ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ ମାରି ବିକ୍ରିବଟା କରିବା ଅଭିଯୋଗ ହୋଇଆସୁଥିଲା। ଯାହାକି ଶନିବାର କନ୍ଧମାଳ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ବିଭାଗର ଅଧିକାରୀ ସତ୍ୟବ୍ରତ ଷେଣ୍ଢ ସଦଳବଳ ଆସି ଚଢ଼ାଉ କରିଛନ୍ତି। ସେ କଫିବଗିଚା ସମ୍ମୁଖରୁ ବିଭିନ୍ନ ରଙ୍ଗର ହଳଦୀ ଗୁଣ୍ଡ ଥିବା ପ୍ୟାକେଟରୁ ନମୁନା ସଂଗ୍ରହ କରି ନେଇଛନ୍ତି। ଏଥିସହ ବିଭିନ୍ନ […] The post ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ appeared first on Dharitri Odia News.

ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କନ୍ଧମାଳ ହଳଦୀ ନାମରେ ନକଲି ଗୁଣ୍ଡ ବିକ୍ରି କରାଯାଉଥିବା ଓ ଜୈବିକ ହଳଦୀ ନାମରେ ଲେବୁଲ ମାରି ବିକ୍ରିବଟା କରିବା ଅଭିଯୋଗ ହୋଇଆସୁଥିଲା। ଯାହାକି ଶନିବାର କନ୍ଧମାଳ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ବିଭାଗର ଅଧିକାରୀ ସତ୍ୟବ୍ରତ ଷେଣ୍ଢ ସଦଳବଳ ଆସି ଚଢ଼ାଉ କରିଛନ୍ତି। ସେ କଫିବଗିଚା ସମ୍ମୁଖରୁ ବିଭିନ୍ନ ରଙ୍ଗର ହଳଦୀ ଗୁଣ୍ଡ ଥିବା ପ୍ୟାକେଟରୁ ନମୁନା ସଂଗ୍ରହ କରି ନେଇଛନ୍ତି। ଏଥିସହ ବିଭିନ୍ନ ସାମଗ୍ରୀର ଯାଞ୍ଚ କରି ଯେଉଁଠି ତ୍ରୁଟି ପରିଲକ୍ଷିତ ହୋଇଛି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ହଳଦୀର ମାନରେ କୌଣସି ନକଲିର ଗୁଣ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ବିଭାଗର ଅଧିକାରୀ କହିଛନ୍ତି।

ସେହିପରି ପାଉଁରୁଟି ଫ୍ୟାକ୍ଟ୍ରିରେ ଚଢ଼ାଉ କରି ପାଉଁରୁଟି ସମେତ ସେମାନେ ବ୍ୟବହାର କରୁଥିବା ବିଭିନ୍ନ ତେଲ, ଘିଅର ମଧ୍ୟ ନମୁନା ସଂଗ୍ରହ କରିନେଇଛନ୍ତି। ସେଗୁଡ଼ିକ ଲାବୋରେଟାରୀରେ ପରୀକ୍ଷା ନିରୀକ୍ଷା କରିବା ପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ମିଲ୍ସ ହୋଟେଲ ସମେତ ଜଳଖିଆ, ଚା’ଦୋକାନ ଆଦିରେ ପହଞ୍ଚି ସ୍ବଚ୍ଛତା ଓ ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା। ଏଥିରେ ବ୍ୟତିକ୍ରମ ଥିବା ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ଆଗାମୀ ଦିନରେ ଏଭଳି ଖାଦ୍ୟର ମାନକୁ ଆହୁରି ଅଧିକ ଯାଞ୍ଚ କରାଯିବା ସହ ଯାହାର ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ନାହିଁ, ସେମାନଙ୍କୁ ଶୀଘ୍ର ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିନା ଫୁଡ୍‌ ଲାଇସେନ୍ସରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ବିଭାଗ ଅଧିକାରୀ କହିଛନ୍ତି। ଏଭଳି ବିଭିନ୍ନ ଗ୍ରାମରେ ବାରମ୍ବାର ଯାଞ୍ଚ କରାଯିବାକୁ ବିଭାଗ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

The post ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ, ପରୀକ୍ଷା ପାଇଁ ହଳଦୀ ଗୁଣ୍ଡର ନମୁନା ସଂଗ୍ରହ appeared first on Dharitri Odia News.