ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆନନ୍ଦପୁର/ଘସିପୁରା, ୨୪।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): କାଳବୈଶାଖୀ ଯୋଗୁ ହେଉଥିବା ଅଦିନିଆ ବର୍ଷାରେ ଦେଓଗାଁ ମୁଖ୍ୟ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରେ ପାଣି ପଶି ଧାନ, ଚାଉଳ ଓ ଅନେକ ଜିନିଷପତ୍ର ନଷ୍ଟ ହୋଇଯାଉଛି । ଏହାକୁ ବିରୋଧ କରି ରାସ୍ତାରେ ପଥର ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ସୂଚନାନୁଯାୟୀ, ଘଷିପୁରା ବ୍ଲକ ଦେଓଗାଁ ପଞ୍ଚାୟତରେ ମେଗା ପ୍ରୋଜେକ୍ଟ ଲାଗି ବିଛା ଯାଇଥିବା ପାଣି ପାଇପ୍‌ […] The post ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ appeared first on Dharitri Odia News.

ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆନନ୍ଦପୁର/ଘସିପୁରା, ୨୪।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): କାଳବୈଶାଖୀ ଯୋଗୁ ହେଉଥିବା ଅଦିନିଆ ବର୍ଷାରେ ଦେଓଗାଁ ମୁଖ୍ୟ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରେ ପାଣି ପଶି ଧାନ, ଚାଉଳ ଓ ଅନେକ ଜିନିଷପତ୍ର ନଷ୍ଟ ହୋଇଯାଉଛି । ଏହାକୁ ବିରୋଧ କରି ରାସ୍ତାରେ ପଥର ରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।

ସୂଚନାନୁଯାୟୀ, ଘଷିପୁରା ବ୍ଲକ ଦେଓଗାଁ ପଞ୍ଚାୟତରେ ମେଗା ପ୍ରୋଜେକ୍ଟ ଲାଗି ବିଛା ଯାଇଥିବା ପାଣି ପାଇପ୍‌ ଯୋଗୁ ଠିକାଦାର ରାସ୍ତା ଖୋଳି ଦେଇଥିଲେ। ଶୁକ୍ରବାର ହୋଇଥିବା ଲଗାଣ ବର୍ଷାରେ ବର୍ଷାପାଣି ନିଷ୍କାସନ ନ ହୋଇପାରିବାରୁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିଲା। ସେଥିପାଇଁ ଗ୍ରାମବାସୀ ରାସ୍ତାରେ ପଥର ପକାଇ ଅବରୋଧ କରିଥିଲେ। ବର୍ଷା ପାଣି ରାସ୍ତାରେ ଜମି ରହିବା ଯୋଗୁ ଲୋକଙ୍କ ଘରେ ପାଣି ପଶି ଧାନ ,ଚାଉଳ ଓ ଅନେକ ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସେଥିପାଇଁ ଶନିବାର ସକାଳୁ କ୍ଷତି ସହିଥିବା ଲୋକମାନଙ୍କର କ୍ଷୟକ୍ଷତିର ସମାଧାନ ଦାବିରେ ରାସ୍ତାରୋକୋ କରାଯାଇଥିଲା। ଘଷିପୁରାରୁ ରେମାଳ ,ବ୍ରାହ୍ମଣୀପାଳରୁ ଘଷିପୁରା ଓ ରେମାଳରୁ ଯାଜପୁର ମୁଖ୍ୟ ରାସ୍ତା ଚାରି ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ଅବରୋଧ ଥିବାରୁ ଗାଡି ଚଳାଚଳ ବନ୍ଦ ରହିଛି। ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବହୁ ସମୟ ଧରି ରାସ୍ତା ଅବରୋଧ ହୋଇଥିଲେ ମଧ୍ୟ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀ ପହଞ୍ଚି ନ ଥିବା ଦେଖାଯାଇଛି।

The post ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ appeared first on Dharitri Odia News.