Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି। ହେଲେ ଆଘାତ ଯୋଗୁ ବିସିସିଆଇ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଦେଇଛି ବୋଲି କୁହାଯାଉଥିଲା। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାହାରେ ରଖିବା ପଛର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ତାଙ୍କୁ ଟେଷ୍ଟରେ ଅଧିନାୟକ ଭାବରେ ଦେଖୁଛି। ଏଣୁ […] The post Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି appeared first on Dharitri Odia News.

Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି। ହେଲେ ଆଘାତ ଯୋଗୁ ବିସିସିଆଇ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଦେଇଛି ବୋଲି କୁହାଯାଉଥିଲା। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାହାରେ ରଖିବା ପଛର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ତାଙ୍କୁ ଟେଷ୍ଟରେ ଅଧିନାୟକ ଭାବରେ ଦେଖୁଛି। ଏଣୁ ତାଙ୍କୁ ଇଂଲଣ୍ଡ ଗସ୍ତରେ ଦଳର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ। ତେଣୁ ବୋର୍ଡ ଚାମ୍ପିଅନ୍ସ ଟ୍ରଫିରେ ବୁମ୍‌ରାଙ୍କୁ ଖେଳାଇ କୌଣସି ସମସ୍ୟାରେ ପଡ଼ିବାକୁ ଚାହୁଁ ନ ଥିଲା। ଏହି କାରଣରୁ ବିସିସିଆଇ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଦଳରୁ ବାଦ ଦେଇଛି।

ଜସପ୍ରିତ ବୁମ୍‌ରାଙ୍କ ଆଘାତ ଯାଞ୍ଚ କରିବା ପାଇଁ ତାଙ୍କୁ ନିକଟରେ ପୁଣି ଥରେ ସ୍କାନ କରାଯାଇଥିଲା। ସ୍କାନ ରିପୋର୍ଟ ଦେଖିବା ପରେ, NCA କୌଣସି ସମସ୍ୟା ନ ଥିବା କହିଛି। ତଥାପି ବୁମ୍‌ରା ଏପର୍ଯ୍ୟନ୍ତ ବୋଲିଂ ଆରମ୍ଭ କରି ନ ଥିଲେ ଏବଂ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିଲା। ତେଣୁ, NCA ଚାମ୍ପିଅନ୍ସ ଟ୍ରଫିରେ ତାଙ୍କର ଅଂଶଗ୍ରହଣ ନିଷ୍ପତ୍ତି ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଉପରେ ଛାଡି ଦେଇଥିଲା।

ଏହା ପରେ ଅଗରକର ଟିମ୍‌ ଇଣ୍ଡିଆର ଭବିଷ୍ୟତକୁ ବିଚାର କରି କୌଣସି ବିପଦ ନ ନେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ସେ ବହୁତ ଦିନ ଧରି ବୁମ୍‌ରାଙ୍କୁ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକତ୍ୱ ଦେବାକୁ ଚିନ୍ତା କରୁଛନ୍ତି। ଦଳ ପରିଚାଳନା ତାଙ୍କୁ ବହୁତ ସତର୍କତାର ସହ ବ୍ୟବହାର କରିବାକୁ ଚାହୁଁଛି। ବିସିସିଆଇ ବୁମରାଙ୍କ ସହ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି।

ପିଟିଆଇ ରିପୋର୍ଟ ଅନୁଯାୟୀ, ଗୋଟିଏ ପଟେ ବିସିସିଆଇ ବୁମ୍‌ରାଙ୍କୁ ଦୀର୍ଘ ସମୟ ପାଇଁ ଅଧିନାୟକ କରିବାକୁ ଚାହୁଁଛି। ଅନ୍ୟପକ୍ଷରେ ଦଳ ଏବେ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳରେ ସୁଯୋଗ ନ ଦେବା ବିଷୟରେ ଚିନ୍ତା କରୁଛି।

ଯଦି ଏହି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ରୋହିତ ଚଳିତ ବର୍ଷ ଜୁନ-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆର ଦଳରେ ସାମିଲ ହେବେ ନାହିଁ। ତାଙ୍କୁ ଏବେଠାରୁ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିବ ନାହିଁ। ଏହାର ଅର୍ଥ ହେଉଛି ଏକ ପ୍ରକାର ତାଙ୍କର ଟେଷ୍ଟ କ୍ୟାରିଅର ଶେଷ ହୋଇଛି। ଇଂଲଣ୍ଡ ଗସ୍ତରେ ବୁମ୍‌ରା ତାଙ୍କ ସ୍ଥାନ ନେବେ ଏବଂ ଦଳର ନେତୃତ୍ୱ ନେବେ।

The post Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି appeared first on Dharitri Odia News.