କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ ‘ସୁଧ ସ୍ଥିରୀକରଣ ସଂରକ୍ଷଣ ପାଣ୍ଠି’ ସୃଷ୍ଟି କରିବାକୁ ବିଚାର କରୁଛନ୍ତି। ଏହାର ଲକ୍ଷ୍ୟ ହେବ ଇପିଏଫ୍‌ଓର ୬.୫କୋଟିରୁ ଅଧିକ ସଦସ୍ୟଙ୍କୁ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF) ଅବଦାନ ଉପରେ ଏକ ସ୍ଥିର ସୁଧ ହାର ପ୍ରଦାନ କରିବା। ରିପୋର୍ଟ ଅନୁଯାୟୀ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ […] The post କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି… appeared first on Dharitri Odia News.

କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି…

ନୂଆଦିଲ୍ଲୀ,୧୭।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର ଏବେ ଇପିଏଫ୍‌ଓ ପାଇଁ ଏକ ‘ସୁଧ ସ୍ଥିରୀକରଣ ସଂରକ୍ଷଣ ପାଣ୍ଠି’ ସୃଷ୍ଟି କରିବାକୁ ବିଚାର କରୁଛନ୍ତି। ଏହାର ଲକ୍ଷ୍ୟ ହେବ ଇପିଏଫ୍‌ଓର ୬.୫କୋଟିରୁ ଅଧିକ ସଦସ୍ୟଙ୍କୁ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି (PF) ଅବଦାନ ଉପରେ ଏକ ସ୍ଥିର ସୁଧ ହାର ପ୍ରଦାନ କରିବା।

ରିପୋର୍ଟ ଅନୁଯାୟୀ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ଆଭ୍ୟନ୍ତରୀଣ ଅଧ୍ୟୟନ ଆରମ୍ଭ କରିଛି। ଏହି ଅଧ୍ୟୟନ ଆଧାରରେ ଇପିଏଫ୍‌ଓ ସଦସ୍ୟମାନେ ସେମାନଙ୍କର ନିବେଶ ଉପରେ ପାଇବାକୁ ଥିବା ରିଟର୍ନ ବ୍ୟତୀତ ଏକ ସ୍ଥିର ସୁଧ ହାର ପାଇପାରିବେ। ବଜାରର ଉତ୍ଥାନ-ପତନର ପ୍ରଭାବରୁ ସଦସ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ନିଆଯାଉଛି ବୋଲି ବିଶ୍ୱାସ କରାଯାଉଛି।

ରିପୋର୍ଟ ଅନୁଯାୟୀ,ଇପିଏଫ୍‌ଓପ୍ରତିବର୍ଷ ସୁଧରୁ ଅତିରିକ୍ତ ଆୟକୁ ଅଲଗା ରଖି ଏକ ରିଜର୍ଭ ପାଣ୍ଠି ସୃଷ୍ଟି କରିବ। ଏହି ପାଣ୍ଠି ଏପରି ସମୟରେ ବ୍ୟବହାର କରାଯିବ ଯେତେବେଳେ ଇପିଏଫ୍‌ଓର ନିବେଶରୁ ରିଟର୍ନ ହ୍ରାସ ପାଇବ। ଏହା ସୁନିଶ୍ଚିତ କରିବ ଯେ ବଜାରର ଉତ୍ଥାନ-ପତନ ନିର୍ବିିଶେଷରେ ସଦସ୍ୟମାନେ ଏକ ସ୍ଥିର ସୁଧ ହାର ପାଇବା ଜାରି ରଖିବେ।

ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡ଼ାନ୍ତ କରାଯାଇପାରେ। ଯଦି ଏହି ଯୋଜନାକୁ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT)ଠାରୁ ଅନୁମୋଦନ ମିଳେ, ତେବେ ଏହାକୁ ୨୦୨୬-୨୭ରୁ କାର୍ଯ୍ୟକାରୀ କରାଯାଇପାରେ। ଆପଣଙ୍କୁ କହିରଖୁଛୁ ଯେ, ଇପିଏଫ୍‌ଓର କେନ୍ଦ୍ରୀୟ ବୋର୍ଡର ଅଧ୍ୟକ୍ଷତା ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ କରନ୍ତି।

The post କୋଟି କୋଟି ଲୋକଙ୍କ ପାଇଁ ଭଲ ଖବର: EPFOରେ ବଡ଼ ପରିବର୍ତ୍ତନ! ଏଣିକି… appeared first on Dharitri Odia News.