ରାଜ ନିଦିମୋରୁଙ୍କ ସହ ଡେଟିଂକୁ କନ୍‌ଫର୍ମ କଲେ ସାମନ୍ଥା ? ନିର୍ଦ୍ଦେଶକଙ୍କ ସହ ବିଦେଶ କାଟୁଛନ୍ତି ଛୁଟି

ମୁମ୍ଵାଇ ୧୦।୦୭; ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ସାମନ୍ଥା ଖୁବ୍‌ ଆକ୍ଟିଭ୍‌।  ବୃତ୍ତିଗତ ଅପେକ୍ଷା ବର୍ତ୍ତମାନ ବ୍ୟକ୍ତିଗତ ଜୀବନୀ ସହ ଶିରୋନାମାରେ ରହିଛନ୍ତି ସାମନ୍ଥା । ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ର ପରେ ବେଶ ଚର୍ଚ୍ଚାରେ ରହିଥିଲେ ସାମନ୍ଥା। ବର୍ତ୍ତମାନ ଛାଡପତ୍ରର ୪ ବର୍ଷ ପରେ ସାମନ୍ଥା ଜଣେ ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି । ଏବେ ସାମନ୍ଥା ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ନିକଟରେ ତାଙ୍କର ଆମେରିକା ଛୁଟିର ଝଲକ ସେୟାର କରିଛନ୍ତି। ଏହି ଫଟୋରେ, ଅଭିନେତ୍ରୀ ତାଙ୍କ କଥିତ ପ୍ରେମିକ ରାଜ ନିଦିମୋରୁଙ୍କ ସହିତ ଆମେରିକାର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହା ସହିତ, ସେମାନଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା ତୀବ୍ର ହୋଇଛି। ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ ଏହି ଫଟୋ ସହିତ କପଲ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। View this post on InstagramA post shared by Samantha (@samantharuthprabhuoffl)ସୋସିଆଲ ମିଡିଆ ପ୍ରତିକ୍ରିୟାଜଣେ ୟୁଜର୍ସ ସାମନ୍ଥାଙ୍କ କମେଣ୍ଟ ସେସନ୍‌ରେ ଲେଖିଛନ୍ତି, 'ଏହା ଅଫିସିଆଲ କି?'। ଅନ୍ୟ ଜଣେ ଲେଖିଛନ୍ତି,  'ମୁଁ ସାମନ୍ଥାଙ୍କ ପାଇଁ ବହୁତ ଖୁସି, ଆଶା କରୁଛି ସେ ଯାହା ପାଇବାକୁ ଯୋଗ୍ୟ ତାହା ପାଇବେ।

ରାଜ ନିଦିମୋରୁଙ୍କ ସହ ଡେଟିଂକୁ କନ୍‌ଫର୍ମ କଲେ ସାମନ୍ଥା ? ନିର୍ଦ୍ଦେଶକଙ୍କ ସହ ବିଦେଶ କାଟୁଛନ୍ତି ଛୁଟି

ମୁମ୍ଵାଇ ୧୦।୦୭; ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ସାମନ୍ଥା ଖୁବ୍‌ ଆକ୍ଟିଭ୍‌।  ବୃତ୍ତିଗତ ଅପେକ୍ଷା ବର୍ତ୍ତମାନ ବ୍ୟକ୍ତିଗତ ଜୀବନୀ ସହ ଶିରୋନାମାରେ ରହିଛନ୍ତି ସାମନ୍ଥା । ନାଗା ଚୈତନ୍ୟଙ୍କ ସହ ଛାଡ଼ପତ୍ର ପରେ ବେଶ ଚର୍ଚ୍ଚାରେ ରହିଥିଲେ ସାମନ୍ଥା। ବର୍ତ୍ତମାନ ଛାଡପତ୍ରର ୪ ବର୍ଷ ପରେ ସାମନ୍ଥା ଜଣେ ନିର୍ଦ୍ଦେଶକଙ୍କୁ ଡେଟିଂ କରୁଛନ୍ତି । ଏବେ ସାମନ୍ଥା ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ନିକଟରେ ତାଙ୍କର ଆମେରିକା ଛୁଟିର ଝଲକ ସେୟାର କରିଛନ୍ତି। 

ଏହି ଫଟୋରେ, ଅଭିନେତ୍ରୀ ତାଙ୍କ କଥିତ ପ୍ରେମିକ ରାଜ ନିଦିମୋରୁଙ୍କ ସହିତ ଆମେରିକାର ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଏହା ସହିତ, ସେମାନଙ୍କ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା ତୀବ୍ର ହୋଇଛି। ସୋସିଆଲ ମିଡିଆ ୟୁଜର୍ସମାନେ ଅନୁମାନ କରୁଛନ୍ତି ଯେ ଏହି ଫଟୋ ସହିତ କପଲ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। 

ସୋସିଆଲ ମିଡିଆ ପ୍ରତିକ୍ରିୟା

ଜଣେ ୟୁଜର୍ସ ସାମନ୍ଥାଙ୍କ କମେଣ୍ଟ ସେସନ୍‌ରେ ଲେଖିଛନ୍ତି, 'ଏହା ଅଫିସିଆଲ କି?'। ଅନ୍ୟ ଜଣେ ଲେଖିଛନ୍ତି,  'ମୁଁ ସାମନ୍ଥାଙ୍କ ପାଇଁ ବହୁତ ଖୁସି, ଆଶା କରୁଛି ସେ ଯାହା ପାଇବାକୁ ଯୋଗ୍ୟ ତାହା ପାଇବେ।' ଆଉ ଜଣେ ଲେଖିଛନ୍ତି, 'ମୁଁ ଭାବୁଛି ଏହା ଏବେ ଅଫିସିଆଲ। ହେଲେ ସାମନ୍ଥା ଏବଂ ରାଜ ଏପର୍ଯ୍ୟନ୍ତ ସେମାନଙ୍କର ଡେଟିଂ ଉପରେ ନୀରବତା ବଜାୟ ରଖିଛନ୍ତି। ଉଭୟ ଏହାକୁ ଅସ୍ୱୀକାର କରିନାହାଁନ୍ତି କିମ୍ବା ଏଥିରେ ପ୍ରତିକ୍ରିୟା ଦେଇନାହାଁନ୍ତି। ଏହି ପୋଷ୍ଟ ସେମାନଙ୍କ ସମ୍ପର୍କର ଖବରକୁ ଆହୁରି ଚର୍ଚ୍ଚାକୁ ଆଣିଛି।