ପିଏମ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି, ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା
ନୂଆଦିଲ୍ଲୀ: ତୃତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ବଟନ ଦବାଇ DBT ମାଧ୍ୟମରେ ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି। ପିଏମ ମୋଦୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। […] The post ପିଏମ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି, ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା appeared first on Odisha.News.
ନୂଆଦିଲ୍ଲୀ: ତୃତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ବଟନ ଦବାଇ DBT ମାଧ୍ୟମରେ ୯ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଟ୍ରାନ୍ସଫର କରିଛନ୍ତି।
ପିଏମ ମୋଦୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୃଷକଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ୧ ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିଲା, ଯାହା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି।
ଏହି ଯୋଜନା ଆଧାରରେ କୃଷକମାନଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬୦୦୦ ଟଙ୍କା ଦିଆଯାଉଛି। ଏହି ପରିମାଣ ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ପଠାଯାଉଛି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ କେନ୍ଦ୍ର ସରକାର ଇ-କେଓ୍ୱାଇସି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଛନ୍ତି।
The post ପିଏମ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି, ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା appeared first on Odisha.News.