୩ ଦିନ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗାଈ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ଅଞ୍ଚଳରେ ୩ ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଗାଇକୁ ଉଦ୍ଧାର କରାଯାଇଛି l ପ୍ରକାଶ ଯେ, ଗତ ୩ ଦିନ ତଳେ ଏକ ଗାଈ ଚରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡିଯାଇଥିଲା। ଏହାକୁ କିଛି ବ୍ୟକ୍ତି ଦେଖି ନିରବ ରହିଯାଇଥିଲେ ମଧ୍ୟ ଧୀରେ ଧୀରେ ଖବର ଶୁଣା ଶୁଣି ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପି […] The post ୩ ଦିନ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗାଈ appeared first on Odisha.News.

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ଅଞ୍ଚଳରେ ୩ ଦିନ ପରେ ଏକ ପରିତ୍ୟକ୍ତ କୂଅରୁ ଗାଇକୁ ଉଦ୍ଧାର କରାଯାଇଛି l ପ୍ରକାଶ ଯେ, ଗତ ୩ ଦିନ ତଳେ ଏକ ଗାଈ ଚରୁଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ଥିବା କୂଅରେ ପଡିଯାଇଥିଲା। ଏହାକୁ କିଛି ବ୍ୟକ୍ତି ଦେଖି ନିରବ ରହିଯାଇଥିଲେ ମଧ୍ୟ ଧୀରେ ଧୀରେ ଖବର ଶୁଣା ଶୁଣି ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଥିଲା। ଫଳରେ ଅଞ୍ଚଳର କିଛି ଯୁବକ ଉକ୍ତ ଗାଈକୁ ବଞ୍ଚାଇବାକୁ ଅଗ୍ନିଶମ ବିଭାଗର ସାହାଯ୍ୟ ଲୋଡ଼ିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ଗାଈଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପରି ଘଟଣା ପ୍ରଥମ ନୁହଁ ବୋଲି ଲୋକେ କହିଥିଲେ। ପୂର୍ବରୁ ଏକାଧିକ ଥର ବୁଲା ଗାଈ, ବଳଦଙ୍କର ଉକ୍ତ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ କହିଛନ୍ତି । ଶୀଘ୍ର ଉକ୍ତ ପରିତ୍ୟକ୍ତ କୂଅକୁ ପୋତିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
The post ୩ ଦିନ ପରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗାଈ appeared first on Odisha.News.