ଅଧିକାରୀଙ୍କୁ ରୋକଠୋକ୍ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…
କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍ ଧରିପକାଇବାରୁ ଜଗତ୍ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ମେଡିକାଲରେ ପହଞ୍ଚତ୍ ମୃତ ବିଶ୍ୱପ୍ରକାଶଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସୋଫିଆ କହିଛନ୍ତି, ବାଲିଯାତ୍ରାରେ ଏଭଳି ଘଟଣା ମନରେ ଦୁଃଖ ଦେଇଛି। କେବଳ ପ୍ରଶାସନିକ ଅବହେଳା ପାଇଁ ଏହି ଘଟଣା ଘଟିଛି। ବାଲିଯାତ୍ରାର ପ୍ରଥମଦିନରୁ ହିଁ ସମସ୍ତ ବ୍ୟବସ୍ଥାରେ ଅବହେଳା ହୋଇଆସୁଛି। ବାଲିଯାତ୍ରା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ରଖାଯାଇନାହିଁ। […] The post ଅଧିକାରୀଙ୍କୁ ରୋକଠୋକ୍ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼… appeared first on Dharitri Odia News.
କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍ ଧରିପକାଇବାରୁ ଜଗତ୍ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ମେଡିକାଲରେ ପହଞ୍ଚତ୍ ମୃତ ବିଶ୍ୱପ୍ରକାଶଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସୋଫିଆ କହିଛନ୍ତି, ବାଲିଯାତ୍ରାରେ ଏଭଳି ଘଟଣା ମନରେ ଦୁଃଖ ଦେଇଛି। କେବଳ ପ୍ରଶାସନିକ ଅବହେଳା ପାଇଁ ଏହି ଘଟଣା ଘଟିଛି। ବାଲିଯାତ୍ରାର ପ୍ରଥମଦିନରୁ ହିଁ ସମସ୍ତ ବ୍ୟବସ୍ଥାରେ ଅବହେଳା ହୋଇଆସୁଛି। ବାଲିଯାତ୍ରା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ରଖାଯାଇନାହିଁ। ଏପରିକି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଅଧଘଣ୍ଟା ଅପେକ୍ଷା କରି ବିରକ୍ତ କରାଇ ଦିଆଯାଇଥିଲା। ଫଳରେ ମୁଖ୍ୟମନ୍ତ୍ରୀ ଗାଡ଼ିରୁ ଓହ୍ଲାଇ ଚାଲିକି ଯାଇଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପୋଲିସ ପ୍ରଶାସନ ରୋକିବା ଶୋଭାପାଇନି। ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଏଭଳି ଅପଦସ୍ଥ କରିବା ନିନ୍ଦନୀୟ ଘଟଣା। ଅତିଥିଙ୍କୁ ନିମନ୍ତ୍ରଣ କରି ଅପଦସ୍ଥ କରିବା କୌଣସି ଅଧିକାରୀଙ୍କର ଅଧିକାର ନାହିଁ। ଯେଉଁ ଅଧିକାରୀଙ୍କର କାମ କରିବାର ଇଚ୍ଛା ନାହିଁ, ସେମାନେ କଟକ ଛାଡ଼ି ଚାଲିଯାଆନ୍ତୁ। କଟକରେ କାମ କରିବାକୁ ହେଲେ ସମ୍ମାନର ସହ ଲୋକଙ୍କ ସହିତ ଯୋଡ଼ିହୋଇ କାମ କରନ୍ତୁ। ଅଧିକାରୀମାନଙ୍କ ମନରେ ଡର ରହିବା ଦରକାର। କିନ୍ତୁ ପୂର୍ବ ସରକାର ସମୟରୁ ଅଧିକାରୀଙ୍କ ମନରୁ ଡର ହଜିଯାଇଛି। ଭାଜପା ସରକାର ସମୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଏହି ସମସ୍ତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ। ଆଗାମୀ ବର୍ଷଠୁ ସମସ୍ତ ଜନପ୍ରତିନିଧି ବାଲିଯାତ୍ରା କମିଟିର ସଦସ୍ୟ ରହିବେ ଏବଂ ବାଲିଯାତ୍ରାକୁ ପରିଚାଳନା କରିବେ ବୋଲି ସୋଫିଆ କହିଛନ୍ତି।
The post ଅଧିକାରୀଙ୍କୁ ରୋକଠୋକ୍ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼… appeared first on Dharitri Odia News.