ଚୟନ ହେଲା ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି: କାହାକୁ କେଉଁ ଦାୟିତ୍ୱ

ଗଞ୍ଜାମ,୧୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୮ ଓ ୯ ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଚୟନ ରବିବାର ମା ଗଙ୍ଗାଦେବୀ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନୀଳାଞ୍ଚଳ ବାରିକିଙ୍କ ସଭାପତିତ୍ୱରେ ନୂତନ କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଭାପତି କାନ୍ତରି ଦଳାଇ , କାର୍ଯ୍ୟକାରୀ ସଭାପତି ଗୌରୀ ଶଙ୍କର ବାରିକି, ଉପସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁଦାମ ଜେନା, ସହ ସମ୍ପାଦକ ବିଶ୍ୱଭୂଷଣ ଦଳାଇ, କୋଷାଧକ୍ଷ ରଙ୍କ ନାଥ […] The post ଚୟନ ହେଲା ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି: କାହାକୁ କେଉଁ ଦାୟିତ୍ୱ appeared first on Dharitri Odia News.

ଚୟନ ହେଲା ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି: କାହାକୁ କେଉଁ ଦାୟିତ୍ୱ

ଗଞ୍ଜାମ,୧୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୮ ଓ ୯ ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଚୟନ ରବିବାର ମା ଗଙ୍ଗାଦେବୀ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନୀଳାଞ୍ଚଳ ବାରିକିଙ୍କ ସଭାପତିତ୍ୱରେ ନୂତନ କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଭାପତି କାନ୍ତରି ଦଳାଇ , କାର୍ଯ୍ୟକାରୀ ସଭାପତି ଗୌରୀ ଶଙ୍କର ବାରିକି, ଉପସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁଦାମ ଜେନା, ସହ ସମ୍ପାଦକ ବିଶ୍ୱଭୂଷଣ ଦଳାଇ, କୋଷାଧକ୍ଷ ରଙ୍କ ନାଥ ପଲାଇଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ କାର୍ଯ୍ୟକାରୀ ସଦସ୍ୟ ହରି ବିଶ୍ୱାଳ, ପ୍ରକାଶ ରାଉଳ, ଜିତେନ୍ଦ୍ର ପଲାଇ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି କମିଟି ଗ୍ରାମର ବିଭିନ୍ନ ସମସ୍ୟା ଓ ଉନ୍ନତ୍ତିକରଣ ପାଇଁ କାର୍ଯ୍ୟ କରିବ। ତତ୍‌ ସଙ୍ଗେ ସଙ୍ଗେ ମା ଠାକୁରାଣୀ ମନ୍ଦିର ପୁନଃ ଉଦ୍ଧାର ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି। ଶିବରାମ ଜେନା କୋଷାଧକ୍ଷ, ବିଶ୍ୱଭୂଷଣ ଦଳାଇ ଆବାହକ ଚୟନ ହୋଇଥିଲା । କାର୍ଯ୍ୟକାରୀ ସଦସ୍ୟ ଭାବେ ସୁରେନ୍ଦ୍ର ପଲାଇ, ନାରାୟଣ ତରାଇ ପ୍ରମୁଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।

The post ଚୟନ ହେଲା ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି: କାହାକୁ କେଉଁ ଦାୟିତ୍ୱ appeared first on Dharitri Odia News.