ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ

ଭୁବନେଶ୍ଵର: ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି। ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ଭତ୍ତା ବାବଦ ୩ ହଜାର ଟଙ୍କା ଏବଂ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ପ୍ରତିଶତ ଅକ୍ଷମତା ଥିବା ଭନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ।ତେବେ ଏହି ପ୍ରତିଶ୍ରୁତିକୁ ବିଜେପି ପାଳନ କରୁ ନ ଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି। ଏହାକୁ ନେଇ ଆଜିଠାରୁ ବିଜେଡି ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ।ସେପଟେ ବିଜେପି କହିଛି ବିରୋଧୀ ଦଳ ଗାଁକୁ ଯାଆନ୍ତୁ।୨୪ ବର୍ଷ ଭିତରେ ଯାହା କରିନାହାନ୍ତି ତାଲିକା ଦିଅନ୍ତୁ। ଆମେ ୫ ବର୍ଷ ଭିତରେ ପୂରଣ କରିବୁ। ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ  ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ଅକ୍ଷମତା ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ବିଜେଡି ବିଜେପି ସରକାରକୁ ଘେରିବାକୁ ଯୋଜନା କରିଛି। ସିଧା ଗାଁରୁ ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବ ବିଜେଡି। ଏବଂ କାଲିଠାରୁ ୭ ଦିନ ପର୍ଯ୍ୟନ୍ତ  ବିଭିନ୍ନ

ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି, ଆଜିଠୁ ବିଜେଡିର ଜାଗରଣ ଅଭିଯାନ

ଭୁବନେଶ୍ଵର: ନିର୍ବାଚନକୁ ଦୁଇ ମାସ ପୁରିଥିବା ବେଳେ ଆଜିଠୁ ପୁଣି ଭତ୍ତାକୁ ନେଇ ଗାଁ ଓ ପଞ୍ଚାୟତରେ ଜମିବ ରାଜନୀତି। ବିଜେପି ସରକାର ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ଭତ୍ତା ବାବଦ ୩ ହଜାର ଟଙ୍କା ଏବଂ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଓ ୮୦ପ୍ରତିଶତ ଅକ୍ଷମତା ଥିବା ଭନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ।ତେବେ ଏହି ପ୍ରତିଶ୍ରୁତିକୁ ବିଜେପି ପାଳନ କରୁ ନ ଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି। ଏହାକୁ ନେଇ ଆଜିଠାରୁ ବିଜେଡି ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ।ସେପଟେ ବିଜେପି କହିଛି ବିରୋଧୀ ଦଳ ଗାଁକୁ ଯାଆନ୍ତୁ।୨୪ ବର୍ଷ ଭିତରେ ଯାହା କରିନାହାନ୍ତି ତାଲିକା ଦିଅନ୍ତୁ। ଆମେ ୫ ବର୍ଷ ଭିତରେ ପୂରଣ କରିବୁ। 

ଆଜିଠାରୁ ଗାଁକୁ ଯିବ ବିଜେଡି। ଭତ୍ତାକୁ ନେଇ ଲୋକଙ୍କୁ କରିବ ସଚେତନ। ଗାଁରେ ବିଜେପି ସରକାର ବିରୋଧରେ ଗର୍ଜିବ ବିଜେଡି। ବିଜେପି ନିର୍ବାଚନ ଇସ୍ତାହାରରେ ସମସ୍ତଙ୍କୁ ୩ ହଜାର ଟଙ୍କା ଭତ୍ତା ଦେବାକୁ  ପ୍ରତିଶ୍ରୁତି ଦେଇଥିଲା। ହେଲେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ଅକ୍ଷମତା ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ବୋଲି ବିଜେପି ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ବିଜେଡି ବିଜେପି ସରକାରକୁ ଘେରିବାକୁ ଯୋଜନା କରିଛି। ସିଧା ଗାଁରୁ ବିଜେପି ବିରୋଧରେ ଲୋକଙ୍କୁ ଏକାଠି କରିବ ବିଜେଡି। ଏବଂ କାଲିଠାରୁ ୭ ଦିନ ପର୍ଯ୍ୟନ୍ତ  ବିଭିନ୍ନ ପଞ୍ଚାୟତରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବ।ଏହା ସହିତ ଯିଏ ଯେଉଁ ପଞ୍ଚାୟତରେ ଜନଜାଗରଣ କରିବେ ହ୍ବାଟସ ଆପରେ ତାର ଫଟୋ ମୁଖ୍ୟାଳୟକୁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ରହିଛି। 

ବିଜେଡିର ଗାଁକୁ ଯିବା ରଣନୀତି ଦେଖି ବିଜେପିର ରିଆକସନ।ଦଳ କହିଛି  ବୁଲିବା ପାଇଁ ସମସ୍ତଙ୍କ ଗଣତାନ୍ତ୍ରିକ ଅଧିକାର ଅଛି। ଆମେ ବି ଚାହିଁବୁ ବିରୋଧୀ ଦଳ ନେତା ରାଜ୍ୟର ସବୁ କୋଣ ଅନୁକୋଣ ଯାଆନ୍ତୁ। ଲୋକଙ୍କ ଦୁଃଖ ଦୁର୍ଦ୍ଦଶା, ସୁବିଧା ଅସୁବିଧା ବୁଝନ୍ତୁ । ଲୋକଙ୍କ ଯେଉଁ ସମସ୍ୟା ସମାଧାନ ହୋଇନି, ସେଥିପାଇଁ ପରାମର୍ଶ ଦିଅନ୍ତୁ । ଯେଉଁ କାମ ସେ ୨୪ ବର୍ଷ ଭିତରେ କରିପାରିନାହାନ୍ତି, ସେହି ସବୁ କାମ ବିଜେପି ସମାପ୍ତ କରିବା ପାଇଁ ଲିଷ୍ଟ କରି ଦିଅନ୍ତୁ ।

ବିଜେପି ସଂକଳ୍ପ କରି ଆସିଛି, ସେ ସବୁ କାମକୁ ୫ ବର୍ଷ ଭିତରେ ପୁରା କରିବ । ଯେଉଁ କାମ ସେ କରିପାରିନାହାଁନ୍ତି ବୋଲି ସ୍ବୀକାର କରିବେ, ଆମେ ସେହି କାମ କରିବୁ   ବୋଲି ବିଜେପି ସଭାପତି ମନମୋହନ ସମାଲ କହିଛନ୍ତି।   ଏପଟେ କଂଗ୍ରେସ କହିଛି ବିଜେପି ବିଜେଡି ଦୁର୍ବଳ କରିବାକୁ ପ୍ରାୟ କରୁଛି ସେଥିପାଇଁ ବିଜେଡି ଏବେ ତୃଣମୂଳ ସ୍ତରରେ କର୍ମୀଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରାୟସ କରୁଛି ବୋଲି କଂଗ୍ରେସ କହିଛି। ବିଜେଡି ଗାଁ ଯିବା ପରେ ଏବେ ଭତ୍ତାକୁ ନେଇ ଗାଁ ରାଜନୀତି ପୁଣି ସରଗରମ ହେବ।  ପୁଣି ଗାଁରେ ମୁହାଁ ମୁହିଁ ହେବେ  ବିଜେଡି ବିଜେପି।