ବାଲ୍ୟ ବିବାହ ଯୋଜନାକୁ ପଣ୍ଡ କଲା ପୋଲିସ, ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ

ଭୁବନେଶ୍ୱର: ବାଲ୍ୟ ବିବାହକୁ ନେଇ ଚାଇଲଡ ଲାଇନର ଆକ୍ସନ। ବିବାହ ପୂର୍ବରୁ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଜଣେ ୧୫ ବର୍ଷର ନାବାଳିକାଙ୍କୁ ବିବାହ କରୁଥିଲେ ପରିବାର ଲୋକେ। ସୂଚନା ପାଇ ଚାଇଲ୍ଡ ଲାଇନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ନାବାଳିକା କନ୍ୟାକୁ ଉଦ୍ଧାର କରି ସେଲଟର ହାଉସକୁ ପଠାଯାଇଛି। ସେପଟେ ମଞ୍ଚେଶ୍ୱର ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ଚାଇଲଡଲାଇନ।ଶୁକ୍ରବାର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ଦ୍ୱାରା ଏକ ବାଲ୍ୟ ବିବାହ ରୋକାଯାଇପାରିଛି। ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ବିଏମସି- 3ର ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ, ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛା ସେବୀ ଶ୍ରୀମତୀ ଶିବାନୀ ନାୟକ, ଶ୍ରୀମତୀ ହରପ୍ରିୟା ପତି, ଓ ବିଏମସି-3ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟା ଜେନା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଚାଇଲ୍ଡ ଲାଇନ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେମଞ୍ଚେଶ୍ୱର ପୋଲିସ ସହାୟତାରେ ଏହି ବାଲ୍ୟ ବିବାହ ବନ୍ଦ କରିବା ସଙ୍ଗେ ସଙ୍ଗେ ଜଣେ ୧୫ ବର୍ଷର ନାବାଳିକାକୁ ଉଦ୍ଧାର କରିଥିଲେ। ଏନେଇ ମଞ୍ଚେଶ୍ଵର ଥାନାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍

ବାଲ୍ୟ ବିବାହ ଯୋଜନାକୁ ପଣ୍ଡ କଲା ପୋଲିସ, ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡଲାଇନ

ଭୁବନେଶ୍ୱର: ବାଲ୍ୟ ବିବାହକୁ ନେଇ ଚାଇଲଡ ଲାଇନର ଆକ୍ସନ। ବିବାହ ପୂର୍ବରୁ ନାବାଳିକା କନ୍ୟାକୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ଜଣେ ୧୫ ବର୍ଷର ନାବାଳିକାଙ୍କୁ ବିବାହ କରୁଥିଲେ ପରିବାର ଲୋକେ। ସୂଚନା ପାଇ ଚାଇଲ୍ଡ ଲାଇନ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ନାବାଳିକା କନ୍ୟାକୁ ଉଦ୍ଧାର କରି ସେଲଟର ହାଉସକୁ ପଠାଯାଇଛି। ସେପଟେ ମଞ୍ଚେଶ୍ୱର ଥାନାରେ ଏନେଇ ଏକ ମାମଲା ରୁଜୁ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ଚାଇଲଡଲାଇନ।

ଶୁକ୍ରବାର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ଦ୍ୱାରା ଏକ ବାଲ୍ୟ ବିବାହ ରୋକାଯାଇପାରିଛି। ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ବିଏମସି- 3ର ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢ଼ୀ, ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛା ସେବୀ ଶ୍ରୀମତୀ ଶିବାନୀ ନାୟକ, ଶ୍ରୀମତୀ ହରପ୍ରିୟା ପତି, ଓ ବିଏମସି-3ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟା ଜେନା, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଚାଇଲ୍ଡ ଲାଇନ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ

ମଞ୍ଚେଶ୍ୱର ପୋଲିସ ସହାୟତାରେ ଏହି ବାଲ୍ୟ ବିବାହ ବନ୍ଦ କରିବା ସଙ୍ଗେ ସଙ୍ଗେ ଜଣେ ୧୫ ବର୍ଷର ନାବାଳିକାକୁ ଉଦ୍ଧାର କରିଥିଲେ। 

ଏନେଇ ମଞ୍ଚେଶ୍ଵର ଥାନାରେ ବାଲ୍ୟ ବିବାହ ନିରୋଧ ଅଧିକାରୀଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଛି। ନାବାଳିକାକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇ କାଉନସେଲିଂ କରାଯାଉଛି। ଏହି ବିବାହକୁ କନ୍ୟାର ପିତାମାତା ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନିଲ କୁମାର ପାତ୍ର ନାମକ ଜଣେ ଯୁବକ ସହିତ ପାଣ୍ଡରା ଜଗନ୍ନାଥ ମନ୍ଦିରରେ କରାଯିବାର ବ୍ୟବସ୍ଥା କରିଥିଲେ।