ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ
ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ ଦୁଇ ଛାତ୍ରମାନଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ନିକଟ ବାନ୍ଧକୁଦ ଗ୍ରାମର ଦୁର୍ଗା ପ୍ରସାଦ ମହାପାତ୍ର (୧୩) ଓ ଦିପାଂଶୁ ମହାପାତ୍ର (୧୩) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଦୁଇ ଛାତ୍ର ଟିଉସନ ହେବାକୁ ନିକଟ ବିଦ୍ୟାଳୟକୁ ଯାଇଥିଲେ। ହେଲେ ରାତି ଦଶଟା […] The post ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ appeared first on Dharitri Odia News.
ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ ଦୁଇ ଛାତ୍ରମାନଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ନିକଟ ବାନ୍ଧକୁଦ ଗ୍ରାମର ଦୁର୍ଗା ପ୍ରସାଦ ମହାପାତ୍ର (୧୩) ଓ ଦିପାଂଶୁ ମହାପାତ୍ର (୧୩) ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଦୁଇ ଛାତ୍ର ଟିଉସନ ହେବାକୁ ନିକଟ ବିଦ୍ୟାଳୟକୁ ଯାଇଥିଲେ। ହେଲେ ରାତି ଦଶଟା ପରେ ପିଲାମାନେ କାହିଁକି ଘରକୁ ଫେରିଲେ ନାହିଁ। ଦୁଇ ପରିବାର ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା। ଗ୍ରାମ କପିଳେଶ୍ୱର ମନ୍ଦିରଠାରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରିବାର ଲୋକମାନେ ଭାବିଲେ ପିଲାମାନେ ଯଜ୍ଞସ୍ଥଳକୁ ଯାଇଥିବେ। ସେଠାରେ ଖୋଜିଲେ ମଧ୍ୟ ମିଳି ନ ଥିଲେ ନାହିଁ। ଗ୍ରାମରେ ଚହଳ ପଡ଼ିଲା।
ଗ୍ରାମବାସୀ ନିକଟ ପାଇକା ନଦୀ କୂଳ , ବନ୍ଧୁ ବାନ୍ଧବ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ମିଳି ନ ଥିଲା। ଶେଷରେ ଭାବିଲେ ମା’ଙ୍କ ପୀଠ ଦୂର ଦୁଇ କିମି ଦୂରକୁ ଯାଇଥିଲେ । କିଛି ଯୁବକମାନେ ପୀଠରେ ପହଞ୍ଚି ଦେଖିଲେ ଏକ ସାଇକେଲ ରହିଛି। ପୋଖରୀ କୂଳରେ କିଛି ପଲିଥିନରେ ପାଠପଢିବା ବହି ରହିଛି। ଶେଷରେ ପୋଖରୀରେ ଚାରି ଫୁଟ ପାଣିଥିଲା। ହଠାତ୍ ଦୁଇ ଜଣଙ୍କ ଶର୍ଟ ପ୍ୟାଣ୍ଟ ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ରାତି ୧ ଟା ହୋଇଥିଲା।
ଏହି ଖବର ପ୍ରସାରିତ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ଦୁଇ ମୃତ ଛାତ୍ରଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲା ମୂଖ୍ୟ ଚିକିତ୍ସା କେନ୍ଦ୍ରରେ ସ୍ଥାନାନ୍ତରିତ ହୋଇଥିଲା। ଦୁଇ ଛାତ୍ର କାହିଁକି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଶେଷ ନିଷ୍ପତ୍ତି ନେଲେ ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ହତ୍ୟା ନା ଆତ୍ମହତ୍ୟା ଘଟିଲା ତାହା ସମସ୍ତଙ୍କ ମନରେ ସନ୍ଦେହ ଘେରରେ ରହିଛି। ଏ ସଂକ୍ରାନ୍ତରେ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ କହିଛନ୍ତି, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନିକ ସ୍ତରରେ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।
The post ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ appeared first on Dharitri Odia News.