ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍‌

ଭୁବନେଶ଼୍ବର, ୧୩।୬: ନିର୍ବାଚନ ବେଳେ ବୁଥ୍‌ ଭଙ୍ଗାରୁଜାକୁ ନେଇ ଗିରଫ ହୋଇଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ଜାମିନ ମଂଜୁର କରଥିଲେ । ଆଜି ଖୋର୍ଦ୍ଧା JMFCରୁ ତାଙ୍କୁ ଜାମିନ ମିଳିଛି । ପ୍ରଶାନ୍ତ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଅଦାଲତ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି । ବୁଧବାର ହାଇକୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ […] The post ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍‌ appeared first on Dharitri Odia News.

ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍‌

ଭୁବନେଶ଼୍ବର, ୧୩।୬: ନିର୍ବାଚନ ବେଳେ ବୁଥ୍‌ ଭଙ୍ଗାରୁଜାକୁ ନେଇ ଗିରଫ ହୋଇଥିବା ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତଳକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ଜାମିନ ମଂଜୁର କରଥିଲେ । ଆଜି ଖୋର୍ଦ୍ଧା JMFCରୁ ତାଙ୍କୁ ଜାମିନ ମିଳିଛି । ପ୍ରଶାନ୍ତ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ଅଦାଲତ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି ।

ବୁଧବାର ହାଇକୋର୍ଟ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ବୋଲି କହିଥିଲେ। । ନିକଟରେ ପ୍ରଶାନ୍ତଙ୍କୁ ୩ ଦିନର ଅନ୍ତରୀଣ ଜାମିନ ମିଳିଥିଲା।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍ରେ ଇଭିଏମ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ଅଧିକ ଚିକିତ୍ସା ପାଇଁ ୨୯ତାରିଖ ଭୋର ୪ଟାରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ରହିଥିବା ଜଣାପଡ଼ିଥିଲା। ନିକଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ସେ ଆବେଦନ କରିଥିଲେ। ପୁତୁରାଙ୍କ ଶୁଦ୍ଧିକ୍ରିୟାରେ ଜଗଦ୍ଦେବ ଯୋଗଦେବା ପାଇଁ ବରିଷ୍ଠ ଓକିଲ ପ୍ରଭାତ ଦାସ କୋର୍ଟରେ ଜାମିନ ଆବେଦନ କରିଥିଲେ। ସରକାରୀ ଓକିଲ ଏବଂ ଜଗଦ୍ଦେବଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

The post ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ୍‌ appeared first on Dharitri Odia News.