ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧିକାରୀଙ୍କ ଦାୟିତ୍ୱ ବଦଳିଛି। ପୁରୁଣା ଅଧିକାରୀ ଚୌକି ଛାଡ଼ିବା ସହ ନୂଆ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହିକ୍ରମରେ ୪ଟି ବର୍ଗରେ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ଜଣ ଅତିରିକ୍ତ କମିଶନର ତଥା ସୁପରଭାଇଜିଂ ଅଫିସରଙ୍କ ନେତୃତ୍ୱରେ ଡେପୁଟି କମିଶନର ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟା ହୋଇଛି। ସିଟି ଚିଫ୍‌ ଇଞ୍ଜିନିୟରଙ୍କ ନେତୃତ୍ୱରେ […] The post ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ appeared first on Dharitri Odia News.

ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): ନିର୍ବାଚନ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଧିକାରୀଙ୍କ ଦାୟିତ୍ୱ ବଦଳିଛି। ପୁରୁଣା ଅଧିକାରୀ ଚୌକି ଛାଡ଼ିବା ସହ ନୂଆ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହିକ୍ରମରେ ୪ଟି ବର୍ଗରେ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ଜଣ ଅତିରିକ୍ତ କମିଶନର ତଥା ସୁପରଭାଇଜିଂ ଅଫିସରଙ୍କ ନେତୃତ୍ୱରେ ଡେପୁଟି କମିଶନର ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟା ହୋଇଛି। ସିଟି ଚିଫ୍‌ ଇଞ୍ଜିନିୟରଙ୍କ ନେତୃତ୍ୱରେ ଅନ୍ୟ ଇଞ୍ଜିନିୟର, ମୁଖ୍ୟ ବିତ୍ତ ଅଧିକାରୀଙ୍କ ନେତୃତ୍ୱରେ ଫାଇନାନ୍ସ, ଅଡିଟ୍‌ ଓ ଆକାଉଣ୍ଟ୍ସ ଅଧିକାରୀ ଓ ସିଟି ପ୍ଲାନରଙ୍କ ନେତୃତ୍ୱରେ ପ୍ଲାନିଂ ସେକ୍ସନ ଅଧିକାରୀଙ୍କୁ କାର୍ଯ୍ୟ କରିବାକୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ସେହିପରି ସୁପରଭାଇଜିଂ ଅଫିସର ଭାବେ ଅତିରିକ୍ତ କମିଶନର-୧ ଘାସିରାମ ମୁର୍ମୁଙ୍କୁ ଦାୟିତ୍ୱ ମିଳିଥିବାବେଳେ ତାଙ୍କ ଅଧୀନରେ ଡେପୁଟି କମିଶନର ପ୍ରିୟବ୍ରତ ପାଢୀ, ରାଜକିଶୋର ଜେନା, ଅଜୟ କୁମାର ମହାନ୍ତି, ଧନଞ୍ଜୟ ମହାନ୍ତି, ଡ. ମନୋରଞ୍ଜନ ସାହୁ, ଅଶୋକ କୁମାର ଲେଙ୍କା, ଆସିଷ୍ଟାଣ୍ଟ କମିଶନର ଏନ.ଗଣେଶ ବାବୁ, ଜୋନାଲ ଡେପୁଟି କମିଶନର ଜୟଶ୍ରୀ ବେଉରା ବିଭିନ୍ନ ବିଭାଗରେ କାମ କରିବେ। ଅପରପକ୍ଷେ ନୂଆ ଦାୟିତ୍ୱ ନେଇଥିବା ଅତିରିକ୍ତ କମିଶନର-୨ ସସ୍ମିତା ସାହୁଙ୍କ ନେତୃତ୍ୱରେ ପ୍ରିୟଙ୍କା ମଲ୍ଲିକ, କାଜଲ ପ୍ରଧାନ, ରଞ୍ଜନ କୁମାର ବେହେରାଙ୍କ ସହ ଏନ୍‌ଭାଇରନ୍‌ମେଣ୍ଟ୍‌ ଅଫିସର ବାଉରୀବନ୍ଧୁ ନାୟକ ଓ ସହର ଶିକ୍ଷା ଅଧିକାରୀ ଡ. ଅମ୍ରିତା ପ୍ରୀତିନନ୍ଦା କାମ କରିବେ। ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସୌଦାମିନୀ ବେହେରା, ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଇତିଶ୍ରୀ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସିଟି ଇଞ୍ଜିନିୟର ବିଳାସ କୁମାର ବେହେରାଙ୍କ ନେତୃତ୍ୱରେ ୩ ଜୋନର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ପରିମଳ, ବିଦ୍ୟୁତ୍‌, ଡ୍ରେନ ଉପବିଭାଗର ଯନ୍ତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ସିଟି ପ୍ଲାନର ଦାୟିତ୍ୱରେ ଥିବା ବିପୁଳ କୁମାର ନାୟକଙ୍କ ନେତୃତ୍ୱରେ ସମସ୍ତ ଆସିଷ୍ଟାଣ୍ଟ ଟାଉନ ପ୍ଲାନର (ଏଟିପି) କାମ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

The post ବିଏମ୍‌ସି ଅଧିକାରୀଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ appeared first on Dharitri Odia News.