ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା

ମୁମ୍ବାଇ: ହତ୍ୟା ଧମକ ପାଇବା ପରେ ଶାହାରୁଖ ଖାନ ଏହି ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇ ପୋଲିସକୁ ଏକ କଲ ଆସିଥିଲା ଯେଉଁଥିରେ ଶାହାରୁଖଙ୍କୁ ଧମକ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଲ କରିଥିବା ଲୋକ ରାୟପୁର ବୋଲି ଜଣାପଡିଛି। ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି ଯାହାଙ୍କ ନାମରେ ଫୋନ ନମ୍ବର ପଞ୍ଜିକୃତ ହୋଇଥିଲା। ବାର୍ତ୍ତାଳାପ ସମୟରେ ଏହା ଜଣାପଡ଼ିଲା ଯେ ନଭେମ୍ବର ୨ ରେ ଫୋନ ବ୍ୟବହାରକାରୀଙ୍କ ଫୋନ ଚୋରି ହୋଇଯାଇଥିଲା। ସେ ଏ ସମ୍ପର୍କରେ […] The post ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା appeared first on Dharitri Odia News.

ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା

ମୁମ୍ବାଇ: ହତ୍ୟା ଧମକ ପାଇବା ପରେ ଶାହାରୁଖ ଖାନ ଏହି ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇ ପୋଲିସକୁ ଏକ କଲ ଆସିଥିଲା ଯେଉଁଥିରେ ଶାହାରୁଖଙ୍କୁ ଧମକ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ କଲ କରିଥିବା ଲୋକ ରାୟପୁର ବୋଲି ଜଣାପଡିଛି। ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଛି ଯାହାଙ୍କ ନାମରେ ଫୋନ ନମ୍ବର ପଞ୍ଜିକୃତ ହୋଇଥିଲା। ବାର୍ତ୍ତାଳାପ ସମୟରେ ଏହା ଜଣାପଡ଼ିଲା ଯେ ନଭେମ୍ବର ୨ ରେ ଫୋନ ବ୍ୟବହାରକାରୀଙ୍କ ଫୋନ ଚୋରି ହୋଇଯାଇଥିଲା। ସେ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଥିଲେ।

ନିକଟରେ ହୋଇଥିବା ଏକ ବାର୍ତ୍ତାଳାପରେ ସନ୍ଦିଗ୍ଧ କହିଛନ୍ତି ଯେ ନଭେମ୍ବର ୨ରେ ମୋବାଇଲ ଫୋନ ଚୋରି ହୋଇ ଯାଇଛି। ଏଥିପାଇଁ ସେ ମଧ୍ୟ ଏଫଆଇଆର୍‌ ଦାଖଲ କରିଥିଲେ। ଫୋନ ହରାଇବା ପରେ ତୁରନ୍ତ ସେ ରାୟପୁରର ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଯିଏ ସେହି ନମ୍ବରକୁ ପାଇ ଅପବ୍ୟବହାର କରି ଶାହାରୁଖ ଖାନଙ୍କୁ ଧମକପୂର୍ଣ୍ଣ କଲ କରିଛି। ଅନ୍ୟପଟେ, ହତ୍ୟା ଧମକ ପରେ ଶାହାରୁଖଙ୍କ ସୁରକ୍ଷା ବଢାଇ ଦିଆଯାଇଛି।

The post ଯାହାଙ୍କ ଫୋନରୁ ଶାହାରୁଖଙ୍କୁ ମିଳିଥିଲା ହତ୍ୟା ଧମକ, ସେହି ବ୍ୟକ୍ତି କଲେ ବଡ଼ ଖୁଲାସା appeared first on Dharitri Odia News.