କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?
ଭୁବନେଶ୍ୱର, ୧୮।୧୦(ସୁନିତ୍ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ମୀନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଭୟ ନେତା ଖୁବ୍ଶୀଘ୍ର ଓଡ଼ିଶା ଆସି ସମସ୍ତଙ୍କୁ ଭେଟିବେ। ସମସ୍ତଙ୍କ ସହିତ ଭେଟି ମତାମତ ସଂଗ୍ରହ କରିବା ପରେ ରାଜ୍ୟର […] The post କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ? appeared first on Dharitri Odia News.
ଭୁବନେଶ୍ୱର, ୧୮।୧୦(ସୁନିତ୍ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ମୀନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉଭୟ ନେତା ଖୁବ୍ଶୀଘ୍ର ଓଡ଼ିଶା ଆସି ସମସ୍ତଙ୍କୁ ଭେଟିବେ। ସମସ୍ତଙ୍କ ସହିତ ଭେଟି ମତାମତ ସଂଗ୍ରହ କରିବା ପରେ ରାଜ୍ୟର ନୂଆ ସଭାପତିଙ୍କ ନାଁ ଘୋଷଣା କରାଯିବ। ନଭେମ୍ବର ମଧ୍ୟଭାଗ ସୁଦ୍ଧା ସଭାପତିଙ୍କ ନାଁ ଘୋଷଣା ହୋଇଯିବ ବୋଲି ଓଡ଼ିଶା ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଅଜୟ କୁମାର କହିଛନ୍ତି। ତେବେ ରାଜ୍ୟରେ ପିସିସି ସଭାପତି ଏବଂ କମିଟି ଘୋଷଣା ନେଇ ବିଳମ୍ବ ହେଉଥିବା ଯୋଗୁ ନାନା ପ୍ରକାର ଚର୍ଚ୍ଚା ଆଲୋଚନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଆଇସିସି ପକ୍ଷରୁ ଗୁରୁବାର ଛତିଶଗଡ଼ କଂଗ୍ରେସର ବିଧାୟକ ଦଳ ନେତା ଚରଣ ଦାସ ମହନ୍ତିଙ୍କୁ ଓଡ଼ିଶା ସଭାପତି ଚୟନ ନେଇ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରି ନ ଥିଲା; ଯେଉଁଥିଲାଗି କେନ୍ଦ୍ରୀୟ ନେତୃତ୍ୱ ଚିନ୍ତାବ୍ୟକ୍ତ କରିଥିଲେ। ଏଥିଲାଗି ପିସିସି କମିଟିକୁ ଭାଙ୍ଗିଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି। ଆଗାମୀ ସପ୍ତାହରେ ଆଲୋଚନା ପାଇଁ ଏଆଇସିସିରୁ ୨ ଜଣ ବରିଷ୍ଠ ସଦସ୍ୟ ରାଜ୍ୟ ଗସ୍ତରେ ଆସିବେ। ସେମାନେ ଓଡ଼ିଶାର ତୃଣମୂଳସ୍ତରରେ ଥିବା ନେତାମାନଙ୍କୁ ଭେଟି ଆଲୋଚନା କରିବେ। ଏହା ପରେ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱ ନୂଆ ମଙ୍ଗୁଆଳ ଚୟନ କରିବେ। ସେ ସାଧାରଣ ଲୋକଙ୍କ ପାଇଁ କାମ କରୁଥିବେ, ସେପରି ବ୍ୟକ୍ତିଙ୍କୁ ଚୟନ କରାଯିବ। ଦୀପାବଳି ପାଖାପାଖି ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ମୋକିମ୍ କହିଛନ୍ତି।
The post କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ? appeared first on Dharitri Odia News.