ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି
ଜୁନାଗଡ଼,୭।୧୦(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବାଗଡୁଙ୍ଗରୀ ଓ ଭେଜିପଦର ଗ୍ରାମକୁ କେନାଲ ପାଣି ସଠିକ୍ ଭାବରେ ପହଞ୍ଚି ପାରୁ ନାହିଁ। ଯାହାଫଳରେ ସେଠାରେ ଚାଷ ହୋଇଥିବା ପ୍ରାୟ ୨ ଶହ ଏକର ଧାନଚାଷ ଉଜୁଡ଼ିବା ଆଶଙ୍କା ଦେଖାଦେଇଛି। ଏପଟେ ପାଣି ଅଭାବକୁ ନେଇ ସ୍ଥାନୀୟ ଚାଷୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛିଦିନ ତଳେ […] The post ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି appeared first on Dharitri Odia News.
ଜୁନାଗଡ଼,୭।୧୦(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବାଗଡୁଙ୍ଗରୀ ଓ ଭେଜିପଦର ଗ୍ରାମକୁ କେନାଲ ପାଣି ସଠିକ୍ ଭାବରେ ପହଞ୍ଚି ପାରୁ ନାହିଁ। ଯାହାଫଳରେ ସେଠାରେ ଚାଷ ହୋଇଥିବା ପ୍ରାୟ ୨ ଶହ ଏକର ଧାନଚାଷ ଉଜୁଡ଼ିବା ଆଶଙ୍କା ଦେଖାଦେଇଛି।
ଏପଟେ ପାଣି ଅଭାବକୁ ନେଇ ସ୍ଥାନୀୟ ଚାଷୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛିଦିନ ତଳେ ଚାଷୀମାନେ ଅଭିଯୋଗ କଲା ପରେ ବିଭାଗୀୟ ଏସ୍ଡିଓ,ଯନ୍ତ୍ରୀ ଘଟଣାସ୍ଥଳକୁ ଅନୁଧ୍ୟାନ କରିବାକୁ ଆସିଥିଲେ। ଏହାପରେ ମଧ୍ୟ ସମାଧାନ ହୋଇନାହିଁ। ଇନ୍ଦ୍ରାବତୀ କୁସୁମଖୁଣ୍ଟି ଡିଭିଜନ ବାମ କେନାଲ ଜରିଆରେ ଉପରୋକ୍ତ ଗାଁକୁ ପାଣି ଯୋଗାଯାଉଛି। ବର୍ତ୍ତମାନ ପାଣି ଅଭାବରୁ ଚାଷଜମି ଆଁ କରିଥିବା ଦେଖିବାକୁ ମିଳିଛି। ଏ ନେଇ ବିଭାଗୀୟ ଏସ୍ଡିଓ କୁନ୍ଦନ ମେହେରଙ୍କୁ ପଚାରିବାରୁ ଆଜି ରାତିରେ ପାଣି ଅଧିକ ଛଡ଼ାଯିବ ବୋଲି କହିଥିଲେ।
The post ଉଜୁଡ଼ିବ ୨ ଶହ ଏକର ଚାଷଜମି, ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କ ନଜର ପଡୁନି appeared first on Dharitri Odia News.