ଗଣମାଧ୍ୟମରେ ଚର୍ଚ୍ଚା, ଓଡ଼ିଶାରେ ଭାଜପା ବିଜୟୀ ହେବା ପଛରେ ଅଛି ପାଣ୍ଡିଆନଙ୍କ ହାତ? ନବୀନ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୨୨।୭: ଓଡ଼ିଶା ରାଜନୀତିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୂର୍ବତନ ସହକର୍ମୀ ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। ନବୀନ ପଟ୍ଟନାୟକ ଏକ ଗଣମାଧ୍ୟମ ରିପୋର୍ଟର ଦାବିକୁ ଅସ୍ବୀକାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରିବାକୁ ତାଙ୍କ ପୂର୍ବତନ ସହକର୍ମୀ ଭି.କେ ପାଣ୍ଡିଆନ ଭାଜପା ସହ ଚୁକ୍ତି କରିଛନ୍ତି। ସୋମବାର ମାଇକ୍ରୋବ୍ଲଗିଂ ସାଇଟ ଏକ୍ସ ରେ ଏକ […] The post ଗଣମାଧ୍ୟମରେ ଚର୍ଚ୍ଚା, ଓଡ଼ିଶାରେ ଭାଜପା ବିଜୟୀ ହେବା ପଛରେ ଅଛି ପାଣ୍ଡିଆନଙ୍କ ହାତ? ନବୀନ ଦେଲେ ବଡ଼ ବୟାନ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୭: ଓଡ଼ିଶା ରାଜନୀତିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୂର୍ବତନ ସହକର୍ମୀ ଭି.କେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। ନବୀନ ପଟ୍ଟନାୟକ ଏକ ଗଣମାଧ୍ୟମ ରିପୋର୍ଟର ଦାବିକୁ ଅସ୍ବୀକାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରିବାକୁ ତାଙ୍କ ପୂର୍ବତନ ସହକର୍ମୀ ଭି.କେ ପାଣ୍ଡିଆନ ଭାଜପା ସହ ଚୁକ୍ତି କରିଛନ୍ତି।
ସୋମବାର ମାଇକ୍ରୋବ୍ଲଗିଂ ସାଇଟ ଏକ୍ସ ରେ ଏକ ପୋଷ୍ଟରେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି ଯେ ପାଣ୍ଡିଆନଙ୍କ ବିଷୟରେ ଗଣମାଧ୍ୟମରେ ଯାହା କୁହାଯାଉଛି ତାହା ଭୁଲ ଏବଂ ଭିତ୍ତିହୀନ। ଏହା ସହିତ ସେ ଏକ ମିଡିଆ ରିପୋର୍ଟ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ପାଣ୍ଡିଆନ ଭାଜପା ସହିତ ଚୁକ୍ତି କରିଛନ୍ତି ବୋଲି ଦାବି କରାଯାଇଥିଲା।
The post ଗଣମାଧ୍ୟମରେ ଚର୍ଚ୍ଚା, ଓଡ଼ିଶାରେ ଭାଜପା ବିଜୟୀ ହେବା ପଛରେ ଅଛି ପାଣ୍ଡିଆନଙ୍କ ହାତ? ନବୀନ ଦେଲେ ବଡ଼ ବୟାନ appeared first on Dharitri Odia News.