ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ସେ ହେଲେ ମ୍ୟାଚ୍‌ ଓ୍ବିନର୍‌ ଅନିଲ କୁମ୍ବଲେ। ଏବେ ଦୁହେଁ ବିବାହ କରିଥିଲେ ହେଁ ସେମାନଙ୍କ ପ୍ରେମର ରାସ୍ତା ସହଜ ନ ଥିଲା। ଆଜି କୁମ୍ବଲେ ନିଜର ୫୪ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ତାଙ୍କର ଲଭ୍‌ଷ୍ଟୋରୀ ବିଷୟରେ ଜାଣିବା। ଅନିଲ ନିଜ ଦମ୍‌ରେ ମ୍ୟାଚ୍‌ […] The post ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା… appeared first on Dharitri Odia News.

ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ସେ ହେଲେ ମ୍ୟାଚ୍‌ ଓ୍ବିନର୍‌ ଅନିଲ କୁମ୍ବଲେ। ଏବେ ଦୁହେଁ ବିବାହ କରିଥିଲେ ହେଁ ସେମାନଙ୍କ ପ୍ରେମର ରାସ୍ତା ସହଜ ନ ଥିଲା। ଆଜି କୁମ୍ବଲେ ନିଜର ୫୪ତମ ଜନ୍ମଦିନ ପାଳନ କରୁଥିବା ବେଳେ ଆସନ୍ତୁ ତାଙ୍କର ଲଭ୍‌ଷ୍ଟୋରୀ ବିଷୟରେ ଜାଣିବା।

ଅନିଲ ନିଜ ଦମ୍‌ରେ ମ୍ୟାଚ୍‌ ଜିତାଇବାକୁ ନେଇ ଜଣାଶୁଣା ଥିଲେ। ଦିଲ୍ଲୀର କୋଟାଲା ଷ୍ଟାଡିୟମରେ ପାକିସ୍ତାନର ସେ ଯେଉଁଭଳି ଅବସ୍ଥା କରିଥିଲେ ତାହାକୁ ଆଜିଯାଏ କେହି ଭୁଲିନାହାନ୍ତି। ସେ ଏକାକି ପୁରା ଟିମ୍‌କୁ ଆଙ୍ଗୁଠିରେ ନଚାଇଥିଲେ। ସେ ମଇଦାନରେ ଯେମିତି ଅଟଳ ଥିଲେ ପ୍ରେମରେ ବି ସେଭଳି ଥିଲେ।

ଏକ ଟ୍ରାଭେଲ୍‌ ଏଜେନ୍ସିଂରେ କାମ କରୁଥିବା ଚେତନା ରାମତୀର୍ଥାଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ କୁମ୍ବଲେ। ଧିରେ ଧିରେ ଦୁହେଁ ବନ୍ଧୁ ହୋଇଥିଲେ। ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ଚେତନା ବିବାହିତ ଥିଲେ ହେଁ ଖୁସି ନ ଥିଲେ। କୁମ୍ବଲେ ତାଙ୍କ ଜୀବନରେ ଆସିବା ପରେ ସେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଚାହିଁଥିଲେ। ଏକ କଷ୍ଟକର ଆଇନ ଲଢ଼େଇ ଜିତିବା ପରେ ଚେତନା ନିଜ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ୧୯୯୯ରେ ସେ କୁମ୍ବଲେଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ତାଙ୍କର କନ୍ୟା ଥିଲେ, ଯାହାଙ୍କୁ ନିଜ ପାଖରେ ରଖିବା ଲାଗି ଆଇନଗତ ଲଢ଼େଇରେ କୁମ୍ବଲେ ଚେତନାଙ୍କ ସହ ରହିଥିଲେ। ଆଜି ସେହି ଝିଅ କୁମ୍ବଲେଙ୍କ ସହ ରହୁଥିବା ବେଳେ ସେ ତାଙ୍କୁ ନିଜର ନାମ ଦେଇଛନ୍ତି।

୧୯୭୦ ଅକ୍ଟୋବର ୧୭ରେ ଜନ୍ମିତ କୁମ୍ବଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌କୁ ନେଇ ଜଣାଶୁଣା। ୧୯୯୯ରେ ଦିଲ୍ଲୀ ଟେଷ୍ଟରେ ସେ ଏକାକି ପାକିସ୍ତାନର ୧୦ ଉଇକେଟ ନେଇଥିଲେ। ଏମିତି କରି ସେ କ୍ରିକେଟ ଇତିହାସରେ ନୂଆ ଉପଲବ୍ଧି ହାସଲ କରିଥିଲେ। ସେ ନିଜ ଟେଷ୍ଟ କ୍ୟାରିୟରରେ ୧୩୨ ଟେଷ୍ଟ ଖେଳିଥିବା ବେଳେ ୬୧୯ ଉଇକେଟ ନେଇଥିଲେ। ଏବେ ଭାରତ ଲାଗି ସବୁଠାରୁ ଅଧିକ ଟେଷ୍ଟ ଉଇକେଟ ନେଇଥିବା ବୋଲର ମଧ୍ୟ ସେ।

The post ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା… appeared first on Dharitri Odia News.