ଏକତା ଗୁରୁତ୍ୱପୂର୍ଣ୍ଣ

ଆମେରିକାରେ ବୋଷ୍ଟନ୍‌ ସାଉଥ୍‌ ଏସିଆନ କୋଆଲିଶନ ଦ୍ୱାରା ଆୟୋଜିତ ଏକ ଐକ୍ୟଭାବାପନ୍ନ ବୈଠକ ବା ସମ୍ମିଳନୀରେ ଯୋଗଦେଇଥିଲି, ଯାହା ବିଷୟରେ ମୁଁ ଲେଖୁଛି। ଏହି ବୈଠକ ଧ୍ୟାନଆକର୍ଷଣକାରୀ ଥିଲା, କାରଣ ଏହା ଦୁଇଟି ସଂଘର୍ଷକୁ ଏକାଠି କରିଥିଲା। ଗୋଟିଏ ହେଲା ଗଣତାନ୍ତ୍ରିକ ଭାରତରେ ଧର୍ମନିରପେକ୍ଷତା ପାଇଁ ଏବଂ ଅନ୍ୟଟି ଅଧିକୃତ ପାଲେଷ୍ଟାଇନରେ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷ। ବୈଠକରେ ଦୁଇ ଜଣ ବକ୍ତା ଥିଲେ। ଜଣେ ହେଲେ ଗୁଜରାଟରେ ନ୍ୟାୟ ସଂଗ୍ରାମର ନାୟିକା ତିସ୍ତା ସେତାଲଭାଡ ଓ ଅନ୍ୟଜଣେ […] The post ଏକତା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.

ଏକତା ଗୁରୁତ୍ୱପୂର୍ଣ୍ଣ

ଆମେରିକାରେ ବୋଷ୍ଟନ୍‌ ସାଉଥ୍‌ ଏସିଆନ କୋଆଲିଶନ ଦ୍ୱାରା ଆୟୋଜିତ ଏକ ଐକ୍ୟଭାବାପନ୍ନ ବୈଠକ ବା ସମ୍ମିଳନୀରେ ଯୋଗଦେଇଥିଲି, ଯାହା ବିଷୟରେ ମୁଁ ଲେଖୁଛି। ଏହି ବୈଠକ ଧ୍ୟାନଆକର୍ଷଣକାରୀ ଥିଲା, କାରଣ ଏହା ଦୁଇଟି ସଂଘର୍ଷକୁ ଏକାଠି କରିଥିଲା। ଗୋଟିଏ ହେଲା ଗଣତାନ୍ତ୍ରିକ ଭାରତରେ ଧର୍ମନିରପେକ୍ଷତା ପାଇଁ ଏବଂ ଅନ୍ୟଟି ଅଧିକୃତ ପାଲେଷ୍ଟାଇନରେ ସାମ୍ରାଜ୍ୟବାଦ ବିରୋଧରେ ସଂଘର୍ଷ। ବୈଠକରେ ଦୁଇ ଜଣ ବକ୍ତା ଥିଲେ। ଜଣେ ହେଲେ ଗୁଜରାଟରେ ନ୍ୟାୟ ସଂଗ୍ରାମର ନାୟିକା ତିସ୍ତା ସେତାଲଭାଡ ଓ ଅନ୍ୟଜଣେ ଦକ୍ଷିଣ ଲେବାନନ୍‌ର ଯୁବକ ସଲିମ ହଲାଲ। ଦର୍ଶକମାନଙ୍କ ମଧ୍ୟରେ ଦକ୍ଷିଣ ଏସିଆର ଅନେକ ଲୋକ ଥିଲେ। ଦୁଇ ବକ୍ତାଙ୍କ ବକ୍ତବ୍ୟର ତଥ୍ୟ ଉପରେ ଧ୍ୟାନ ଦିଆଯାଇଥିଲା। ଗୋଟିଏ ବକ୍ତବ୍ୟ ଥିଲା କୌଣସି ଏକ ସ୍ଥାନରେ ବ୍ୟବସ୍ଥା ଦ୍ୱାରା ଉପେକ୍ଷିତ ସାମ୍ପ୍ରଦାୟିକ ଅପରାଧ ବିଷୟରେ ଏବଂ ଅନ୍ୟଟି ଥିଲା ମୁକ୍ତି ପାଇଁ ଏକ ଜାତୀୟ ସଂଗ୍ରାମ ସମ୍ପର୍କରେ। ସେଥିରେ ଏକ ସାଧାରଣ ସମ୍ପର୍କ ରହିଥିଲା ଏବଂ ତାହା ଥିଲା ଐତିହାସିକ ସଂଶୋଧନ ଓ ବିଷୟଗୁଡ଼ିକର ପୁନର୍ଲିଖନ। ଉଭୟ ପାଲେଷ୍ଟାଇନ୍‌ ଏବଂ ‘ନ୍ୟୁ ଇଣ୍ଡିଆ’ରେ ଥିବା ବିଚାର ଦର୍ଶାଏ ଯେ, ଏକ କିମ୍ବା ଦୁଇ ହଜାର ବର୍ଷ ପୂର୍ବେ ଏହି ଭୂମି ତଥା ଏହି ଦେଶରେ ଆଉ କିଛି ଘଟିଆସୁଥିଲା। ଏଣୁ ସେହି ବିଚାର ଏବଂ ଧାରଣା ବର୍ତ୍ତମାନ ଲୋକ, ଢାଞ୍ଚା ଓ ସ୍ମାରକୀ ବିରୋଧରେ ହିଂସାକୁ ପ୍ରମାଣିତ କରୁଛି। ମୋ ସମେତ ଦର୍ଶକଙ୍କ ମଧ୍ୟରେ ଅନେକେ ସମାନ୍ତରାଳ ଭାବରେ ବକ୍ତବ୍ୟକୁ ସ୍ବୀକାର କରୁଥିବା ଦେଖାଗଲା। ସେତାଲଭାଡ ଏହି ସମାବେଶରେ ଯାହା କହିଥିଲେ ତାହା ଉଚିତ ଥିଲା, ଯାହା ମଧ୍ୟରୁ ଅଧିକାଂଶ ଗୁଜରାଟରେ ୨୦୦୨ ଏବଂ ତା’ପରେ କ’ଣ ଘଟିଥିଲା ତାହାର ବାସ୍ତବତା ଜାଣି ନ ଥିବେ। ଦଙ୍ଗାରୁ ରକ୍ଷା ପାଇଥିବା ବ୍ୟକ୍ତି କିମ୍ବା ଆକ୍ଟିଭିଷ୍ଟମାନଙ୍କ ସାହସ ଓ ଧୈର୍ଯ୍ୟ ଯୋଗୁ ଦୋଷୀ ସାବ୍ୟସ୍ତ ହୋଇଥିବା ୧୭୪ ଜଣଙ୍କ ସମ୍ପର୍କରେ ସେତାଲଭାଡ କହିଥିଲେ। ଅବଶ୍ୟ ସେମାନଙ୍କ ମଧ୍ୟରୁ ୧୨୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା। ତେବେ ବହୁ ସମୟରେ ବ୍ୟବସ୍ଥାଠାରୁ ଆରମ୍ଭ କରି ନ୍ୟାୟିକ ବିଚାରରୁ ବିରୋଧ ସତ୍ତ୍ୱେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ବଳାତ୍କାର-ହତ୍ୟାକାରୀ ଦୋଷୀମାନଙ୍କୁ ଭାରତରେ ସରକାର କିପରି ସୁରକ୍ଷା ଦେଇଛନ୍ତି ତାହା ବିଚାର କରନ୍ତୁ। ଭାରତ ସରକାର କେବଳ ଧର୍ମାନ୍ଧ କିମ୍ବା ପକ୍ଷପାତ କାରଣରୁ ସେମାନଙ୍କୁ ମୁକ୍ତ କରିବାକୁ ଚାହୁଁଛି। ଅନେକେ ହୁଏତ ବର୍ତ୍ତମାନ ଜାଣି ନ ଥିବେ ଏବଂ ଯେଉଁମାନେ ଜାଣିଥିବେ ସେମାନେ ଭୁଲିଯାଇଥିବେ ଯେ, ସୁପ୍ରିମକୋର୍ଟ ମାମଲାର ବିଚାର ଗୁଜରାଟରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ପାଲେଷ୍ଟାଇନ୍‌ର ତୃଣମୂଳ ସ୍ତରର ବାସ୍ତବତା ଏବଂ ଏହାକୁ ଘୋଡ଼ାଇବା ପାଇଁ ଗଢ଼ାଯାଇଥିବା କାହାଣୀ କେତେ ମିଥ୍ୟା ଓ ଅନ୍ୟାୟ ଥିଲା ତାହା ହଲାଲ ସିଧାସଳଖ କହିଥିଲେ। ପାଲେଷ୍ଟିନୀୟମାନଙ୍କ ସାହାଯ୍ୟ ହେତୁ ଇସ୍ରାଏଲରେ ଆଦ୍ୟ ଉପନିବେଶୀମାନେ ରକ୍ଷା ପାଇଯାଇଥିଲେ, ଯେପରି ଆମେରିକାରେ ପ୍ରଥମେ ଉପନିବେଶୀମାନେ ବଞ୍ଚିଯାଇଥିଲେ। ପାଲେଷ୍ଟାଇନ୍‌ରେ ଯାହା ଘଟୁଥିଲା ତାହା ଏକ ଧର୍ମୀୟ ବିବାଦ ନ ଥିଲା, ତାହା ଥିଲା ଦଖଲକାରୀ ବିରୋଧରେ ଦଖଲଦାରଙ୍କ ସଂଘର୍ଷ। ଇସ୍ରାଏଲ-ପାଲେଷ୍ଟାଇନ୍‌ ପ୍ରସଙ୍ଗ କିପରି ବାସ୍ତବତାକୁ ଜଟିଳ କରିବା ପାଇଁ ବ୍ୟବହୃତ ହୋଇଥିଲା ତାହା ସେ ବ୍ୟାଖ୍ୟା କରିଥିଲେ। ତାହା ଥିଲା ବଳପୂର୍ବକ ଦଖଲ ଏବଂ ଉପନିବେଶବାଦ ଓ ଏକ ନିର୍ଦ୍ଦିଷ୍ଟ ଏଜେଣ୍ଡା ସହିତ ଇତିହାସର ପୁନର୍ଲିଖନ।
ଏହି ସମାବେଶକୁ ମୁଁ କାହିଁକି ଧ୍ୟାନଆକର୍ଷଣକାରୀ ମନେକଲି ତାହାର କାରଣ ହେଉଛି ଭାରତରେ ସରକାରଙ୍କୁ ସମର୍ଥନ କରୁଥିବା ଆମେରିକାର ଭାରତୀୟ ଗୋଷ୍ଠୀଙ୍କ ପାଇଁ ଏହା ସାଧାରଣ ନ ଥିଲା। ବିଶେଷକରି ଏହି ପ୍ରସଙ୍ଗରେ ସଂଖ୍ୟାଲଘୁ ଭାରତୀୟଙ୍କ ପ୍ରତି ଏବଂ ଦେଶ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ(‘ହାଉଡି’)ରେ ସରକାର କ’ଣ କରିଛନ୍ତି। ଏହା ବିଶେଷ ଭାବରେ ମୋର ନିଜ ଗୁଜରାଟୀ ସମ୍ପ୍ରଦାୟ କ୍ଷେତ୍ରରେ ସତ୍ୟ ଓ ଦୁର୍ଭାଗ୍ୟଜନକ, ଯେଉଁମାନେ ପ୍ରାୟତଃ ସାମ୍ପ୍ରଦାୟିକବାଦ ସପକ୍ଷରେ ଆଗରେ ରହିଥାନ୍ତି। କିନ୍ତୁ ଏହାର ଆଉ ଏକ ଦିଗ ଅଛି ଏବଂ ସେଠାରେ ଅନ୍ୟ ଭାରତୀୟଙ୍କ ମଧ୍ୟରୁ ଅନେକ, ଯେଉଁମାନେ ନିକଟ ଅତୀତରେ ଆମେ ନେଇଥିବା ପଦକ୍ଷେପକୁ ବିରୋଧ କରୁଛନ୍ତି। ସେମାନଙ୍କ ସହ ମୁଁ ସେହିଦିନ ଯୋଗ ଦେଇଥିଲି। ସମାବେଶରେ ମୁଁ ସଂକ୍ଷେପରେ କହିଥିଲି, ବିଦେଶରେ ଥିବା ଭାରତୀୟମାନେ କ’ଣ କରିପାରିବେ। ଯାହା ଭାରତରେ ଘଟୁଥିଲା ସେଥିରେ ଜଡ଼ିତ ରହି ସେମାନେ ସେମାନଙ୍କ ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟା ପ୍ରୟୋଗ କରିବା ଉଚିତ ଥିଲା। ୨୦୧୯ରେ ଭାରତରେ ଏକ ଭେଦଭାବପୂର୍ଣ୍ଣ ନାଗରିକତ୍ୱ ଆଇନ ପ୍ରଣୟନ ହୋଇଥିଲା। କିନ୍ତୁ ଏହା ବିରୋଧରେ ପ୍ରତିବାଦ କାରଣରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଅନ୍ୟ ଏକ କାରଣ ହେଉଛି ୟୁରୋପୀୟ ସଂସଦ ଦ୍ୱାରା ଏହା ବିରୋଧରେ ନିନ୍ଦନୀୟ ଆଭିମୁଖ୍ୟ ଗ୍ରହଣ କରାଯିବା। ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଯେ, ଆମେ ଯାହାକୁ ଆମର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାବୁଛୁ ବିଦେଶରେ ସାଂସଦମାନେ କାହିଁକି ତା’ ପ୍ରତି ଆଗ୍ରହୀ ହେଲେ। ସମ୍ଭବତଃ ବିଦେଶରେ ଥିବା ଭାରତୀୟମାନେ ସେମାନଙ୍କ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ନେଇ ଆଇନ ଆଣିବା ଉପରେ ଅଧିକ ସଚେତନ ଥିଲେ। ମାନବ ଅଧିକାରର ବିଶ୍ୱସ୍ତରୀୟ ଘୋଷଣାନାମା ଏବଂ ନାଗରିକ ତଥା ରାଜନୈତିକ ଅଧିକାର ଉପରେ ଅନ୍ତର୍ଜାତୀୟ ଚୁକ୍ତିନାମାରେ ଭାରତ ସ୍ବାକ୍ଷର କରିଛି। ଆମର ବନ୍ଧୁମାନେ ଆମକୁ ଏହି ବିଷୟକୁ ମନେ ନ ପକାଇବାର କୌଣସି କାରଣ ନାହିଁ। ଏହା ବଦଳରେ ଯଦି ବିଦେଶରେ ଦକ୍ଷିଣ ଏସୀୟମାନେ ଭାରତରେ ଘଟୁଥିବା ଘଟଣାଗୁଡ଼ିକ ସହିତ ଅଧିକ ଜଡ଼ିତ ହେବେ, ତେବେ ଏହା ଘଟିବାର ସମ୍ଭାବନା ଅଧିକ। ଏକତା ଗୁରୁତ୍ୱପୂର୍ଣ୍ଣ। କେବଳ ମଣିଷ ଭାବରେ ଆମେ ଅନ୍ୟମାନଙ୍କ ଯନ୍ତ୍ରଣା ବୁଝିିବା ପାଇଁ ଏହା ଆବଶ୍ୟକ ତାହା ନୁହେଁ, ବରଂ ଏହିପରି ଭାଗୀଦାରି ବଜାୟ ରଖିବା ଆମର କର୍ତ୍ତବ୍ୟ। ସମ୍ବିଧାନର ପ୍ରାରମ୍ଭରେ କୁହାଯାଇଛି ଯେ, ଭାରତୀୟମାନଙ୍କ ପାଇଁ ‘ଭାଇଚାରା, ବ୍ୟକ୍ତିର ସମ୍ମାନ ନିଶ୍ଚିତ କରିବା’କୁ ସୁରକ୍ଷିତ ରଖିବା ପାଇଁ ଆମେ ଭାରତୀୟମାନେ ସଂକଳ୍ପ ନେଇଛୁ। ଯେତେବେଳେ ଆମେ ପରସ୍ପର ପାଇଁ ଛିଡ଼ା ହେବା ସେତେବେଳେ ହିଁ ଭାଇଚାରା ଆସିପାରେ। ବୋଷ୍ଟନ୍‌ ସାଉଥ୍‌ ଏସିଆନ୍‌ କୋଆଲିଶନର ଦକ୍ଷିଣ ଏସୀୟମାନେ ବାସ୍ତବରେ ଏହା କରିବାକୁ ଚେଷ୍ଟା କରିବା ଦରକାର।

The post ଏକତା ଗୁରୁତ୍ୱପୂର୍ଣ୍ଣ appeared first on Dharitri Odia News.