ଶିରୋମଣି ଅକାଳୀ ଦଳରେ ଗୋଷ୍ଠୀ କନ୍ଦଳ ଘନଉଛି

ଚଣ୍ଡୀଗଡ଼ : ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଦ୍ବାରା ଅକାଲ ତଖ୍‌ତ ସାହିବର ଜଥେଦାରମାନଙ୍କୁ ହଟାଇବା ଘଟଣାକୁ ନେଇ କନ୍ଦଳ ତେଜୁଛି। ଜାନୁଆରି ଠାରୁ ଶିରୋମଣି ଅକାଳୀ ଦଳ ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ଜଥେଦାରମାନଙ୍କୁ ହଟାଇବା ନିଷ୍ପତ୍ତିକୁ ନେଇ ଅନେକ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସଂଗଠନରୁ […]

ଶିରୋମଣି ଅକାଳୀ ଦଳରେ ଗୋଷ୍ଠୀ କନ୍ଦଳ ଘନଉଛି

ଚଣ୍ଡୀଗଡ଼ : ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଦ୍ବାରା ଅକାଲ ତଖ୍‌ତ ସାହିବର ଜଥେଦାରମାନଙ୍କୁ ହଟାଇବା ଘଟଣାକୁ ନେଇ କନ୍ଦଳ ତେଜୁଛି। ଜାନୁଆରି ଠାରୁ ଶିରୋମଣି ଅକାଳୀ ଦଳ ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ସମୟରେ ଜଥେଦାରମାନଙ୍କୁ ହଟାଇବା ନିଷ୍ପତ୍ତିକୁ ନେଇ ଅନେକ ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତା ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ସଂଗଠନରୁ ଇସ୍ତଫା ଦେଇଛନ୍ତି। ବିଶେଷତଃ ହରିୟାଣା ଶାଖାରେ ଏହି ବିରୋଧାଭାଷା ତୀବ୍ର ହେବାରେ ଲାଗିଛି। ଜଥେଦାରଙ୍କୁ ହଟାଇବ ଘଟଣାରେ ଏସ୍‌ଜିପିସି ମୁଖ୍ୟ ଗୋବିନ୍ଦ ସିଂହ ଲୋଙ୍ଗୋୱାଲ୍ ନିଜର ବିରୋଧ ଉପସ୍ଥାପନ କରିଛନ୍ତି। ଏହା ପୂର୍ବରୁ ଏସ୍‌ଏଡି ହରିୟାଣା ଶାଖାର ସଭାପତି ଶରଣଜିତ୍‌ ସିଂହ ସହୋତା, ମୁକେରିଆନ୍‌ ବିଧାନସଭା ପ୍ରଭାରୀ ତଥା ସାଧାରଣ ସଚିବ ସରବଜୋତ୍‌ ସିଂହ ସାବ୍ବି, ଯୁବ ଅକାଳୀ ଦଳ କୈଥାଲ୍‌ ସଭାପତି କୁଳଦୀପ ସିଂହ ଚିମା, ହରି ସିଂହ, ଇନ୍ଦ୍ରଜିତ୍‌ ସିଂହ ବିନ୍ଦ୍ରା, ଗୁରିନ୍ଦର ସିଂହ ଯୋଗୀ, ଯଶୱନ୍ତ ସିଂହ ଭୁଲ୍ଲାର, ସୁରଜିତ୍‌ ସିଂହ ମଣ୍ଡି ଓ ପ୍ରୀତମ ସିଂହ ଭୁଲ୍ଲାର ନିଜର ବିରୋଧକୁ ଲିଖିତ ଭାବେ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ସଭାପତି ହରଜିନ୍ଦର ସିଂହ ଧାମୀଙ୍କ ଇସ୍ତଫା ପରେ ଏସ୍‌ଜିପିସି ଉପରେ ସୁଖବୀର ସିଂହ ବାଦଲଙ୍କ ନିୟନ୍ତ୍ରଣ ପ୍ରାୟତଃ ଦୁର୍ବଳ ହୋଇଯାଇଛି। ଏଣୁ ମାର୍ଚ୍ଚ ୨୮ ତାରିଖରେ ଅମୃତସରରେ ଏସ୍‌ଜିପିସିର ବଜେଟ୍‌ ଅଧିବେଶନ ଏସ୍‌ଏଡିର ଭବିଷ୍ୟତ ନିମନ୍ତେ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।