ମହିଳା ଟି-୨୦ କ୍ରିକେଟ୍ ବିଶ୍ବକପ୍; ସଂଧ୍ୟାରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା
ମୁମ୍ବାଇ: ମହିଳା ଟି-୨୦ କ୍ରିକେଟ୍ ବିଶ୍ବକପ୍ ୨୦୨୪ । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୧୮ତମ ମ୍ୟାଚ୍ । ସଂଧ୍ୟାରେ ସାରଜାରେ ମୁହାଁମୁହିଁ ହେବେ ଉଭୟ ଦଳ । ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଆଜିର ମ୍ୟାଚ୍ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ଏପଟେ ନେଟ୍ ରନରେଟ୍ ଉପରେ ହର୍ମନପ୍ରତି ବାହୀନକୁ ଧ୍ୟାନ ଦେବାକୁ ହେବ । ଗ୍ରୁପ-ଏ ରେ ନ୍ୟୁଜିଲାଣ୍ଡର ଆହୁରି ଦୁଇଟି ମ୍ୟାଚ୍ ଥିବାରୁ ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ହୋଇଛି । ଅନ୍ୟପଟେ ବିଶ୍ବକପର ଗ୍ରୁପ୍ ଷ୍ଟେଜ୍ରେ ଅଷ୍ଟ୍ରେଲିଆ ଦଳ ଏଯାଏଁ ତିନୋଟି ମ୍ୟାଚ୍ ଖେଳିଛି । ସମସ୍ତ ମ୍ୟାଚରେ ଦଳ ବିଜୟ ମିଳିଛି । ଫଳରେ କଙ୍ଗାରୁ ବାହିନୀ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ତେଣୁ ଆଜିର ମ୍ୟାଚକୁ ବିନା ଚାପରେ ଖେଳିବ ଟିମ୍ ଏଲିସ୍ ହେଲି ।ଭାରତୀୟ ଦଳ ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୯ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ୧୩ଟି ବିଜୟ ମିଳିଥିବା ବେଳେ ୫ଟି ମ୍ୟାଚରେ ପରାଜୟ ସାମ୍ନା କରିବାକୁ ପଡ଼ିଛି । ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ନାହିଁ । ଭାରତୀୟ ମହିଳା ଦଳ ପାଇଁ ଚଳିତ ସିଜିନ୍ ଭଲ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି ।ଏପଟେ ଅଲରାଉଣ୍ଡର ପୂଜା ବସ୍ତ୍ରକର ଆହତ ଥ
ମୁମ୍ବାଇ: ମହିଳା ଟି-୨୦ କ୍ରିକେଟ୍ ବିଶ୍ବକପ୍ ୨୦୨୪ । ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୧୮ତମ ମ୍ୟାଚ୍ । ସଂଧ୍ୟାରେ ସାରଜାରେ ମୁହାଁମୁହିଁ ହେବେ ଉଭୟ ଦଳ । ସେମି ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଆଜିର ମ୍ୟାଚ୍ ଭାରତୀୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ଏପଟେ ନେଟ୍ ରନରେଟ୍ ଉପରେ ହର୍ମନପ୍ରତି ବାହୀନକୁ ଧ୍ୟାନ ଦେବାକୁ ହେବ । ଗ୍ରୁପ-ଏ ରେ ନ୍ୟୁଜିଲାଣ୍ଡର ଆହୁରି ଦୁଇଟି ମ୍ୟାଚ୍ ଥିବାରୁ ଅଷ୍ଟ୍ରେଲିଆ ବିରୋଧରେ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ହୋଇଛି । ଅନ୍ୟପଟେ ବିଶ୍ବକପର ଗ୍ରୁପ୍ ଷ୍ଟେଜ୍ରେ ଅଷ୍ଟ୍ରେଲିଆ ଦଳ ଏଯାଏଁ ତିନୋଟି ମ୍ୟାଚ୍ ଖେଳିଛି । ସମସ୍ତ ମ୍ୟାଚରେ ଦଳ ବିଜୟ ମିଳିଛି । ଫଳରେ କଙ୍ଗାରୁ ବାହିନୀ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ତେଣୁ ଆଜିର ମ୍ୟାଚକୁ ବିନା ଚାପରେ ଖେଳିବ ଟିମ୍ ଏଲିସ୍ ହେଲି ।
ଭାରତୀୟ ଦଳ ୨୦୨୪ରେ ବର୍ତ୍ତମାନ ସୁଦ୍ଧା ୧୯ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ୧୩ଟି ବିଜୟ ମିଳିଥିବା ବେଳେ ୫ଟି ମ୍ୟାଚରେ ପରାଜୟ ସାମ୍ନା କରିବାକୁ ପଡ଼ିଛି । ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ନାହିଁ । ଭାରତୀୟ ମହିଳା ଦଳ ପାଇଁ ଚଳିତ ସିଜିନ୍ ଭଲ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିରୋଧରେ ଆଜିର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି ।
ଏପଟେ ଅଲରାଉଣ୍ଡର ପୂଜା ବସ୍ତ୍ରକର ଆହତ ଥିବାରୁ ସେ ଆଜିର ମ୍ୟାଚ୍ ଖେଳିବା ନେଇ ଦ୍ବନ୍ଦ୍ବ ଦେଖାଯାଇଛି । ତେଣୁ ତାଙ୍କ ସ୍ଥାନରେ ଅରୁନ୍ଧତୀ ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ । ସେ ଭାରତ ପାଇଁ ଦ୍ବିତୀୟ ବୋଲିଂ ବିକଳ୍ପ ରହିଛନ୍ତି । ଶ୍ରୀଲଙ୍କା ବିରୋଧ ମ୍ୟାଚରେ ଶ୍ରେୟଙ୍କା ପାଟିଲ୍ ଦମଦାର ପ୍ରଦର୍ଶନ ଦେଖାଇଥିଲେ । ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏପଟେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୩୪ ଟି-୨୦ ମ୍ୟାଚ୍ ହୋଇଛି । ଏଥିରେ କଙ୍ଗାରୁ ବାହିନୀର ପଲ୍ଲା ଭାରି ରହିଛି । ଅଷ୍ଟ୍ରେଲିଆ ଦଳ ୨୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଇଣ୍ଡିଆ ମାତ୍ର ୭ଟି ମ୍ୟାଚରେ ଜିତିଛି । ତେଣୁ ଆଜିର ମ୍ୟାଚ୍ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କୁହାଯାଯାଉଛି ।