ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ

ଭୁବନେଶ୍ୱର,୨୫।୨: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ। ଚିଠା ନୀତି ବାବଦରେ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ସଂଗ୍ରହ କରାଯିବ। ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି […] The post ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ appeared first on Dharitri Odia News.

ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ

ଭୁବନେଶ୍ୱର,୨୫।୨: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ କରାଯିବ।

ଚିଠା ନୀତି ବାବଦରେ ଛାତ୍ରୀଛାତ୍ର, ଶିକ୍ଷକ, ଅଭିଭାବକଙ୍କ ମତ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି। ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତାମତ ସଂଗ୍ରହ କରାଯିବ। ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

The post ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ appeared first on Dharitri Odia News.