ଗହଣା ଦୋକାନରୁ ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ୮ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି

ଘଟଗାଁ ୨।୭: ବନ୍ଧୁକ ମୁନରେ ଗହଣା ଦୋକାନରୁ ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ବନ୍ଧୁକ ଧରି ଦୋକାନ ଭିତରେ ପଶିଥିଲେ ଦୁର୍ବୃତ୍ତ ।  ମାତ୍ର ୩ ମିନିଟ୍ ୪୫ ସେକେଣ୍ଡ ଭିତରେ ଲୁଟି ନେଇଥିଲେ ସୁନାଗହଣା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ତଳେ ଥିବା ନାରାୟଣ ଜୁଏଲାରୀ ଦୋକାନରୁ ବନ୍ଧୁକ ମୁନରେ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗତ ଜୁନ ୨୫ ତାରିଖ ସନ୍ଧ୍ୟା ପାଖାପାଖି ସାଢେ ୬ଟା ସମୟରେ ଲୁଟ୍ ହୋଇଥିଲା । ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ଦୋକାନରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ଦୁଇ ରାଉଣ୍ଡ ବ୍ଲାଙ୍କ୍‌ ଫାୟାରିଂ କରି ଦୋକାନୀଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ପାଖାପାଖି ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଚୋରମାନେ ଦୋକାନ ଭିତରକୁ ପଶି ମାତ୍ର ୩ ମିନିଟ୍ ୪୫ ସେକେଣ୍ଡ ଭିତରେ ସବୁ ଲୁଟି ନେଇଥିବା ଦେଖିବାକୁ ମିଳିଛି । ତେବେ ଚୋରି ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି । ତେବେ ବାରମ୍ବାର ଏହି ହରିଚନ୍ଦନପୁର ଅଞ୍ଚଳରେ ଚୋରି ହେଉଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ସବୁବେଳେ ବିଫଳ ହୋଇଛି । ଏକ ସପ୍ତାହ ମଧ୍ୟରେ ତିନି ତିନୋଟି ବଡ଼ ଧରଣର ଚୋରି ହେଉଥିବାରୁ

ଗହଣା ଦୋକାନରୁ ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ୮ଦିନ ବିତି ଯାଇଥିଲେ ବି ପୋଲିସର ହାତ ଖାଲି

ଘଟଗାଁ ୨।୭: ବନ୍ଧୁକ ମୁନରେ ଗହଣା ଦୋକାନରୁ ଲୁଟ୍ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ୮ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ବନ୍ଧୁକ ଧରି ଦୋକାନ ଭିତରେ ପଶିଥିଲେ ଦୁର୍ବୃତ୍ତ ।  ମାତ୍ର ୩ ମିନିଟ୍ ୪୫ ସେକେଣ୍ଡ ଭିତରେ ଲୁଟି ନେଇଥିଲେ ସୁନାଗହଣା । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ତଳେ ଥିବା ନାରାୟଣ ଜୁଏଲାରୀ ଦୋକାନରୁ ବନ୍ଧୁକ ମୁନରେ ଲୁଟ୍ କରିଥିଲେ ଦୁର୍ବୃତ୍ତ । ଗତ ଜୁନ ୨୫ ତାରିଖ ସନ୍ଧ୍ୟା ପାଖାପାଖି ସାଢେ ୬ଟା ସମୟରେ ଲୁଟ୍ ହୋଇଥିଲା । ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ଦୋକାନରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ଦୁଇ ରାଉଣ୍ଡ ବ୍ଲାଙ୍କ୍‌ ଫାୟାରିଂ କରି ଦୋକାନୀଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ପାଖାପାଖି ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର । ଯାହାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଚୋରମାନେ ଦୋକାନ ଭିତରକୁ ପଶି ମାତ୍ର ୩ ମିନିଟ୍ ୪୫ ସେକେଣ୍ଡ ଭିତରେ ସବୁ ଲୁଟି ନେଇଥିବା ଦେଖିବାକୁ ମିଳିଛି । ତେବେ ଚୋରି ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ବର୍ତ୍ତମାନ ପର୍ଯ୍ୟନ୍ତ ଖାଲି । 

ତେବେ ବାରମ୍ବାର ଏହି ହରିଚନ୍ଦନପୁର ଅଞ୍ଚଳରେ ଚୋରି ହେଉଥିବା ବେଳେ ପୋଲିସ ଚୋରଙ୍କୁ ଧରିବାରେ ସବୁବେଳେ ବିଫଳ ହୋଇଛି । ଏକ ସପ୍ତାହ ମଧ୍ୟରେ ତିନି ତିନୋଟି ବଡ଼ ଧରଣର ଚୋରି ହେଉଥିବାରୁ ଅଞ୍ଚଳବାସୀ ଓ ବ୍ୟବସାୟ ମାନେ ଭୟଭୀତ ଅବସ୍ଥାରେ ରହୁଥିବା ପ୍ରକାଶ କରିଛନ୍ତି ।

You Can Read:

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଉଥିବା ବେଳେ ବନ୍ୟା ପାଣିରେ ଭାସିଯାଇଥିଲେ