ମିଆଁମାର ମୃତ୍ୟୁ ତାଣ୍ଡବ; ପ୍ରାଣ ହରାଇଲେଣି ୨ ହଜାରରୁ ଅଧିକ, ୩୯ଶହ ଆହତ

ନୂଆଦିଲ୍ଲୀ: ୨୮ ମାର୍ଚ୍ଚରେ ମିଆଁମାରକୁ ଆସିଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଅପଡେଟ୍ ଅନୁଯାୟୀ, ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୫୬କୁ ବୃଦ୍ଧି ପାଇଛି । ସେହିପରି ୩୯ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାୟ ୨୭୦ଜଣ ଏବେବି ନିଖୋଜ ରହିଛନ୍ତି । ମିଆଁମାରର ସେନା ସରକାର ଏହି ସୂଚନା ଦେଇଛନ୍ତି । ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ପ୍ରକୃତିର ତାଣ୍ଡବରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସେନା ସରକାର ଏକ ସପ୍ତାହ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ସୋମବାର ସେନା ସରକାରର ଜଣେ ଅଧିକାରୀ କହିଛନ୍ତି, ମାଣ୍ଡଲେ ସ୍ଥିତ ଗ୍ରେଟ୍ ବାଲ୍ ହୋଟେଲର ଧ୍ବାଂସାବଶେଷ ତଳୁ ତେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ତିନି ଦିନ ମାଟି ତଳେ ଫସିରହିବା ପରେ କୌଣସି ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଏହା ରେସକ୍ୟୁ ଟିମକୁ ଉଦ୍ଧାରକାର୍ଯ୍ୟ ପାଇଁ ଉତ୍ସାହିତ କରିଛି । ମିଆଁମାରରେ ଥିବା ଚୀନ୍ ଦୂତାବାସ ଏନେଇ ଫେସବୁକରେ ପୋଷ୍ଟ କରି ମହିଳାଙ୍କ ସ୍ବସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି କହିଛି । ମାଆଁମାର ଭୂମିକମ୍ପର କେନ୍ଦ୍ରସ୍ଥଳ ମାଣ୍ଡଲେ ନିକଟରେ ଥିଲା । ଏବି ଶକ୍ତିଶାଳୀ ଭୂମିକମ୍ପରେ ଥାଇଲାଣ୍ଡ ସମେତ ଅନେକ ପଡୋଶୀ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ ସହିତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏକ ନିର୍ମାଣଧୀନ ୩୩ ମହଲା କୋଠା

ମିଆଁମାର ମୃତ୍ୟୁ ତାଣ୍ଡବ; ପ୍ରାଣ ହରାଇଲେଣି ୨ ହଜାରରୁ ଅଧିକ, ୩୯ଶହ ଆହତ

ନୂଆଦିଲ୍ଲୀ: ୨୮ ମାର୍ଚ୍ଚରେ ମିଆଁମାରକୁ ଆସିଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଅପଡେଟ୍ ଅନୁଯାୟୀ, ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୨୦୫୬କୁ ବୃଦ୍ଧି ପାଇଛି । ସେହିପରି ୩୯ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାୟ ୨୭୦ଜଣ ଏବେବି ନିଖୋଜ ରହିଛନ୍ତି । ମିଆଁମାରର ସେନା ସରକାର ଏହି ସୂଚନା ଦେଇଛନ୍ତି । ଧ୍ବଂସାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି । ପ୍ରକୃତିର ତାଣ୍ଡବରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସେନା ସରକାର ଏକ ସପ୍ତାହ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । 

ସୋମବାର ସେନା ସରକାରର ଜଣେ ଅଧିକାରୀ କହିଛନ୍ତି, ମାଣ୍ଡଲେ ସ୍ଥିତ ଗ୍ରେଟ୍ ବାଲ୍ ହୋଟେଲର ଧ୍ବାଂସାବଶେଷ ତଳୁ ତେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି । ତିନି ଦିନ ମାଟି ତଳେ ଫସିରହିବା ପରେ କୌଣସି ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଏହା ରେସକ୍ୟୁ ଟିମକୁ ଉଦ୍ଧାରକାର୍ଯ୍ୟ ପାଇଁ ଉତ୍ସାହିତ କରିଛି । ମିଆଁମାରରେ ଥିବା ଚୀନ୍ ଦୂତାବାସ ଏନେଇ ଫେସବୁକରେ ପୋଷ୍ଟ କରି ମହିଳାଙ୍କ ସ୍ବସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି କହିଛି । 

ମାଆଁମାର ଭୂମିକମ୍ପର କେନ୍ଦ୍ରସ୍ଥଳ ମାଣ୍ଡଲେ ନିକଟରେ ଥିଲା । ଏବି ଶକ୍ତିଶାଳୀ ଭୂମିକମ୍ପରେ ଥାଇଲାଣ୍ଡ ସମେତ ଅନେକ ପଡୋଶୀ ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ ସହିତ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏକ ନିର୍ମାଣଧୀନ ୩୩ ମହଲା କୋଠା ଭୁଶୁଡ଼ି ପଡ଼ିବା ଯୋଗୁଁ ୧୮ଜଣଙ୍କ ମୃତ୍ୟୁ ହୋଇଛି । ୭୬ଜଣ ମାଟି ତଳେ ଫସି ରହିଥିବା ନେଇ ସୂଚନା ମିଳିବା ପରେ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ ଜାରି ରହିଛି । ଆଶଙ୍କା କରାଯାଉଛି ଧ୍ବଂସାବଶେଷ ତଳେ ଅନେକ ମୃତଦେହ ରହିଛି । 

ଭାରତ ସମେତ ବହୁ ଦେଶ ମିଆଁମାରକୁ ସହଯୋଗର ହାତ ବଢ଼ାଇଛନ୍ତି । ୨୩ ହଜାରରୁ ଅଧିକ ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଯାଇଛି । ସଂଯୁକ୍ତ ରାଷ୍ଟ୍ର ଭଳି ଅନ୍ତରାଷ୍ଟ୍ରୀୟ ଏଜେନ୍ସି ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଛନ୍ତି ।