ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍‌ଷ୍ଟ୍ୟୁଟିଭ୍‌ ମେଶିନର ରୋବୋଟିକ ସ୍ପେସ୍‌କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ ପରେ ରୋବୋଟିକ ମହାକାଶଯାନ ଲ୍ୟାଣ୍ଡର୍‌ ‘ଓଡିସିୟସ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛ। ୧୯୭୨ରେ ଶେଷ ଆପୋଲୋ ମିଶନ ପରଠାରୁ ଏକ ଆମେରିକୀୟ ନିର୍ମିତ ମହାକାଶଯାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଏହା ଛଅ ଗୋଡ଼ ବିଶିଷ୍ଟ […] The post ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ appeared first on Dharitri Odia News.

ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ

ଓ୍ବାଶିଂଟନ,୨୩ା୨: ଆମେରିକାର ପ୍ରଥମ ପ୍ରାଇଭେଟ୍‌ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିଛି। ଯାହା ଭାରତର ‘ଚନ୍ଦ୍ରୟାନ’ ନିକଟରେ ଅବସ୍ଥିତ। ଆମେରିକାର ଘରୋଇ କମ୍ପାନୀ ଇନ୍‌ଷ୍ଟ୍ୟୁଟିଭ୍‌ ମେଶିନର ରୋବୋଟିକ ସ୍ପେସ୍‌କ୍ରାଫ୍ଟ ଲ୍ୟାଣ୍ଡର ‘ଓଡିସିୟସ’ଅବତରଣ କରିଛି। ପ୍ରାୟ ୫୦ ବର୍ଷ ପରେ ରୋବୋଟିକ ମହାକାଶଯାନ ଲ୍ୟାଣ୍ଡର୍‌ ‘ଓଡିସିୟସ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛ। ୧୯୭୨ରେ ଶେଷ ଆପୋଲୋ ମିଶନ ପରଠାରୁ ଏକ ଆମେରିକୀୟ ନିର୍ମିତ ମହାକାଶଯାନ ବର୍ତ୍ତମାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି।

ଏହା ଛଅ ଗୋଡ଼ ବିଶିଷ୍ଟ ଏକ ରୋବୋଟିକ ଲ୍ୟାଣ୍ଡର୍‌। ଯାହା ଶୁକ୍ରବାର ଭାରତୀୟ ସମୟ ଅପରାହ୍ନ ୪:୩୦ରେ ଚନ୍ଦ୍ରର ଦକ୍ଷିଣ ପୋଲ୍‌ ନିକଟରେ ‘ମାଲାପର୍ଟ-ଏ’ ନାମକ ଏକ କ୍ରାଟରରେ ଅବତରଣ କରିଛି। ଯୁକ୍ତରାଷ୍ଟ୍ରର‘ଓଡିସିୟସ’ ମହାକାଶଯାନ ଗୁରୁବାର (ସ୍ଥାନୀୟ ସମୟ) ଚନ୍ଦ୍ରରେ ସଫଳତାର ସହ ଅବତରଣ କଲା। ୫୦ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହି ସଫଳତା ହାସଲ କରିବାରେ ଆମେରିକାର ପ୍ରଥମ ମହାକାଶଯାନ ଅଟେ।

The post ଆମେରିକାର ପ୍ରଥମ ପ୍ରାଇଭେଟ ସ୍ପେସ୍‌ କ୍ରାଫ୍ଟ ‘ଓଡିସିୟସ’ର ଲ୍ୟାଣ୍ଡିଂ ସଫଳ appeared first on Dharitri Odia News.