ବାତ୍ୟା ଅଞ୍ଚଳ ବୁଲିବେ CM, ଆକାଶମାର୍ଗରୁ କରିବେ ସମୀକ୍ଷା

ଭୁବନେଶ୍ୱର ୨୬।୧୦: ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି। ସମସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ  କରାଯାଇଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଘର ଭଙ୍ଗା ସହାୟତା ନେଇ ବି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ। ଶୁକ୍ରବାର ବର୍ଷା, ପବନ ଓ ଅନ୍ଧାର ବିଦ୍ୟୁତ ମରାମତି କାର୍ଯ୍ୟରେ ବାଧା ହୋଇଥିଲା । ଶନିବାର ଅପରାହ୍ନ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ।

ବାତ୍ୟା ଅଞ୍ଚଳ ବୁଲିବେ CM, ଆକାଶମାର୍ଗରୁ କରିବେ ସମୀକ୍ଷା

ଭୁବନେଶ୍ୱର ୨୬।୧୦: ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାତ୍ୟା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି। ସମସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । 

ପୂର୍ବରୁ ମୁଖ୍ୟମନ୍ତ୍ରୀ ବାତ୍ୟା ସମୀକ୍ଷା କରି କହିଥିଲେ, ବାତ୍ୟା ଓ ବର୍ଷା ଯୋଗୁ ୧ ଲକ୍ଷ ୭୫ ହଜାର ଫସଲ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନ  କରାଯାଇଛି । ରିପୋର୍ଟ ମିଳିବା ପରେ କ୍ଷତିପୂରଣ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ଘର ଭଙ୍ଗା ସହାୟତା ନେଇ ବି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ । ୭ ଦିନ ଭିତରେ ବାତ୍ୟା କ୍ଷୟକ୍ଷତି ଆକଳନ କରି ଖୁବଶୀଘ୍ର କ୍ଷୟକ୍ଷତି ସହାୟତା ରାଶି ଦିଆଯିବ। ଶୁକ୍ରବାର ବର୍ଷା, ପବନ ଓ ଅନ୍ଧାର ବିଦ୍ୟୁତ ମରାମତି କାର୍ଯ୍ୟରେ ବାଧା ହୋଇଥିଲା । ଶନିବାର ଅପରାହ୍ନ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବ ।