ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ସୁନ୍ଦରଗଡ଼ ୨୯।୦୪ : ସୁନ୍ଦରଗଡ଼ ସଦର ଥାନା ଖୁଣ୍ଡାମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ଉଭୟ ପକ୍ଷରୁ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲର ଭର୍ତ୍ତି କରାଯାଇଛି । ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।ଖବର ଅନୁଯାୟୀ, କୌଣସି କାରଣକୁ ନେଇ ସଦର ଥାନା ଖୁଣ୍ଟମୁଣ୍ଡାରେ ହୋଇଛି ଗୋଷ୍ଠୀ ସଂଘର୍ଷ ।  ଖୁଣ୍ଟମୁଣ୍ଡାର ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର ଥିଲା ବେଳେ ସୁନ୍ଦରଗଡ଼ ଟାଉନ୍ ଥାନା ଖମରିପଡ଼ାରେ ଗୋଷ୍ଠୀ ସଂଘର୍ଷ ରେ ଅଭୟ ଗହିର ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି। ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଚିକିତ୍ସାଳୟରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି । ଏହାସହ ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ପୋଲିସ୍ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। 

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ସୁନ୍ଦରଗଡ଼ ୨୯।୦୪ : ସୁନ୍ଦରଗଡ଼ ସଦର ଥାନା ଖୁଣ୍ଡାମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ । ଏହି ଘଟଣାରେ ଉଭୟ ପକ୍ଷରୁ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲର ଭର୍ତ୍ତି କରାଯାଇଛି । ସୁନ୍ଦରଗଡ଼ ଟାଉନ୍‌ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, କୌଣସି କାରଣକୁ ନେଇ ସଦର ଥାନା ଖୁଣ୍ଟମୁଣ୍ଡାରେ ହୋଇଛି ଗୋଷ୍ଠୀ ସଂଘର୍ଷ ।  ଖୁଣ୍ଟମୁଣ୍ଡାର ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର ଥିଲା ବେଳେ ସୁନ୍ଦରଗଡ଼ ଟାଉନ୍ ଥାନା ଖମରିପଡ଼ାରେ ଗୋଷ୍ଠୀ ସଂଘର୍ଷ ରେ ଅଭୟ ଗହିର ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ହେଉଛନ୍ତି। ଟାଉନ୍ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ସେପଟେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଚିକିତ୍ସାଳୟରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି । ଏହାସହ ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ପୋଲିସ୍ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।