ ଛାଡ଼ିବାକୁ ହେବ। ଏଣୁ ନୂଆ ପଦକୁ ଯାଉ ଯାଉ ସେ କୋଲକାତା ପ୍ରଶଂସକଙ୍କ ପାଇଁ ଭାବୁକ ବାର୍ତ୍ତା ଦେଇଛନ୍ତି। ଇଡେନ୍ ଗାର୍ଡେନରେ ଭିଡିଓଟି ଶୁଟିଂ କରାଯାଇଛି। ଏବେ ନୂଆ କାହାଣୀ ଲେଖିବାର ସମୟ। କେକେଆର୍ର ବାଇଗଣୀ ରଙ୍ଗ ନୁହେଁ ବରଂ ଟିମ୍ ଇଣ୍ଡିଆର ନୀଳ ରଙ୍ଗରେ ତାହା ହେବ। ତ୍ରିରଙ୍ଗା ପାଇଁ ହେବ। ପ୍ରାୟ ଦେଢ଼ ମିନିଟର ଭିଡିଓ ବେଶ କିଛି କ୍ଷଣ ବାନ୍ଧିରଖୁଥିବା ବେଳେ ନୂଆ ଆଶା ସଞ୍ଚାର କରୁଛି।
ଦେଖନ୍ତୁ ଭିଡିଓ:
Come Kolkata, let’s create some new legacies @KKRiders @iamsrk @indiancricketteam
Dedicated to Kolkata and KKR fans…
Special thanks to Cricket Association of Bengal @cabcricket @kkriders
Directed by:
@pankyyyyyyyyyyyyDOP: @Rhitambhattacharya
Written by:
Dinesh Chopra… pic.twitter.com/vMcUjalOLj— Gautam Gambhir (@GautamGambhir) July 16, 2024
The post ‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video appeared first on Dharitri Odia News.