ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ …

ଡେରାଡୁନ୍‌,୨୯।୬: ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ୱିତୀୟ ବିବାହ କରି ଫସିଗଲେ ଭାଜପା ନେତା। ୬ ବର୍ଷ ପାଇଁ ଦଳରୁ ହେଲେ ବହିଷ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡର ଜ୍ୱାଲାପୁର ନିର୍ବାଚନମଣ୍ଡଳୀର ଭାଜପାର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ କରି ବିବାଦ ଘେରକୁ ଆସିଛନ୍ତି। ରାଠୋର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ରାଠୋରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ […] The post ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ … appeared first on Dharitri Odia News.

ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ …

ଡେରାଡୁନ୍‌,୨୯।୬: ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ୱିତୀୟ ବିବାହ କରି ଫସିଗଲେ ଭାଜପା ନେତା। ୬ ବର୍ଷ ପାଇଁ ଦଳରୁ ହେଲେ ବହିଷ୍କାର। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡରେ। ଉତ୍ତରାଖଣ୍ଡର ଜ୍ୱାଲାପୁର ନିର୍ବାଚନମଣ୍ଡଳୀର ଭାଜପାର ପୂର୍ବତନ ବିଧାୟକ ସୁରେଶ ରାଠୋରଙ୍କ ଦ୍ୱିତୀୟ ବିବାହ କରି ବିବାଦ ଘେରକୁ ଆସିଛନ୍ତି। ରାଠୋର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି।

ସୋସିଆଲ ମିଡିଆରେ ରାଠୋରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ସାହାରନପୁରର ଅଭିନେତ୍ରୀ ଉର୍ମିଲା ସାନୱାରଙ୍କୁ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଭାବେ ପରିଚୟ ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ରାଠୋରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଦଳୀୟ ନେତୃତ୍ୱ ଆପଣଙ୍କ ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହେଁ। ଆପଣ କ୍ରମାଗତ ଭାବରେ ଦଳୀୟ ଶୃଙ୍ଖଳା ଏବଂ ସାମାଜିକ ଆଚରଣର ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି।

The post ପ୍ରଥମ ସ୍ତ୍ରୀ ଥାଉଥାଉ ଏମିତି କାରନାମା କଲେ ଭାଜପାର ପୂର୍ବତନ ବିଧାୟକ: ଭିଡିଓ ଭାଇରାଲ ପରେ … appeared first on Dharitri Odia News.