କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ
ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ଗୁରୁବାର ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। କଳାହାଣ୍ଡି ଜିଲାର ସମସ୍ତ ବ୍ଲକରେ ବନ୍ଦକୁ ଜୋରଦାର କରାଯିବା ନେଇ ବୁଧବାର ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ […] The post କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ appeared first on Dharitri Odia News.
ଭବାନୀପାଟଣା,୧୬ା୭(ଉତ୍ତମ କୁମାର ଦାଶ): ବାଲେଶ୍ୱର ଜିଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହାର ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ଗୁରୁବାର ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି। କଳାହାଣ୍ଡି ଜିଲାର ସମସ୍ତ ବ୍ଲକରେ ବନ୍ଦକୁ ଜୋରଦାର କରାଯିବା ନେଇ ବୁଧବାର ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏହି ସମୟରେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରଖିବା ସହ କଳାହାଣ୍ଡି ଲୋକେ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ଜିଲା ସଭାପତି ଜଳନ୍ଧର ନାଏକ ନିବେଦନ କରିଛନ୍ତି। ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ପ୍ରତିବାଦ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ଜିଲା ସଭାପତି ନାଏକ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ରାଜ୍ୟ ଶୃଙ୍ଖଳା କମିଟି ସଦସ୍ୟ ଇନ୍ଦ୍ରଜିତ ମହାଖୁଡ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ସମ୍ପାଦକ ସରୋଜ ବାଗ, ଛାତ୍ର ସଭାପତି ସୁଶାନ୍ତ ପ୍ରଧାନୀ, ସିପିଏମ୍ ନେତା ନବ କିଶୋର ପଟ୍ଟନାୟକ, ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଦାମ ବେହେରା, ସିପିଆଇ ଜିଲା ସହ ସମ୍ପାଦକ ସଞ୍ଜୟ ସୁନାନୀ, ଜିଲା ଉପ ସଭାପତି ପ୍ରୀତମ ବେହେରା, ବ୍ଲକ ସଭାପତି ସୁବାସ ପ୍ରଧାନ, ପୂର୍ବତନ ନଗର ସମ୍ପାଦକ ସନ୍ତୋଷ ପ୍ରଧାନ, ଟାଉନ ସଭାପତି ସୁକାନ୍ତି ସରାଫ ପ୍ରମୁଖ ଉପସ୍ଥିତ ଥିଲେ।
The post କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା: କଳାହାଣ୍ଡିରେ ସମସ୍ତେ ସମର୍ଥନ କରିବାକୁ ନିବେଦନ appeared first on Dharitri Odia News.