୫ ବର୍ଷରେ ଖର୍ଚ୍ଚ ହେବ ୫ ହଜାର କୋଟି
ଭୁବନେଶ୍ୱର,୨୩ା୧(ଅନିଲ ଦାସ): ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିକଶିତ ଗଁା, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପ ଯଥା ଅପହଞ୍ଚ ଗଁାକୁ ରାସ୍ତା ଦ୍ୱାରା ସଂଯୋଗୀକରଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆବଶ୍ୟକତା […] The post ୫ ବର୍ଷରେ ଖର୍ଚ୍ଚ ହେବ ୫ ହଜାର କୋଟି appeared first on Dharitri Odia News.
ଭୁବନେଶ୍ୱର,୨୩ା୧(ଅନିଲ ଦାସ): ଗ୍ରାମାଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ ନିମନ୍ତେ ବିକଶିତ ଗଁା, ବିକଶିତ ଓଡ଼ିଶା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନାରେ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାୟୀ ଉନ୍ନୟନମୂଳକ ପ୍ରକଳ୍ପ ଯଥା ଅପହଞ୍ଚ ଗଁାକୁ ରାସ୍ତା ଦ୍ୱାରା ସଂଯୋଗୀକରଣ, ସର୍ବସାଧାରଣଙ୍କ ସୁବିଧା ପାଇଁ ସମ୍ପଦ ସୃଷ୍ଟି କରିବା, ଶିକ୍ଷା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ଉନ୍ନତୀକରଣ ପାଇଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଏହି ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଆବଶ୍ୟକତା ଭିତ୍ତିରେ ୫ ବର୍ଷ ପାଇଁ ସମ୍ଭାବ୍ୟ ପ୍ରକଳ୍ପ ତାଲିକା ଏବଂ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟ ଯୋଜନା ଗ୍ରାମ ସଭା ଦ୍ୱାରା ପ୍ରସ୍ତୁତ ହେବ। ଗ୍ରାମ ପଞ୍ଚାୟତ ଦ୍ୱାରା ବ୍ଲକକୁ ସୁପାରିସ କରାଯିବ। ପ୍ରକଳ୍ପର ତାଲିକା ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ଦ୍ୱାରା ଅନୁମୋଦିତ ହେବ। ଏହି ଯୋଜନାରେ ଗ୍ରାମ ଭିତରେ ଥିବା ସଡ଼କ ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାର ବିକାଶ କରାଯିବ। ଏହି ଯୋଜନାରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଉନ୍ନୟନମୂଳକ ଗୋଷ୍ଠୀଭିତ୍ତିକ ସମ୍ପଦ ସୃଷ୍ଟି ପାଇଁ ପ୍ରକଳ୍ପମାନ ନିର୍ମାଣ କରାଯିବ। ବିକଶିତ ଗଁା, ବିକଶିତ ଓଡ଼ିଶା ପ୍ରସ୍ତାବକୁ ୫ ବର୍ଷ ଯାଏ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଅନୁମୋଦନ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଁାର ବିକାଶ ହେଲେ ଦେଶର ବିକାଶ ହୋଇପାରିବ। ଏଥିପାଇଁ ନୂଆ ସରକାରଙ୍କ ପ୍ରଥମ ବଜେଟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ ଏହାର ଅବଧି ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରିବେ।
The post ୫ ବର୍ଷରେ ଖର୍ଚ୍ଚ ହେବ ୫ ହଜାର କୋଟି appeared first on Dharitri Odia News.