ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କଲା ବନ ବିଭାଗ

ଆନନ୍ଦପୁର : ହାତୀ ଦାନ୍ତ ବ୍ୟବସାୟୀଙ୍କୁ ନିଜ ଫାନ୍ଧରେ ଫସାଇ ୨ଟି ହାତୀ ଦାନ୍ତ ଜବଦ କରିବାସହ ବ୍ୟବସାୟୀଙ୍କୁ ଗିରଫ କରିଛି ଆନନ୍ଦପୁର ବନ ବିଭାଗ । ଘଟଗାଁ ଥାନା ମେଲାଣ ଗାଁର ସୁଧା ମାଙ୍କିଡିଆ ଚୋରା ହାତୀ ଦାନ୍ତ ବ୍ୟବସାୟ କରୁଥିବା ଓ ତାଙ୍କ ଠାରେ ଦାନ୍ତ ମହଜୁଦ ଥିବା ଖବର ବନବିଭାଗ ନିକଟରେ ରହିଥିଲା।  ତେବେ ସୁଧାକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବନ ବିଭାଗ । ଜଣେ ବ୍ୟକ୍ତିଙ୍କୁ କିଣିବା ପାଇଁ […] The post ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କଲା ବନ ବିଭାଗ appeared first on KNews Odisha.

ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କଲା ବନ ବିଭାଗ
anandpur elephant teeth

ଆନନ୍ଦପୁର : ହାତୀ ଦାନ୍ତ ବ୍ୟବସାୟୀଙ୍କୁ ନିଜ ଫାନ୍ଧରେ ଫସାଇ ୨ଟି ହାତୀ ଦାନ୍ତ ଜବଦ କରିବାସହ ବ୍ୟବସାୟୀଙ୍କୁ ଗିରଫ କରିଛି ଆନନ୍ଦପୁର ବନ ବିଭାଗ । ଘଟଗାଁ ଥାନା ମେଲାଣ ଗାଁର ସୁଧା ମାଙ୍କିଡିଆ ଚୋରା ହାତୀ ଦାନ୍ତ ବ୍ୟବସାୟ କରୁଥିବା ଓ ତାଙ୍କ ଠାରେ ଦାନ୍ତ ମହଜୁଦ ଥିବା ଖବର ବନବିଭାଗ ନିକଟରେ ରହିଥିଲା।  ତେବେ ସୁଧାକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବନ ବିଭାଗ । ଜଣେ ବ୍ୟକ୍ତିଙ୍କୁ କିଣିବା ପାଇଁ ବନବିଭାଗ ପ୍ଲାନ କରିଥିଲା ।

୨୦ ନଂ ଜାତୀୟ ରାଜଥର ଧକେଠା ନିକଟ ତ୍ରୀରଙ୍ଗା ଢାବା ନିକଟରେ ହେବାକୁ ଥିଲା ଡିଲ୍ ।  ଠିକଣା ସମୟରେ ୨ଟି ଦାନ୍ତ ଧରି ଢାବା ନିକଟରେ ପହଁଞ୍ଚିଥିଲା ସୁଧା ।  ଏହି ସମୟରେ ସାଧା ପେଷାକରେ ଥିବା ବନବିଭାଗ ଟିମ୍ ମାଡି ବସିଥିଲା ।  ଗିରଫ ସୁଧା ଠାରୁ ଜବଦ ଦୁଇଟି ଦାନ୍ତର ଜନ ପାଖାପାଖି ୧କିଲୋ ହେବ ।  ତେବେ ସୁଧା ପୂର୍ବରୁ ଘଟଗାଁ ବନାଞ୍ଚଳରେ ହାତିଦାନ୍ତ ବିକ୍ରୀ କରୁଥିବା ସମୟରେ ଧରାପଡି ଜେଲ୍ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

The post ହାତୀ ଦାନ୍ତ ବ୍ୟବସାୟୀଙ୍କୁ ଗିରଫ କଲା ବନ ବିଭାଗ appeared first on KNews Odisha.