ଭୋଟ ଗଣତି ପାଇଁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ? ସୂଚନା ଦେଲେ ଏଡିଜି ସଞ୍ଜୟ କୁମାର

ଭୁବନେଶ୍ବର: ଭୋଟ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ଆସିବ ରେଜଲ୍ଟ । ନେତାଙ୍କ ଠାରୁ ଜନତା ସମସ୍ତେ ଉତ୍ସାହିତ। ସମସ୍ତଙ୍କ ମନରେ ଉତ୍କଣ୍ଠା। କିଏ ହାରିବ, ଆଉ କିଏ ମାରିବ ବାଜି ? ଇଭିଏମ୍‌ରେ ବନ୍ଦ ନେତାଙ୍କ ଭାଗ୍ୟ। ଏସବୁ ମଧ୍ୟରେ ଭୋଟ ଗଣତି ପାଇଁ ରାଜ୍ୟରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା, ସେନେଇ ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।ଏଡିଜି ସଞ୍ଜୟ କୁମାରଙ୍କ ସୂଚନା ଅନୁଯାୟୀ, ‘‘ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ହେବ ଭୋଟ ଗଣତି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି। ପାଓ୍ବାର କଟ୍‌ ଦୃଷ୍ଟିରୁ ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରାଯାଇଛି। ୧୧୫ କମ୍ପାନି କେନ୍ଦ୍ରୀୟ ଫୋର୍ସ ଏବଂ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ରହିବ। କାଉଣ୍ଟିଂ ସେଣ୍ଟରକୁ ମୋବାଇଲ ନେବା ମନା କରାଯାଇଛି। ବିଜୟ ଶୋଭାଯାତ୍ରା ପାଇଁ ଅନୁମତି ନେବାକୁ ହେବ।

ଭୋଟ ଗଣତି ପାଇଁ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ? ସୂଚନା ଦେଲେ ଏଡିଜି ସଞ୍ଜୟ କୁମାର

ଭୁବନେଶ୍ବର: ଭୋଟ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ଆସିବ ରେଜଲ୍ଟ । ନେତାଙ୍କ ଠାରୁ ଜନତା ସମସ୍ତେ ଉତ୍ସାହିତ। ସମସ୍ତଙ୍କ ମନରେ ଉତ୍କଣ୍ଠା। କିଏ ହାରିବ, ଆଉ କିଏ ମାରିବ ବାଜି ? ଇଭିଏମ୍‌ରେ ବନ୍ଦ ନେତାଙ୍କ ଭାଗ୍ୟ। ଏସବୁ ମଧ୍ୟରେ ଭୋଟ ଗଣତି ପାଇଁ ରାଜ୍ୟରେ କିଭଳି ରହିଛି ସୁରକ୍ଷା ବ୍ୟବସ୍ଥା, ସେନେଇ ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।

ଏଡିଜି ସଞ୍ଜୟ କୁମାରଙ୍କ ସୂଚନା ଅନୁଯାୟୀ, ‘‘ରାଜ୍ୟରେ କଡ଼ା ସୁରକ୍ଷା ମଧ୍ୟରେ ହେବ ଭୋଟ ଗଣତି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଛି। ପାଓ୍ବାର କଟ୍‌ ଦୃଷ୍ଟିରୁ ବ୍ୟାକ୍‌ଅପ୍‌ ବ୍ୟବସ୍ଥା କରାଯାଇଛି। ୧୧୫ କମ୍ପାନି କେନ୍ଦ୍ରୀୟ ଫୋର୍ସ ଏବଂ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ୨୪ ଘଣ୍ଟିଆ ସିସିଟିଭି ବ୍ୟବସ୍ଥା ରହିବ। କାଉଣ୍ଟିଂ ସେଣ୍ଟରକୁ ମୋବାଇଲ ନେବା ମନା କରାଯାଇଛି। ବିଜୟ ଶୋଭାଯାତ୍ରା ପାଇଁ ଅନୁମତି ନେବାକୁ ହେବ।