ଡିସେମ୍ବର ୬ରୁ ୬ ଦିନ ଧରି ପଡିଆବାହାଲ ଧନୁଯାତ୍ରା ମହୋତ୍ସବ
ସମ୍ବଲପୁର: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ପଡିଆବାହାଲ ଧନୁଯାତ୍ରା। ଏହି ଦିନ ଶୁଭଖୁଣ୍ଟି ସ୍ଥାପନା ହେବା ପରେ ପାରମ୍ପରିକ ଧନୁଯାତ୍ରା ୭ ତାରିଖ ଠାରୁ ଆରମ୍ଭ ହୋଇ ୧୧ତାରିଖରେ କଂସ ନିଧନ କାର୍ଯ୍ୟକ୍ରମ ରହିଛି।୬ ଦିନ ବ୍ୟାପି ଏହି ଧନୁଯାତ୍ରା ମହୋତ୍ସବ ପୂର୍ବ ବର୍ଷ ପରି ସପ୍ତାହିକ ହାଟ ପଡିଆରେ ଅନୁଷ୍ଠିତ ହେବ।ସବୁ ବର୍ଷ ପରି କଂସ ଭୂମିକାରେ ଅଭିନୟ କରୁଥିବା ଝସକେତନ ପ୍ରଧାନ ଓ ତାଙ୍କ ସମ୍ପୂର୍ଣ୍ଣ ଦଳ ଚଳିତ ବର୍ଷ ମଧ୍ୟ କାର୍ଯ୍ୟ […] The post ଡିସେମ୍ବର ୬ରୁ ୬ ଦିନ ଧରି ପଡିଆବାହାଲ ଧନୁଯାତ୍ରା ମହୋତ୍ସବ appeared first on Odisha.News.

ସମ୍ବଲପୁର: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ ପଡିଆବାହାଲ ଧନୁଯାତ୍ରା। ଏହି ଦିନ ଶୁଭଖୁଣ୍ଟି ସ୍ଥାପନା ହେବା ପରେ ପାରମ୍ପରିକ ଧନୁଯାତ୍ରା ୭ ତାରିଖ ଠାରୁ ଆରମ୍ଭ ହୋଇ ୧୧ତାରିଖରେ କଂସ ନିଧନ କାର୍ଯ୍ୟକ୍ରମ ରହିଛି।୬ ଦିନ ବ୍ୟାପି ଏହି ଧନୁଯାତ୍ରା ମହୋତ୍ସବ ପୂର୍ବ ବର୍ଷ ପରି ସପ୍ତାହିକ ହାଟ ପଡିଆରେ ଅନୁଷ୍ଠିତ ହେବ।ସବୁ ବର୍ଷ ପରି କଂସ ଭୂମିକାରେ ଅଭିନୟ କରୁଥିବା ଝସକେତନ ପ୍ରଧାନ ଓ ତାଙ୍କ ସମ୍ପୂର୍ଣ୍ଣ ଦଳ ଚଳିତ ବର୍ଷ ମଧ୍ୟ କାର୍ଯ୍ୟ ନିର୍ବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ମିନାବଜାର ମଧ୍ୟ ପଡିଆବାହାଲ ରେ ପହଞ୍ଚି ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛି। ଜୟ ମା ବୁଢ଼ୀ ମାଉଲି ଯୁବକ ସଙ୍ଘ, ପଡିଆବାହାଲ ପକ୍ଷରୁ ଏହା ଆୟୋଜନ ହେବାକୁ ଥିବା ବେଳେ ଚଳିତ ବର୍ଷ ଏଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଅନୁଷ୍ଠାନ ଓ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରି ଜାତୀୟତା ଧାର୍ମିକ ମନୋଭାବକୁ ମଜଭୁତ କରିବାରେ ସହଯୋଗ କରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଆୟୋଜିତ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦାନ କରିବା ସହିତ ଜାତୀୟତା ସଦଭାବକୁ ମଜଭୁତ କରିବାକୁ କମିଟି ଗୁରୁତ୍ୱ ଦେଇଛି।
The post ଡିସେମ୍ବର ୬ରୁ ୬ ଦିନ ଧରି ପଡିଆବାହାଲ ଧନୁଯାତ୍ରା ମହୋତ୍ସବ appeared first on Odisha.News.