Pakistan Bomb Blast: ଟ୍ରେନ୍କୁ ଅପେକ୍ଷା କରିଥିଲେ ଯାତ୍ରୀ; ଘଟିଲା ଭୟଙ୍କର ବିସ୍ଫୋରଣ, ଚାଲିଗଲା ୨୫ ଜୀବନ
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି। କ୍ୱେଟାରୁ ପେଶାୱାରକୁ ଏକ ଟ୍ରେନ୍ ଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ତେବେ ପାକିସ୍ତାନୀ ବିଚ୍ଛିନ୍ନତାବାଦୀ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡିଛି।
ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଜାଫର ଏକ୍ସପ୍ରେସ ପ୍ଲାଟଫର୍ମରେ ପହଞ୍ଚିବାର କିଛି ସମୟ ପୂର୍ବରୁ ରେଳ ଷ୍ଟେସନର ବୁକିଂ ଅଫିସରେ ଏହି ବିସ୍ଫୋରଣ ଘଟିଥିଲା। । ଟ୍ରେନ୍ଟି ସକାଳ ୯ ଟାରେ ପେଶୱାର ଅଭିମୁଖେ ଯାତ୍ରା କରିବାର ଥିଲା। ତେବେ ବିସ୍ଫୋରଣର କାରଣରୁ ଟ୍ରେନଟି ପ୍ଲାଟଫର୍ମରେ ପହଞ୍ଚି ନଥିଲା। ବାଲୁଚିସ୍ତାନ ଲିବରେସନ ଆର୍ମି (BLA) ନିଜକୁ ଏହି ବିସ୍ଫୋରଣ ପାଇଁ ଦାୟୀ କରିଛି। ଏକ ବିବୃତିରେ କହିଛି ଯେ ଆତ୍ମଘାତୀ ବିସ୍ଫୋରଣକାରୀ ରେଳ ଷ୍ଟେସନରେ ନିୟୋଜିତ ସୈନିକମାନଙ୍କୁ ଟାର୍ଗେଟ କରିଥିଲେ ।
ସରକାରୀ ମୁଖପାତ୍ର ସହିଦ ରିନ୍ଦଙ୍କ ସୂଚନା ଅନୁସାରେ, ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଚାଲିଛି। ଏହାପୂର୍ବରୁ ବାଲୁଚିସ୍ତାନ ଇନ୍ସପେକ୍ଟର ଜେନେରାଲ ମୌଜ୍ଜମ ଜାହ ଅନସାରୀ ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି। ସେ କହିଛନ୍ତି, "ଟାର୍ଗେଟରେ Infantry Schoolର ସୈନ୍ୟମାନେ ଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
#ପାକିସ୍ତାନରେ_ବଡ଼_ଧରଣର_ବିସ୍ଫୋରଣ
ଦକ୍ଷିଣ-ପଶ୍ଚିମ ବାଲୁଚସ୍ତାନ ପ୍ରଦେଶର କ୍ୱେଟା ରେଳ ଷ୍ଟେସନରେ ବିସ୍ଫୋରଣ ଘଟିଛି। ଏଥିରେ ୧୪ ସୈନିକଙ୍କ ସମେତ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ରୁ ଅଧିକ ଜଣ ଆହତ ହୋଇଛନ୍ତି।#Blast #Pakistan #RailwayStation #SuicideBomber #OTV pic.twitter.com/MErzTl2UIp — ଓଟିଭି (@otvkhabar) November 9, 2024
ହସ୍ପିଟାଲର ମୁଖପାତ୍ର ଡାକ୍ତର ୱାସିମ ବାଗ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୪୪ ଆହତଙ୍କୁ ସିଭିଲ ହସ୍ପିଟାଲକୁ ଅଣାଯାଇଛି। କ୍ୱେଟାର ପୋଲିସ୍ ଅଧିକାରୀ ଆୟେଶା ଫୌଜ କହିଛନ୍ତି ଯେ ଡାକ୍ତରଖାନାରେ ବହୁ ଗୁରୁତର ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ବିବୃତିରେ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହ ଏହି ଆକ୍ରମଣରେ ସଂପୃକ୍ତ ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ଦୂର କରିବା ପାଇଁ ସୁରକ୍ଷା ବାହିନୀ ପ୍ରତିଶ୍ରୁତିବଦ୍ଧ।
ବାଲୁଚିସ୍ତାନ ସରକାରୀ ମୁଖପାତ୍ର ସହିଦ ରିନ୍ଦ ଏକ ବିବୃତ୍ତିରେ କହିଛନ୍ତି ଯେ ଉଭୟ ପୋଲିସ ଏବଂ ସୁରକ୍ଷା ବାହିନୀ ବିସ୍ଫୋରଣ ସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣର ପୁଙ୍ଖାନୁଫୁଙ୍ଖ ଅନୁସନ୍ଧାନ ଚାଲିଛି। ଅଗଷ୍ଟରେ, ବିଚ୍ଛିନ୍ନତାବାଦୀ ସନ୍ତ୍ରାସବାଦୀମାନେ ବାଲୁଚିସ୍ତାନରେ ଏକ ମିଳିତ ଆକ୍ରମଣ କରିଥିଲେ। ଏଥିରେ ୭୩ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ଟାର୍ଗେଟରେ ପୋଲିସ ଷ୍ଟେସନ, ରେଳ ଲାଇନ ଏବଂ ପ୍ରମୁଖ ରାଜପଥ ଅନ୍ତର୍ଭୁକ୍ତ ଥିଲା। ନିଷିଦ୍ଧ ହୋଇଥିବା BLA ବର୍ଷ ବର୍ଷ ଧରି ଇସଲାମାବାଦରୁ ସ୍ୱାଧୀନତା ଦାବି କରି ବିଦ୍ରୋହର ନେତୃତ୍ୱ ନେଉଛି।