ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

POCO କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଖୁବ ଶୀଘ୍ର ଲଞ୍ଚ ହୋଇପାରେ । ଏକ ପୋଷ୍ଟରେ ଏହା ପ୍ରକାଶ ପାଇଛି ଯେ ପୋକୋ ପ୍ୟାଡ୍ ଏକ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ପୋକୋ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ କମ୍ପାନୀର ଏହି ପ୍ରଡକ୍ଟକୁ ଅପେକ୍ଷା କରିଛନ୍ତି, କାରଣ ଏହା କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଅଟେ । ଏହି ଟ୍ୟାବଲେଟ୍ ବିଷୟରେ ଏକ ରିପୋର୍ଟରେ କିଛି ଲିକ୍ ଡିଟେଲ୍ସ ସେୟାର କରାଯାଇଛି । କିଛି ରିପୋର୍ଟ ଅନୁଯାୟୀ, […] The post ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ appeared first on KNews Odisha.

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

POCO କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଖୁବ ଶୀଘ୍ର ଲଞ୍ଚ ହୋଇପାରେ । ଏକ ପୋଷ୍ଟରେ ଏହା ପ୍ରକାଶ ପାଇଛି ଯେ ପୋକୋ ପ୍ୟାଡ୍ ଏକ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ପୋକୋ ଫ୍ୟାନ୍ସମାନେ ଅତି ଉତ୍ସାହର ସହିତ କମ୍ପାନୀର ଏହି ପ୍ରଡକ୍ଟକୁ ଅପେକ୍ଷା କରିଛନ୍ତି, କାରଣ ଏହା କମ୍ପାନୀର ପ୍ରଥମ ଟ୍ୟାବଲେଟ୍ ଅଟେ । ଏହି ଟ୍ୟାବଲେଟ୍ ବିଷୟରେ ଏକ ରିପୋର୍ଟରେ କିଛି ଲିକ୍ ଡିଟେଲ୍ସ ସେୟାର କରାଯାଇଛି ।

କିଛି ରିପୋର୍ଟ ଅନୁଯାୟୀ, ପୋକୋର ଏହି ଟ୍ୟାବଲେଟ୍ ରେଡମି ନୋଟ୍ ପ୍ରୋର ଏକ ରିବ୍ରାଣ୍ଡେଡ୍ ଭର୍ସନ ହୋଇପାରେ । ଟିପଷ୍ଟର କାସପର୍ ସ୍କ୍ରଜାଇପକ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଜିନିଷ ସାମ୍ନାକୁ ଆସିଛି । ଏହି ପୋଷ୍ଟ ଅନୁଯାୟୀ, 2405CPCFBG ସହିତ ପୋକୋ ଟ୍ୟାବଲେଟ୍ ବିଶ୍ୱ ବଜାରରେ ପୋକୋ ପ୍ୟାଡ୍ ଅର୍ଥାତ ପୋକୋର ଫାଷ୍ଟ ଟାବଲେଟ ଭାବରେ ଲଞ୍ଚ ହେବ ।

ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପୋକୋ ପ୍ୟାଡ୍ ରିବ୍ରାଣ୍ଡେଡ୍ ରେଡମି ପ୍ୟାଡ୍ ପ୍ରୋ ହୋଇପାରେ । ଏଥିରେ ୧୨.୧ ଇଞ୍ଚ IPS LCD ଡିସପ୍ଲେ ରହିବ ବୋଲି ଆଶା କରାଯାଏ, ଯାହା ୨.୫K ରେଜୋଲ୍ୟୁସନ ଏବଂ ୧୨୦Hz ରିଫ୍ରେସ ରେଟ ପ୍ରଦାନ କରିଥାଏ । ଏହା ସହିତ, ଆପଣ ଟ୍ୟାବଲେଟରେ ୩୩W ଫାଷ୍ଟ ଚାର୍ଜିଂ ସହିତ ୧୦,୦୦୦ mAh ବ୍ୟାଟେରୀ ପାଇପାରିବେ ।

ଅନ୍ୟାନ୍ୟ ଫିଚର୍ସଗୁଡିକ ବିଷୟରେ କହିବାକୁ ଗଲେ, ଏହାର ଫ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ରହିବ ଏବଂ ବ୍ୟାକ ପ୍ୟାନେଲରେ ମଧ୍ୟ ୮ ମେଗାପିକ୍ସେଲର କ୍ୟାମେରା ରହିପାରେ । ଏହା ମଧ୍ୟ କୁହାଯାଇଛି ଯେ ଏହି ଟାବଲେଟ୍ ଆଣ୍ଡ୍ରଏଡ୍ 14 OS, ୩.୫mm ଅଡିଓ ଜ୍ୟାକ୍ ଏବଂ କ୍ୱାଡ୍ ସ୍ପିକର ସହିତ ଆସିପାରେ ।

2405CPCFBG ସହିତ ପୋକୋ ଟ୍ୟାବ୍ ୟୁରୋପର EEC ସାର୍ଟିଫିକେଟ୍ ପ୍ଲାଟଫର୍ମ ଦ୍ୱାରା ଅନୁମୋଦିତ ହୋଇସାରିଛି । ପୋକୋର ନୂଆ ଟାବଲେଟରେ ଉନ୍ନତ ପ୍ରଦର୍ଶନ ପାଇଁ କମ୍ପାନୀ କ୍ୱାଲକମ୍ ର ସ୍ନାପଡ୍ରାଗନ୍ 7s ଜେନ 2 ଚିପସେଟ ପ୍ରଦାନ କରିପାରେ ଯାହା ୮ ଜିବି ରାମ୍ ଏବଂ ୨୫୬ ଜିବି ଷ୍ଟୋରେଜ୍ ସହିତ ଯୋଡି ହେବ ।

The post ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି POCOର ଫାଷ୍ଟ ଟାବଲେଟ୍, ମିଳିବ ଏହି ସବୁ ଧମାକାଦାର ଫିଚର୍ସ appeared first on KNews Odisha.