ନିର୍ବାଚନ ସରିବା ପରେ ପୁଣି ଆନ୍ଧ୍ର ନଜରରେ କୋଟିଆ, ବୁଲୁଛନ୍ତି ଟିଡିପ କର୍ମଚାରୀ

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): କିଛି ଦିନର ନୀରବତା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ନିର୍ବାଚନ ସରିବାର ୩ ମାସ ପରେ ଆନ୍ଧ୍ରରେ ନିର୍ବାଚିତ ନୂତନ ସରକାର ଟିଡିପିର କର୍ମଚାରୀମାନେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଶନିବାର ନାଟକ ମାଧ୍ୟମରେ ସୀମାନ୍ତବାସୀଙ୍କୁ ସଚେତନ କରିଛନ୍ତି। ପଞ୍ଚାୟତର ନେରିଡିବାଲସା ଗ୍ରାମରେ ଆନ୍ଧ୍ର କର୍ମଚାରୀମାନେ ପହଞ୍ଚି ତେଲୁଗୁ ଭାଷାରେ ନାଟକ ପରିବେଷଣ କରି ଲୋକମାନଙ୍କୁ ସଚେତନ କରିଥିଲେ। ଏପରି କି […] The post ନିର୍ବାଚନ ସରିବା ପରେ ପୁଣି ଆନ୍ଧ୍ର ନଜରରେ କୋଟିଆ, ବୁଲୁଛନ୍ତି ଟିଡିପ କର୍ମଚାରୀ appeared first on Dharitri Odia News.

ନିର୍ବାଚନ ସରିବା ପରେ ପୁଣି ଆନ୍ଧ୍ର ନଜରରେ କୋଟିଆ, ବୁଲୁଛନ୍ତି ଟିଡିପ କର୍ମଚାରୀ

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): କିଛି ଦିନର ନୀରବତା ପରେ ପୁଣି ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିଛି। ନିର୍ବାଚନ ସରିବାର ୩ ମାସ ପରେ ଆନ୍ଧ୍ରରେ ନିର୍ବାଚିତ ନୂତନ ସରକାର ଟିଡିପିର କର୍ମଚାରୀମାନେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଶନିବାର ନାଟକ ମାଧ୍ୟମରେ ସୀମାନ୍ତବାସୀଙ୍କୁ ସଚେତନ କରିଛନ୍ତି।

ପଞ୍ଚାୟତର ନେରିଡିବାଲସା ଗ୍ରାମରେ ଆନ୍ଧ୍ର କର୍ମଚାରୀମାନେ ପହଞ୍ଚି ତେଲୁଗୁ ଭାଷାରେ ନାଟକ ପରିବେଷଣ କରି ଲୋକମାନଙ୍କୁ ସଚେତନ କରିଥିଲେ। ଏପରି କି ଉକ୍ତ ଗ୍ରାମରେ ଆନ୍ଧ୍ରର ଏପିଜିଭିବି ବ୍ୟାଙ୍କ ଅର୍ଥନୈତିକ ସାକ୍ଷରତା ଶିବିର କରି ସୀମାନ୍ତବାସୀଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରିଛି। ଏନେଇ ଓଡ଼ିଶାର ପଟ୍ଟାଙ୍ଗି ବିଡିଓ ସୁକାନ୍ତ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ, ଏ ସମ୍ପର୍କରେ ଖବର ପାଇଛି। ଏହାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

The post ନିର୍ବାଚନ ସରିବା ପରେ ପୁଣି ଆନ୍ଧ୍ର ନଜରରେ କୋଟିଆ, ବୁଲୁଛନ୍ତି ଟିଡିପ କର୍ମଚାରୀ appeared first on Dharitri Odia News.