ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିଛି। ଏଥିରେ ଗୋଟିଏ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ପୁର୍ଣ୍ଣଚନ୍ଦ୍ର ମୁନି (୪୦) ଓ ତାଙ୍କ ପୁଅ ଅମରନାଥ ମୁନି (୧୭)। ସ୍ଥାନୀୟ ଲୋକେ ୨ଜଣଙ୍କୁ ଉଦ୍ଧାର କରି ଚିକିତ୍ସା […] The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର appeared first on Dharitri Odia News.

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର

ହିଞ୍ଜିଳିକାଟୁ, ୧୬।୪(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ରାଳବ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିଛି। ଏଥିରେ ଗୋଟିଏ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ପୁର୍ଣ୍ଣଚନ୍ଦ୍ର ମୁନି (୪୦) ଓ ତାଙ୍କ ପୁଅ ଅମରନାଥ ମୁନି (୧୭)। ସ୍ଥାନୀୟ ଲୋକେ ୨ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବାପା ପୁର୍ଣ୍ଣଚନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଚିକିତ୍ସାଳୟରେ ପହଞ୍ଚି ଆହତ ବାପା ଓ ପୁଅଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ପ୍ରକାରେ, ହିଞ୍ଜିଳି ଥାନା ରାଳବ ଗ୍ରାମ ଦେଉଳ ସାହିର ପୁର୍ଣ୍ଣଚନ୍ଦ୍ର ମୁନି ଓ ପଡୋଶୀ ରାମଚନ୍ଦ୍ର ମୁନିଙ୍କ ସହ ଗତ କିଛି ବର୍ଷ ଧରି ଶତୃତା ଲାଗି ରହିଥିଲା। ମଙ୍ଗଳବାର ରାତି ପ୍ରାୟ ସାଢେ ୯ ଘଣ୍ଟା ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୈାଣସି କାରଣରୁ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ଧାରଣ କରିବା ସହ ଶାବଳ ଓ ମାରଣାସ୍ତ୍ର ରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ପୁର୍ଣ୍ଣଚନ୍ଦ୍ର ମୁନି ଓ ତାଙ୍କ ପୁଅ ଅମରନାଥ ମୁନି ( ବାପା ଓ ପୁଅ) ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବାପା ଓ ପୁଅଙ୍କ ଚିତ୍କାର ଶୁଣି ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ: ବାପ-ପୁଅ ଗୁରୁତର appeared first on Dharitri Odia News.