IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଅଜିଙ୍କ୍ୟ ରାହାନେଙ୍କ ନେତତ୍ତ୍ୱାଧୀନ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ସୂଚନା ଯୋଗ୍ୟ, ୧୭ ବର୍ଷ ପରେ କେକେଆର୍‌ […] The post IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି appeared first on Dharitri Odia News.

IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି

କୋଲକାତା, ୨୨।୧: କ୍ରିକେଟର ମହାକୁମ୍ଭ IPL-2025 ଶନିବାର ଆରମ୍ଭ ହୋଇଯାଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ୧୮ତମ ସଂସ୍କରଣର ପ୍ରଥମ ଉଦ୍‌ଘାଟନୀ ମ୍ୟାଚ୍‌ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମଧ୍ୟରେ ଖେଳାଯାଉଛି।

ଏହି ମ୍ୟାଚ୍‌ରେ ଆର୍‌ସିବି ଅଧିନାୟକ ରଜତ ପଟିଦାର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଅଜିଙ୍କ୍ୟ ରାହାନେଙ୍କ ନେତତ୍ତ୍ୱାଧୀନ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ। ସୂଚନା ଯୋଗ୍ୟ, ୧୭ ବର୍ଷ ପରେ କେକେଆର୍‌ ଓ ଆର୍‌ସିବି ପ୍ରଥମ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି।

କୋଲକାତା ନାଇଟ ରାଇଡର୍ସ: କ୍ୱିଣ୍ଟନ ଡି କକ୍‌(ଉଇକେଟ କିପର), ଅଜିଙ୍କ୍ୟ ରାହାନେ (ଅଧିନାୟକ), ସୁନୀଲ ନାରିନ, ଅଙ୍ଗକ୍ରିଶ ରଘୁଭାନ୍ସି, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ରାମଣଦୀପ ସିଂ, ହର୍ଷିତ ରାଣା, ବରୁଣ ଚକ୍ରଭାରଥୀ, ସ୍ପେନ୍ସର ଜନ୍‌ସନ୍‌, ବେଭବ ଆରୋରା, ରହମାନୁଲ୍ଲା ଗୁରୁବାଜ ଅନୁକୁଲ ରୟ, ମାୟାନକ ମାର୍କାଣ୍ଡେ, ଚେତନ ସାକାରିଆ, ଲୁଭନିଥ ସିସୋଡିଆ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ: ରଜତ ପାଟିଦାର(ଅଧିନାୟକ), ଜିତେଶ ଶର୍ମା (ଉଇକେଟ କିପର), ବିରାଟ କୋହଲି, ଫିଲିପ ଲୁଣ, ଦେବଦତ୍ତ ପାଦିକଲ, ଲିଆମ ଲିଭିଙ୍ଗଷ୍ଟୋନ, ଟିମ୍‌ ଡେଭିଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ଯଶ ଦିନଲ, ସ୍ବପ୍ନିଲ ସିଂ, ଲୁଙ୍ଗି ନଗିଡି, ରୋମାରିଓ ଶେଖର ଦାରୁଜ ବେଥେଲ, ସୁୟାଶ ଶର୍ମା, ମୋହିତ ରାଠୀ, ସ୍ବସ୍ତିକ ଚିକାରା , ଅଭିନନ୍ଦ ସିଂ

The post IPL-2025 ଆରମ୍ଭ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟସ୍‌ ଜିତିଲା ଆର୍‌ସିବି appeared first on Dharitri Odia News.